Advertisment

ରାମନବମୀରେ ସଙ୍ଗଠିତ ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା

ମୁଖ୍ୟମନ୍ତ୍ରୀ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।

undefined

Mamata Banerjee

Advertisment

ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ବିଜେପି ଉପରେ ଆଙ୍ଗୁଠି ଉଠାଇଛନ୍ତି। ଶୁକ୍ରବାର ମମତା ଦାବି କରିଛନ୍ତି ଯେ ରାମ ନବମୀ ଦିନ ହାୱଡାରେ ହୋଇଥିବା ହିଂସା ପାଇଁ  ବିଜେପି ଓ ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ଦାୟୀ ।
ମୁଖ୍ୟମନ୍ତ୍ରୀ ସେଠାକାର ଲୋକଙ୍କୁ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ରାମନବମୀର ଦ୍ୱିତୀୟ ଦିନରେ ବି ହାୱଡାର ଶିବପୁରରେ ପଥରମାଡ ହୋଇଥିଲା । ଏବେ ସେଠାକାର ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ରାମନବମୀ ଉତ୍ସବ ମଧ୍ୟରେ ପଶ୍ଚିମବଙ୍ଗର ହାୱଡ଼ାରେ ବ୍ୟାପକ ହିଂସା ଉପୁଜିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବହୁ ପୋଡ଼ାଜଳା କ୍ଷୟକ୍ଷତି ହୋଇଥିଲା। ଅନେକ ଗାଡିରେ ନିଆଁ ଲଗାଯିବା ସହ ପରସ୍ପରକୁ ପଥରମାଡ଼ ହୋଇଥିଲା। ଦୋକାନ ବଜାର ବ୍ୟାପକ ଭଙ୍ଗାରୁଜା ହେବା ସହ ଲୁଟ୍‌ ଓ ମାରପିଟ ହୋଇଥିଲା। ହିଂସାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାମ ନବମୀ ଶୋଭାଯାତ୍ରା କାଜିପାରା ଅଞ୍ଚଳ ପାର ହେଉଥିଲା ବେଳେ ଏହି ହିଂସା ଉପୁଜିଥିଲା। ହିଂସା ସମୟରେ କିଛି ପୋଲିସ ଗାଡି ସମେତ ଅନେକ କାର ନଷ୍ଟ ହୋଇଛି। ଅରାଜକକାରୀଙ୍କୁ ଦମନ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲୁହବୁହା ଗ୍ୟାସଓ ଗୁଳି ଚଳାଇବାକୁ ପଡିଥିଲା।

Advertisment

କେନ୍ଦ୍ରର ନୀତି ବିରୋଧରେ କୋଲକାତାରେ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଦଙ୍ଗାକାରୀମାନେ ଦେଶର ଶତ୍ରୁ । ହିଂସା ପଛରେ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ହିଂସା ସହ ଜଡିତ ସେମାନଙ୍କୁ ରକ୍ଷା କରାଯିବ ନାହିଁ। ମୁଁ ଦଙ୍ଗାକାରୀଙ୍କୁ ସମର୍ଥନ କରେ ନାହିଁ ଏବଂ ସେମାନଙ୍କୁ ଦେଶର ଶତ୍ରୁ ବୋଲି ମନେ କରେ । ବିଜେପି ସର୍ବଦା ହାୱାଡ଼ାକୁ ଟାର୍ଗେଟ କରିଛି। ସେମାନଙ୍କ ନିଶାନାରେ ପାର୍କ ସର୍କସ ଏବଂ ଇସଲାମପୁର ମଧ୍ୟ ରହିଛି । ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ସେ ଚେତାବନୀ ଦେଇଛନ୍ତି। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଏହି ଅଭିଯୋଗକୁ ଅସ୍ୱୀକାର କରି ହିଂସା ପାଇଁ ଟିଏମସି ସରକାରଙ୍କୁ ଦାୟୀ କରିଛନ୍ତି। ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରଶାସନ ଦାୟୀ ବୋଲି ଶ୍ରୀ ଅଧିକାରୀ କହିଛନ୍ତି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe