Advertisment

ଦିଦି କହିଲେ- ଦଙ୍ଗା କରିପାରେ ବିଜେପି

ରାମ ନବମୀ ଅବସରରେ ବିଜେପି ଦଙ୍ଗା ସୃଷ୍ଟି କରିବା ସମ୍ଭାବନା ଥିବା ପିଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Mamata-Banerjee

Mamata-Banerjee

Advertisment

ଆଜି ରାମନବମୀ ପାଇଁ ଉତ୍ସବମୁଖର ହୋଇପଡିଛି ପୂରା ଦେଶ। ଚାରିଆଡେ ରାମ ନବମୀ ପାଳନ ହୋଉଛି। ପାଚିମବଙ୍ଗରେ ମଧ୍ୟ ପୂରା ଜୋରସୋର ରାମନବମୀ ଉତ୍ସବ ପାଳନ ଚାଲିଛି। ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ଉଭୟ ଦଳର ନେତାମାନେ ପୂରା ରାଜ୍ୟରେ ରାମ ନବମୀ ପାଇଁ ଭିନ୍ନ ଭିନ୍ନ ଶୋଭାଯାତ୍ରା କରିଛନ୍ତି। ଏହାରି ଭିତରେ ବିଜେପି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ।

Advertisment

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ରାଜ୍ୟବାସୀଙ୍କୁ ରାମ ନବମୀ ଶୁଭେଚ୍ଛା ଜଣାଇଛନ୍ତି। ଏଥସହ ଶାନ୍ତ ବଜାୟ ରଖିବାକୁ ନିବେଦନ କରିଛନ୍ତି। ଏହି ସମୟରେ ସେ ବିଜୋପି ବରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ରାମ ନବମୀ ଅବସରରେ ବିଜେପି ଦଙ୍ଗା ସୃଷ୍ଟି କରିବା ସମ୍ଭାବନା ଥିବା ସେ ଅଭିଯୋଗ କରିଛନ୍ତି।

ସେମାନେ (ବିଜେପି) ଦଙ୍ଗା ସୃଷ୍ଟି କରି ଭୋଟ ପାଇବାକୁ ଚାହୁଁଛନ୍ତି। ତେଣୁ ଏଥିପ୍ରତି ସାବଧାନ ଓ ସତର୍କ ରହିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ଏଥିସହ ଦଙ୍ଗା ଏବଂ ମିଥ୍ୟା ବ୍ୟତୀତ ବିଜେପିର ଗ୍ୟାରେଣ୍ଟିରେ ଆଉ କିଛି ନାହିଁ ବୋଲି କହିଛନ୍ତି ଦିଦି। ସେପଟେ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ "ଭାରତୀୟ ଏବଂ ସନାତନ ସଂସ୍କୃତିକୁ ଅପମାନିତ କରୁଛନ୍ତି" ବୋଲି କହି ବିଜେପି ନିନ୍ଦା କରିଛି।

Advertisment

କହିରଖୁ ଯେ, ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପି ରାମ ନବମୀ ପର୍ବର ସୁଯୋଗ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦଙ୍ଗା ସୃଷ୍ଟି କରିବ ବୋଲି ଦୁଇ ଦିନ ପୂର୍ବେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କ ଦଳର ଲୋକମାନେ ଏନଆଇଏ ତଦନ୍ତ ଦାବି କରିଥିଲେ। ବିଜେପିର ଜାଲରେ ନ ପଡ଼ିବା ପାଇଁ ମମତା ଲୋକଙ୍କୁ ଚେତାବନୀ ଦେଇଥିଲେ। ଏହାପରେ ବିଜେପି ନେତାମାନେ ମମତାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧ ଅଶାନ୍ତି ସୃଷ୍ଟି କରୁଥିବା ନେଇ ଅଭିଯୋଗ ଆଣିଥିଲେ।

Bjp Ram Navami Mamata Banerjee TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe