Advertisment

ପୁଲିସକୁ ମମତାଙ୍କ ଚେତାବନୀ, ରବିବାର ସୁଦ୍ଧା ତଦନ୍ତ ନ ସରିଲେ...

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପୁଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

author-image
Debibandita Barick
ଅଦ୍ୟତନ ହୋଇଛି
Students Protest

Students Protest

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପୁଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ରବିବାର ସୁଦ୍ଧା ତଦନ୍ତ ନ ସରିବ, ତେବେ ମାମଲାକୁ ସିବିଆଇକୁ ହସ୍ତାନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

Advertisment

ଟ୍ରେନି ଡାକ୍ତରଙ୍କ ସହ ଏପରି ପାଶବୀୟ କାଣ୍ଡରେ ହସ୍ପିଟାଲ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ପରେ ମାମଲାର ତୁରନ୍ତ ତଦନ୍ତ ସାରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା। ସେ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି।

ସେ କହିଛନ୍ତି, "ଏହି ଘଟଣାର ତଦନ୍ତ ପାଇଁ ଆମେ ଏକ ଡଗ୍ ସ୍କ୍ୱାଡ୍ ଏବଂ ଫରେନସିକ୍ ବିଭାଗକୁ ନିୟୋଜିତ କରିଛୁ। ଯଦି ରବିବାର ସୁଦ୍ଧା କୋଲକାତା ପୁଲିସ ଏହାର ସମାଧାନ କରିବାରେ ଅସମର୍ଥ ହୁଏ, ତେବେ ଆମେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବୁ।"

Advertisment

ହସ୍ପିଟାଲର ସୁରକ୍ଷାକର୍ମୀ ଏବଂ ନର୍ସମାନଙ୍କ ଉପସ୍ଥିତି ସତ୍ତ୍ୱେ ଏପରି ଘଟଣା ଘଟିବା ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ମାମଲାରେ ହସ୍ପିଟାଲର କାହାର ହାତ ଥିବା ସନ୍ଦେହ କରା ଯାଉଥିବାରୁ ପୁଲିସକୁ ଏ ଉପରେ ଗୁରୁତ୍ୱ ଦେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ମେଡିକାଲ କଲେଜର ପ୍ରିନ୍ସିପାଲ, ବିଭାଗର ମୁଖ୍ୟ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ କମ ଭାଇସ ପ୍ରିନ୍ସପାଲ (ଏମଏସଭିପି) ଏବଂ ଏଏସପିଙ୍କୁ ପଦବୀରୁ ହଟାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି।

ପ୍ରକାଶ ଥାଉକି, ଅଗଷ୍ଟ 9ରେ ମେଡିକାଲ କଲେଜର ସେମିନାର ହଲରୁ ଜଣେ ପିଜି ଟ୍ରେନି ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବ୍ୟବଚ୍ଛେଦ ପରେ ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରିଥିବା ଜଣାପଡିଥିଲା। ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲେ ମଧ୍ୟ ସୁରକ୍ଷା ଓ ନ୍ୟାୟ ଦାବି କରି ପଶ୍ଚିମବଙ୍ଗର ବିଭିନ୍ନ ମେଡିକାଲ କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ତୀବ୍ର ହେବା ପରେ ମୁଖ୍ୟମନ୍ତ୍ରୀ ମମତା ମାମଲାର ତୁରନ୍ତ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

Murder Mamata Banerjee Crime Kolkata Doctor Murder Case