Advertisment

ଜରୁରିକାଳୀନ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର

ମମତା ଜଲପାଇଗୁଡ଼ିରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏହାପରେ ହେଲିକପ୍ଟର ଯୋଗେ ବାଗଡୋଗ୍ରା ଏୟାରପୋର୍ଟ ଅଭିମୁଖେ ଉଡ଼ାଣ ଭରିଥିଲେ। ହେଲେ ହେଲିକପ୍ଟରଟି ବୈକୁଣ୍ଠପୁର ଜଙ୍ଗଲ ଉପରେ ରହିଥିବା ବେଳେ ଏହା ଖରାପ ପାଗର ସମ୍ମୁଖୀନ ହୋଇଥିଲା।

TMC

TMC

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଆଜି ମଧ୍ୟାହ୍ନରେ ସିଲିଗୁଡ଼ିରେ ଜରୁରିକାଳୀନ ଅବତରଣ କରିଛି। ଖରାପ ପାଗ ପାଇଁ ମମତାଙ୍କ ହେଲିକପ୍ଟର ସେଭୋକେ ଏୟାର ବେସ୍‌ରେ ସୁରକ୍ଷିତ ଭାବେ ଅବତରଣ କରିଥିବା ଜଣେ ଅଧିକାରୀ କହିଛନ୍ତି।

Advertisment

ମମତା ଜଲପାଇଗୁଡ଼ିରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏହାପରେ ହେଲିକପ୍ଟର ଯୋଗେ ବାଗଡୋଗ୍ରା ଏୟାରପୋର୍ଟ ଅଭିମୁଖେ ଉଡ଼ାଣ ଭରିଥିଲେ। ହେଲେ ହେଲିକପ୍ଟରଟି ବୈକୁଣ୍ଠପୁର ଜଙ୍ଗଲ ଉପରେ ରହିଥିବା ବେଳେ ଏହା ଖରାପ ପାଗର ସମ୍ମୁଖୀନ ହୋଇଥିଲା। ତେଣୁ ହେଲିକପ୍ଟରର ଜରୁରୀ ଅବତରଣ ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ।

ଜଣେ ଅଧିକାରୀ କହିଛନ୍ତି, “ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାରୁ ପାଇଲଟ ଜରୁରିକାଳୀନ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ହେଲିକପ୍ଟରକୁ ସିଲିଗୁଡ଼ିର ସେଭୋକେ ଏୟାର ବେସ୍‌ରୁ ଅବତରଣ କରାଯାଇଥିଲା।”

Advertisment

ହେଲିକପ୍ଟର ଏୟାର ବେସ୍‌ରେ ଲ୍ୟାଣ୍ଡ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ସଡ଼କ ମାର୍ଗରେ ବାଗଡୋଗ୍ରା ଏୟାରପୋର୍ଟ ଯାଇଥିଲେ। ସେଠାରୁ ବିମାନ ଯୋଗେ କୋଲକାତା ଯାଇଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ବର୍ତ୍ତମାନ ମମତା ପଶ୍ଚିମବଙ୍ଗର ଉତ୍ତର ଭାଗରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ଜୁଲାଇ ୮ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ।

Mamata Banerjee West Bengal TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe