Advertisment

ବେଙ୍ଗଲ ଓ ଓଡ଼ିଶା ଦଖଲ ପାଇଁ ଧମକ ଦେଲେ ବାଂଲାଦେଶ ନେତା

ବାଂଲାଦେଶରୁ ଉତ୍ତେଜନା ସୃଷ୍ଟିକାରୀ ବୟାନ ଆସୁଥିବା ବେଳେ ମମତା ମିଡିଆ ଓ ରାଜନେତାମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ଏପରି ଉତ୍ତେଜନା ସୃଷ୍ଟିକାରୀ ବୟାନ ସୀମାନ୍ତ ରାଜ୍ୟର ଶାନ୍ତି ଓ ସ୍ଥିରତା ଉପରେ କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Bengal

Bengal

Advertisment

ବାଂଲାଦେଶ ଓ ଭାରତ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ଭିତରେ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ବା ବିଏନପି ପକ୍ଷରୁ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦିଆଯାଉଛି। ନିକଟରେ ବିଏନପିର ଜଣେ ନେତା ଭାରତକୁ ତୀବ୍ର ସମାଲୋଚନା କରିବା ସହ ବାଂଲାଦେଶ ଖୁବଶୀଘ୍ର ପଡ଼ୋଶୀ ବେଙ୍ଗଲ, ଓଡ଼ିଶା ଓ ବିହାରକୁ ନିଜ ଦଖଲକୁ ନେବ ବୋଲି ଧମକ ଦେଇଥିଲେ। ସେହିପରି ବାଂଲାଦେଶର ୨ ଜଣ ଆର୍ମି ଭେଟରାନ ମଧ୍ୟ କହିଥିଲେ ଯେ ଦେଶର ସେନା ମାତ୍ର କିଛି ଦିନ ମଧ୍ୟରେ ବେଙ୍ଗଲକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଯିବ। 

Advertisment

ଆଜି ବିଏନପି ଓ ଆର୍ମି ଭେଟରାନଙ୍କ ବୟାନର କଡ଼ା ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଧାନସଭା ଭିତରେ ସେ କହିଛନ୍ତି ଯେ “ତୁମେମାନେ ବେଙ୍ଗଲ, ବିହାର ଓ ଓଡ଼ିଶାକୁ ଦଖଲ କରିନେବେ। ଆମେ ବୋଧେ ଲଲିପପ ଖାଇବୁ? ତୁମେମାନେ ଏକଥା ଭୁଲରେ ମଧ୍ୟ ଚିନ୍ତା କରନାହିଁ।”

ବାଂଲାଦେଶରୁ ଉତ୍ତେଜନା ସୃଷ୍ଟିକାରୀ ବୟାନ ଆସୁଥିବା ବେଳେ ମମତା ମିଡିଆ ଓ ରାଜନେତାମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ଏପରି ଉତ୍ତେଜନା ସୃଷ୍ଟିକାରୀ ବୟାନ ସୀମାନ୍ତ ରାଜ୍ୟର ଶାନ୍ତି ଓ ସ୍ଥିରତା ଉପରେ କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Advertisment

ବିଧାନସଭାରେ ମମତା କହିଛନ୍ତି, ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସମସ୍ତେ ଚିନ୍ତିତ। ହିନ୍ଦୁ, ମୁସଲିମ, ଶିଖ କିମ୍ବା ଖ୍ରୀଷ୍ଟିୟାନ ଦଙ୍ଗା ସୃଷ୍ଟି କରନ୍ତି ନାହିଁ। ଅସାମାଜିକ ତତ୍ତ୍ୱମାନେ ହିଁ ଦଙ୍ଗା ଆରମ୍ଭ କରନ୍ତି। ଆମେ ଏମିତି କିଛି ବୟାନ ଦେବା ନାହିଁ, ଯାହା ବେଙ୍ଗଲରେ ଖରାପ ସ୍ଥିତି ସୃଷ୍ଟି କରିବ। ବାଂଲାଦେଶରେ ହେଉଥିବା ଅତ୍ୟାଚାର ବିରୋଧରେ ଉଭୟ ହିନ୍ଦୁ ଓ ମୁସଲିମ ସଂଖ୍ୟାଲଘୁ ଏଠାରେ ବିକ୍ଷୋଭ କରୁଥିବାରୁ ମୁଁ ବହୁତ ଖୁସି। ଏହା ଆମର ଧର୍ମନିରପେକ୍ଷ ପ୍ରକୃତିକୁ ଦର୍ଶାଉଛି ବୋଲି ମମତା କହିଛନ୍ତି।

ସେ ଆହୁରି କହିଛନ୍ତି, “ବେଙ୍ଗଲରେ ସଂଖ୍ୟାଲଘୁ ନେତାମାନେ ଶୋଭାଯାତ୍ରା କରିବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ସେମାନଙ୍କୁ ଏହା ନ କରିବାକୁ କହୁଛି। କାରଣ ଅନେକ ଲୋକ ଏହି ଶୋଭାଯାତ୍ରାରୁ ନିଜ ଫାଇଦା ହାସଲ କରିବା ପାଇଁ ଚେଷ୍ଟା କରିବେ। ସେମାନେ ଆଉ ଗୋଟିଏ ଦଙ୍ଗା ସୃଷ୍ଟି କରିବେ। ଆମେ ଦଙ୍ଗା ଚାହୁଁନାହୁଁ। ଆମେ ଶାନ୍ତି ଚାହୁଁ। ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିୟାନଙ୍କ ଦେହରେ ସମାନ ରକ୍ତ ବୋହୁଛି।”

ବାଂଲାଦେଶ ସ୍ଥିତି ଉପରେ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ସତର୍କତା ଅବଲମ୍ବନ କରିବାକୁ ମମତା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ଏହା ଉତ୍ତର ପ୍ରଦେଶ କିମ୍ବା ରାଜସ୍ଥାନ ନୁହେଁ। ଆମେ ଆପଣମାନଙ୍କୁ ବ୍ୟାନ କିମ୍ବା ଗିରଫ କରିବୁ ନାହିଁ। କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଅନେକ ଫେକ ଭିଡିଓ ମାର୍କେଟକୁ ଛଡ଼ା ଯାଉଛି।

ଗୋଟିଏ ରାଜନୀତିକ ଦଳ ନିଆଁ ଲଗାଇବାକୁ ଚାହୁଁଛି। ଉଭୟ ସଂପ୍ରଦାୟର ଲୋକ ଏଥିପ୍ରତି ସତର୍କ ରୁହନ୍ତୁ। ଏହାକୁ ଯିଏ ରାଜନୀତିକ ରୂପ ଦେବାକୁ ଚାହୁଁଛନ୍ତି, ସେମାନେ ମନେ ରଖିବା ଦରକାର ଯେ ଏହା ଆପଣମାନଙ୍କ ରାଜ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇବ।”

Mamata Banerjee Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe