Advertisment

ମୁଣ୍ଡ କାଟିଦେଲେ ବି ବଢେଇବିନି ଡିଏ: ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରୀ କର୍ମଚାରୀଙ୍କୁ ଶୁଣାଇଛନ୍ତି ସିଧା କଥା।

Mamata Banerjee

Mamata Banerjee

Advertisment

ଆଗ୍ରେସିଭ୍ ଅନ୍ଦାଜ ପାଇଁ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରୀ କର୍ମଚାରୀଙ୍କୁ ଶୁଣାଇଛନ୍ତି ସିଧା କଥା। ଯଦି ଆନ୍ଦୋଳନ କରୁଛ କର। ହେଲେ ଡିଏ ବଢାଇବା ଦାବି ଭୁଲିଯାଅ। ରାଜ୍ୟ ସରକାରଙ୍କ ପାଖରେ ଏତେ ରାଜସ୍ୱ ନାହିଁ। ଏପରିକି ତାଙ୍କ ମୁଣ୍ଡ କାଟିଦେଲେ ବି ଡିଏ ଅର୍ଥାତ୍ ମହଙ୍ଗା ଭତ୍ତା ବଢାଇବେନି ବୋଲି ସଫା ସଫା କହିଛନ୍ତି ଦିଦି। 

Advertisment

କେନ୍ଦ୍ର ସରକାର ଦେଉଥିବା ମହଙ୍ଗା ଭତ୍ତା ସହ ସମାନ ଡିଏ ଦାବି କରି ଆନ୍ଦୋଳନରେ ବସିଛନ୍ତି ପଶ୍ଚିମବଙ୍ଗ ସରକାରୀ କର୍ମଚାରୀ। ଲଗାତର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ତେବେ ମମତା ବାନାର୍ଜୀ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ବିରୋଧୀଙ୍କ ସମର୍ଥିତ ପ୍ରଦର୍ଶନ କହି ଅସନ୍ତୋଷ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗର ସଂଗ୍ରାମୀ ଯୋଦ୍ଧା ମଂଚ ସମେତ ଅନେକ କର୍ମଚାରୀ ସଂଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ଏହାକୁ ନେଇ ବିଧାନସଭାରେ ବି ଘମାଘୋଟ ଆଲୋଚନା ହୋଇଛି। 

ଗୃହରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବେତନ ମଧ୍ୟରେ ଥିବା ଅନ୍ତରକୁ ଦର୍ଶାଇଛନ୍ତି। ଟିଏମସି ସରକାର ନିଜ କର୍ମଚାରୀଙ୍କୁ ପୂର୍ବରୁ ହିଁ ୧୦୫ ପ୍ରତିଶତ ଡିଏ ଦେଉଥିବା କହିଛନ୍ତି ମମତା। 

Advertisment

କେବଳ ସେତିକି ନୁହେଁ, ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ, ଆପଣଙ୍କୁ କେତେ ଟଙ୍କା ଦରକାର? କେତେ ଦେଲେ ଆପଣ ସନ୍ତୁଷ୍ଟ ହେବେ? ଯଦି ଆପଣ ମୋତେ ପସନ୍ଦ କରୁନାହାନ୍ତି ତେବେ ମୋ ମୁଣ୍ଡ କାଟିଦିଅନ୍ତୁ ବୋଲି କହିଥିଲେ ମମତା। ଏଥିସହ ବିଜେପି ଶାସିତ ରାଜ୍ୟ ତ୍ରିପୁରା ଏବଂ ଉତ୍ତର ପ୍ରଦେଶରେ ସରକାର କର୍ମଚାରୀଙ୍କୁ ପେନସନ ଦେଉନଥିବା ବେଳେ ପଶ୍ଟିମ ବଙ୍ଗ ସରକାର ତାହା ଦେଉଥିବା କହିଥିଲେ ମମତା।

Mamata Banerjee West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe