Advertisment

Bangladesh Election: ବାଂଲାଦେଶ ବିଜୟ ପାଇଁ ‘ଭାଇ ତାରିକ’ଙ୍କୁ ଫୁଲ ଓ ମିଠା ପଠାଇଲେ ମମତା ବାନାର୍ଜୀ

ମମତା ପଠାଇଥିବା ଫୁଲ, ଶୁଭେଚ୍ଛା ଓ ମିଠାକୁ ଗୁଲଶନରେ ଥିବା ବିଏନପି ଅଧ୍ୟକ୍ଷ ତାରିକ ରହମନଙ୍କ ରାଜନୀତିକ ଅଫିସର ମିଡିଆ ସେଲ ସଦସ୍ୟ ଅତିକୁର ରହମନ ରୁମାନ ଗ୍ରହଣ କରିଛନ୍ତି।

Bangladesh

ମମତା ପଠାଇଥିବା ମିଠା ଓ ଫୁଲ

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶର ଭାବୀ ପ୍ରଧାନମନ୍ତ୍ରୀ ତାରିକ ରହମନଙ୍କୁ ଫୁଲ ଓ ମିଠା ପଠାଇଛନ୍ତି। ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନ(Bangladesh Election)ରେ ତାରିକଙ୍କ ରାଜନୀତିକ ଦଳ ବିଏନପି ଐତିହାସିକ ବିଜୟ ହାସଲ କରିଥିବାରୁ ମମତା ତାଙ୍କୁ ଶଭେଚ୍ଛା ଜଣାଇ ଭାଇ ବୋଲି ସମ୍ବୋଧନ କରିଛନ୍ତି। ଶୁଭେଚ୍ଛା ଆକାରରେ ସେ ମିଠା ଓ ପୁଲ ‘ଭାଇ ତାରିକ’ଙ୍କ ପାଖକୁ ପଠାଇଛନ୍ତି।

Advertisment

ମମତା ପଠାଇଥିବା ଫୁଲ, ଶୁଭେଚ୍ଛା ଓ ମିଠାକୁ ଗୁଲଶନରେ ଥିବା ବିଏନପି ଅଧ୍ୟକ୍ଷ ତାରିକ ରହମନଙ୍କ ରାଜନୀତିକ ଅଫିସର ମିଡିଆ ସେଲ ସଦସ୍ୟ ଅତିକୁର ରହମନ ରୁମାନ ଗ୍ରହଣ କରିଛନ୍ତି। ଗୁଲଶାନ ଅଫିସର ସ୍ପେଶାଲ ଅଫିସର ମେହେଦୁଲ ଇସଲାମ ମେହେଦି ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ। 

ଏହାପୂର୍ବରୁ ମମତା ବାନାର୍ଜୀ ଏକ୍ସରେ ମଧ୍ୟ ବାଂଲାଦେଶ ନାଶନାଲିଷ୍ଟ ପାର୍ଟି ବା ବିଏନପି ଓ ଏହାର ଅଧ୍ୟକ୍ଷ ତାରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ “ବାଂଲାଦେଶର ସବୁ ଭାଇ, ଭଉଣୀ ଓ ସମସ୍ତ ଲୋକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା।

Advertisment

ଆପଣ ସମସ୍ତଙ୍କୁ ଆଗୁଆ ରମଜାନର ଶୁଭକାମନା। ଏହି ଦମଦାର ବିଜୟ ପାଇଁ ମୋର ତାରିକ ଭାଇ, ତାଙ୍କ ପାର୍ଟି ଓ ସମସ୍ତ ଦଳକୁ ମୋର ଶୁଭେଚ୍ଛା। ଆପଣମାନେ ସମସ୍ତେ ସୁସ୍ଥ ଓ ଖୁସି ରୁହନ୍ତୁ ବୋଲି ପ୍ରାର୍ଥନା କରୁଛି।” ଏହି ବାର୍ତ୍ତାରେ ସେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇ ରହିବାର ଆଶା ମଧ୍ୟ ମମତା କରିଛନ୍ତି। ମମତା ବାନାର୍ଜୀଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାଂଲାଦେଶ ବିଜୟ ପାଇଁ ତାରିକ ରହମନ ଓ ତାଙ୍କ ଦଳକୁ ଶୁଭେଚ୍ଛା ଜଣାଇଥିଲେ। 

ଗୁରୁବାର ବାଂଲାଦେଶରେ ଶେଷ ହୋଇଥିଲା ୧୩ତମ ସାଧାରଣ ନିର୍ବାଚନ। ଶୁକ୍ରବାର ମୋଟ ୩୦୦ଟି ସଂସଦୀୟ ଆସନରୁ ୨୯୭ଟି ନିର୍ବାଚନ ରେଜଲ୍ଟ ଘୋଷଣା କରିଥିଲେ। ଏହା ମଧ୍ୟରୁ ବିଏନପି ଓ ଏହାର ସହଯୋଗୀ ଦଳ ୨୧୨ଟି ଆସନ ଜିତିଛନ୍ତି।

୧୧ଟି ଦଳର ନେତତୃତ୍ୱ ନେଉଥିବା ଜମାତ ଇ ଇସଲାମୀ ୭୭ଟି ଆସନ ଜିତିଥିବା ବେଳେ ଇସଲାମୀ ଆନ୍ଦୋଳନ ବାଂଲାଦେଶ ଗୋଟିଏ ଓ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। 

Bangladesh Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe