Advertisment

ଚେତାବନୀ ପରେ ଡାକ୍ତରଙ୍କ ସହ କଥା ହେଲେ, ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

କଥା ହେବା ବେଳେ ସେ ଡାକ୍ତରମାନଙ୍କୁ ଆମରଣ ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି। ମମତାଙ୍କ କହିବା କଥା ଯେ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସବୁ ଦାବିକୁ ପୂରଣ କରାଯାଇଛି।

author-image
Hemant Lenka
Kolkata

Kolkata

ଆନ୍ଦୋଳନରତ ଡାକ୍ତରଙ୍କ ସହ ଚାଲିଥିବା ଅଚଳାବସ୍ଥା ଦୂର କରିବା ପାଇଁ ଉଦ୍ୟମ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ଆନ୍ଦୋଳନରତ ଡାକ୍ତରଙ୍କୁ ବୁଝାଇବା ପାଇଁ ଫୋନରେ ସେମାନଙ୍କ ସହ କଥା ହୋଇଛନ୍ତି।

Advertisment

କଥା ହେବା ବେଳେ ସେ ଡାକ୍ତରମାନଙ୍କୁ ଆମରଣ ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି। ମମତାଙ୍କ କହିବା କଥା ଯେ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସବୁ ଦାବିକୁ ପୂରଣ କରାଯାଇଛି। ଗୋଟିଏକୁ ଛାଡ଼ି ଅନ୍ୟ ସବୁ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯାଇଛି।

ସୋମବାର ମମତା ବାନାର୍ଜୀ ଡାକ୍ତରମାନଙ୍କୁ ଦେଖା କରିବାକୁ କହିଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ସଚିବ ଏନଏସ ନିଗମଙ୍କୁ ହଟାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ମଧ୍ୟରୁ କିଛି ଜଣ ଅକ୍ଟୋବର ୫ରୁ କୋଲକାତାର ଏସପ୍ଲାନେଡ ଅଞ୍ଚଳରେ ଆମରଣ ଅନଶନ କରୁଛନ୍ତି।

Advertisment

ସୋମବାର ସୁଦ୍ଧା ଯଦି ସେମାନଙ୍କର ସମସ୍ତ ଦାବିକୁ ପୂରଣ ନ କରାଯାଏ, ତା’ହେଲେ ପୂରା ରାଜ୍ୟରେ ଥିବା ସମସ୍ତ ସରକାରୀ ହସ୍ପିଟାଲରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ହସ୍ପିଟାଲର ସୁରକ୍ଷାକୁ ସଶକ୍ତ କରିବା, ସିସିଟିଭି କ୍ୟାମେରା ଲଗାଇବା ଓ ସମସ୍ତ ପ୍ରକାରର ସୁରକ୍ଷା ଦେବା ସହ ହସ୍ପିଟାଲ ଓ ମେଡିକାଲ କଲେଜ କାଉନସିଲ ନିର୍ବାଚନ ଓ ସ୍ୱାସ୍ଥ୍ୟ ସଚିବ ନିଗମଙ୍କ ବହିଷ୍କାର ଦାବି କରୁଛନ୍ତି ଆନ୍ଦୋଳନରତ ଡାକ୍ତର।

ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେବେଠାରୁ ଆନ୍ଦୋଳନ ଜାରି ରହିଛି।

ଶନିବାର ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ମଧ୍ୟ ଆନ୍ଦୋଳନସ୍ଥଳକୁ ଯାଇ ଡାକ୍ତରମାନଙ୍କ ସହ କଥା ହୋଇଥିଲେ।

ମୁଖ୍ୟମନ୍ତ୍ରୀ ମମତା ସେମାନଙ୍କ ସହ କଥା ହୋଇ ଆନ୍ଦୋଳନ କରିବାର ଅଧିକାରୀ ଅଛି। ହେଲେ ସ୍ୱାସ୍ଥ୍ୟ ସେବାକୁ ପ୍ରଭାବିତ କରିବାର ଅଧିକାର ସେମାନଙ୍କର ନାହିଁ ବୋଲି ମମତା କହିଛନ୍ତି।

West Bengal RG Kar Medical College