Advertisment

ମମତା ବାନାର୍ଜୀ ଗୁରୁତର ଆହତ

ମମତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଦଳ ସମସ୍ତଙ୍କୁ ଅନୁରୋଧ କରିଛି

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

ଗୁରୁତର ଆହତ ହୋଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଘରେ ପଡ଼ିଯିବାରୁ ସେ ଆହତ ହୋଇଛନ୍ତି। ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରି ଦିଆଯାଇଛି। ମମତାଙ୍କ ସହିତ ତାଙ୍କ ପୁତୁରା ଓ ପରିବାରର ଅନ୍ୟ ସଦସ୍ୟମାନେ ଅଛନ୍ତି।  

Advertisment

ମମତା ଆହତ ହୋଇଥିବା ନେଇ ପ୍ରଥମେ ତୃଣମୂଳ କଂଗ୍ରେସ ତା’  X (ପୂର୍ବର ଟ୍ୱିଟ୍‌ର) ଯୋଗେ ସୂଚନା ଦେଇଥିଲା। Xରେ ମମତାଙ୍କ କିଛି ଫଟୋ ଶେଆର କରିଥିଲା ଦଳ। ସେଥିରେ ମମତା ଡାକ୍ତରଖାନାରେ ବେଡ୍‌ରେ ଶୋଇଥିବା ବେଳେ ତାଙ୍କ କପାଳରୁ ବହି ଆସିଥିଲା ରକ୍ତ। ତାଙ୍କ କପାଳରେ ସୃଷ୍ଟି ହୋଇଥିଲା ଗଭୀର କ୍ଷତ। ମମତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଦଳ ସମସ୍ତଙ୍କୁ ଅନୁରୋଧ କରିଥିଲା। 

ଘରେ ପଡ଼ିଯିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ କୋଲକାତାର ଏସ୍‌ଏସ୍‌କେଏମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ଚିକିତ୍ସା କରାଯିବା ପରେ ଓ ସମସ୍ତ ପ୍ରକାର ପରୀକ୍ଷା କରାଯିବା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।  

Advertisment

Mamata Banerjee TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe