Advertisment

ରାମନବମୀରେ ହିଂସା ପାଇଁ ମମତା ଦାୟୀ: ବିଜେପି

ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି।

author-image
Tapas Behera
mamata banerjee

mamata banerjee

ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଓ ଏହାର ପରଦିନ ହୋଇଥିବା ହିଂସାକୁ ନେଇ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଜେପି ଏଥିରେ ସନ୍ତୁଷ୍ଟ ନୁହେଁ। ହିଂସାର ଯାଞ୍ଚ ଏନଆଇଏ କରୁ ବୋଲି ବିଜେପି ଦାବି କରିଛି। ବିଧାନସଭାରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ନେଇ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଥିରେ ରାମନବମୀରେ ହୋଇଥିବା ହିଂସାକୁ ନେଇ ଏନଆଇଏ ଯାଞ୍ଚ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

Advertisment

ହିଂସା ପାଇଁ ମମତା ବାନାର୍ଜୀଙ୍କ ତୁଷ୍ଟି କରଣ ରାଜନୀତିକୁ ଦାୟୀ କରିଛନ୍ତି ସେ କହିଛନ୍ତି । ମମତା ବାନାର୍ଜୀ ସରକାର ଦେଶ ବିରୋଧି ଶକ୍ତିକୁ ରୋକିବାକୁ ଅସମର୍ଥ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ଏହି ହିଂସା ପାଇଁ ମମତା ବାନାର୍ଜୀ ଓ ତାଙ୍କ ଦଳ ଦାୟୀ । ତାଙ୍କ ରଜନୀତି ଯୋଗୁ ଆଜି ପଶ୍ଚିମବଙ୍ଗରେ ନିଆଁ ଜଳୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାମନବମୀରେ ହାୱଡାରେ ହୋଇଥିବା ହିଂସାକୁ ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। ହାୱଡାରେ ହୋଇଥିବା ହିଂସାକୁ ନେଇ ସେ ବିଜେପି ଉପରେ ଆଙ୍ଗୁଠି ଉଠାଇଛନ୍ତି। ମମତା ଦାବି କରିଛନ୍ତି ଯେ ରାମ ନବମୀ ଦିନ ହାୱଡାରେ ହୋଇଥିବା ହିଂସା ପାଇଁ ବିଜେପି ଓ ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନ ଦାୟୀ ।

ମୁଖ୍ୟମନ୍ତ୍ରୀ ସେଠାକାର ଲୋକଙ୍କୁ ଉକ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ରାମନବମୀର ଦ୍ୱିତୀୟ ଦିନରେ ବି ହାୱଡାର ଶିବପୁରରେ ପଥରମାଡ ହୋଇଥିଲା । ରାମନବମୀ ଉତ୍ସବ ମଧ୍ୟରେ ପଶ୍ଚିମବଙ୍ଗର ହାୱଡ଼ାରେ ବ୍ୟାପକ ହିଂସା ଉପୁଜିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବହୁ ପୋଡ଼ାଜଳା କ୍ଷୟକ୍ଷତି ହୋଇଥିଲା। ଅନେକ ଗାଡିରେ ନିଆଁ ଲଗାଯିବା ସହ ପରସ୍ପରକୁ ପଥରମାଡ଼ ହୋଇଥିଲା। ଦୋକାନ ବଜାର ବ୍ୟାପକ ଭଙ୍ଗାରୁଜା ହେବା ସହ ଲୁଟ୍‌ ଓ ମାରପିଟ ହୋଇଥିଲା। ହିଂସାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାମ ନବମୀ ଶୋଭାଯାତ୍ରା କାଜିପାରା ଅଞ୍ଚଳ ପାର ହେଉଥିଲା ବେଳେ ଏହି ହିଂସା ଉପୁଜିଥିଲା। ହିଂସା ସମୟରେ କିଛି ପୋଲିସ ଗାଡି ସମେତ ଅନେକ କାର ନଷ୍ଟ ହୋଇଛି। ଅରାଜକକାରୀଙ୍କୁ ଦମନ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲୁହବୁହା ଗ୍ୟାସଓ ଗୁଳି ଚଳାଇବାକୁ ପଡିଥିଲା।

Advertisment
Mamata Banerjee