Advertisment

ହନୁମାନ ଜୟନ୍ତୀ ପାଇଁ ସତର୍କ କରାଇଲେ ମମତା

ଏହି ଉତ୍ସବ ସମୟରେ ଅଘଟଣ ଘଟିବାକୁ ରୋକିବା ପାଇଁ ସେ ଚେତାବନୀ ଦେଇଛନ୍ତି।

author-image
Tapas Behera
Mamata banerjee

Mamata banerjee

ରାମ ନବମୀ ଅବସରରେ ବେଙ୍ଗଲରେ ହିଂସା ଓ ଅଶାନ୍ତି ଉପୁଜିବା ପରେ ଆସନ୍ତା ସୋମବାର ହେବାକୁ ଥିବା ହନୁମାନ ଜୟନ୍ତୀ ପାଇଁ ସତର୍କ କରାଇଦେଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଉତ୍ସବ ସମୟରେ ଅଘଟଣ ଘଟିବାକୁ ରୋକିବା ପାଇଁ ସେ ଚେତାବନୀ ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ଆସନ୍ତା ଏପ୍ରିଲ୬ ପାଇଁ ମୁଁ ଲୋକଙ୍କୁ ସତର୍କ ରହିବାକୁ ଚାହୁଁଛି। ଆମେ ବଜରଙ୍ଗବାଲିଙ୍କୁ ସମ୍ମାନ ଦେଉଛୁ। କିନ୍ତୁ ଦଙ୍ଗା ପାଇଁ ସେମାନଙ୍କର ଯୋଜନା ଥାଇପାରେ ବୋଲି ସେ କହିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗର ହାଓଡ଼ାରେ ରାମ ନବମୀ ଶୋଭାଯାତ୍ରାରେ ସଂଗଠିତ ହିଂସାକାଣ୍ଡରେ ଟେକାପଥର ଫିଙ୍ଗିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଲିନ୍‌ ଚିଟ୍‌ ଦେଇଥିବା କଥା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରି ସ୍ମୃତି ଇରାନୀ କହିଛନ୍ତି, ହାଓଡ଼ାରେ ରାମ ନବମୀ ଶୋଭାଯାତ୍ରା ବେଳେ ଟେକାପଥର ଫିଙ୍ଗା ହେଲା। ବିଚାର କରିବା ପରିବର୍ତ୍ତେ ମମତା ବନ୍ଦୋପାଧ୍ୟାୟ (ବାନାର୍ଜୀ) ଆଇନ ଉଲ୍ଲଂଘନ କରି ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିବା ଟେକାପଥର ଫିଙ୍ଗାଳିଙ୍କୁ ‘କ୍ଲିନ୍‌ ଚିଟ୍‌’ ଦେଇଛନ୍ତି। ଇରାନୀ ଅଭିଯୋଗ କରିଛନ୍ତି ଯେ, କଥା ହେଲା, ହିନ୍ଦୁ ସମ୍ପ୍ରଦାୟକୁ ମମତା କେତେ ଦିନ ଆକ୍ରମଣ କରୁଥିବେ।

Advertisment

ମମତାଙ୍କ ଶାସନ କାଳରେ ଏଇଟା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨୦୨୨ରେ ଲକ୍ଷ୍ମୀ ପୂଜାରେ ପୂଜାର୍ଚ୍ଚନା କରୁଥିବା ଦଳିତମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ସେତେବେଳେ ବି ସେ ନିରବ ରହିଥିଲେ। ଗୁରୁବାର ପୂର୍ବାହ୍ନରେ ରାମ ନବମୀ ପାଳନ ଚାଲିଥିବା ବେଳେ ହାଓଡ଼ାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହେବା ପରେ କେତେଗୁଡ଼ିଏ ଯାନବାହନରେ ନିଆଁ ଲଗାଇ ଦିଆଗଲା। ଶୋଭାଯାତ୍ରା ସମୟରେ ଦଙ୍ଗକାରୀମାନେ ବେସରକାରୀ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହିତ ଯାନବାହନରେ ନିଆଁ ଲଗାଇ ଥିଲେ।

India