Advertisment

ମୋଦିଙ୍କୁ ଚିଠି ଲେଖିଲେ ମମତା: କହିଲେ- ହଠାତ୍‌ ଅଚଳ ହୋଇଯାଉଛି ଲୋକଙ୍କ ଆଧାର କାର୍ଡ

ରାଜ୍ୟରେ ରହୁଥିବା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ଆଧାର କାର୍ଡ ହଠାତ୍‌ ଅଚଳ ହୋଇଯାଉଛି।

Mamata Banerjee

Mamata Banerjee

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାଜ୍ୟରେ ରହୁଥିବା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ଆଧାର କାର୍ଡ ହଠାତ୍‌ ଅଚଳ ହୋଇଯାଉଛି। ଏହା ପ୍ରକୃତ ନ୍ୟାୟର ଘୋର ଉଲ୍ଲଙ୍ଘନ ବୋଲି ସେ ଚିଠିରେ ଅଭିଯୋଗ କରିଛନ୍ତି।

Advertisment

ମମତା ଲେଖିଛନ୍ତି ଯେ “ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଯେ ହଠାତ୍‌ ଗୁରୁତର ପାତରଅନ୍ତର ଘଟଣା ବେଙ୍ଗଲରେ ଘଟୁଛି। ଲୋକଙ୍କ ଆଧାର କାର୍ଡ ଅଚଳ ହୋଇଯାଉଛି। ବିଶେଷ କରି ପଶ୍ଚିମବଙ୍ଗରେ ରହୁଥିବା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ଆଧାର କାର୍ଡ ଡି-ଆକ୍ଟିଭେଟ ହୋଇଯାଇଛି। ପୂର୍ବରୁ କୌଣସି ସୂଚନା ନ ଦେଇ ଆଧାର କାର୍ଡଗୁଡ଼ିକ ଅଚଳ କରି ଦିଆଯାଇଛି। 

ଆମେ ଜାଣିବାକୁ ପାଇଛୁ ଯେ ନୂଆଦିଲ୍ଲୀରେ ଥିବା UIDAIର ମୁଖ୍ୟାଳୟ କୌଣସି ଯାଞ୍ଚ କିମ୍ବା ଶୁଣାଣି ନ କରି କିମ୍ବା ରାଜ୍ୟ ସରକାରଙ୍କ ସହ ଆଲୋଚନା ନ କରି ସିଧାସଳଖ ଲୋକଙ୍କ ପାଖକୁ ଆଧାର କାର୍ଡ ଅଚଳ ହୋଇଯାଇଥିବା ନୋଟିସ ପଠାଇ ଦେଉଛି।

Advertisment

ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ କାରଣ ଜାଣିବା ପାଇଁ ରାଜ୍ୟ ପ୍ରଶାସନ ପାଖରେ ଭିଡ଼ ଲଗାଉଛନ୍ତି। ଲୋକମାନେ ଏପରି ଅଚଳ ଘଟଣାରେ ଭୟଭୀତ ହୋଇପଡ଼ିଛନ୍ତି। କୌଣସି କାରଣ ନଥାଇ ହଠାତ୍‌ ଆଧାର କାର୍ଡ ଅଚଳ କରିବା ପଛର କାରଣ ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହୁଁଛି।”

ଦିଦି ଆହୁରି ଅଭିଯୋଗ କରିଛନ୍ତି ଯେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସାମାଜିକ କଲ୍ୟାଣକାରୀ ଯୋଜନାରୁ ବାଦ ଦେବା ପାଇଁ ଏହା ଏକ ଯୋଜନାବନ୍ଧ ଷଡ଼ଯନ୍ତ୍ର। ଚିଠି ଲେଖିବା ପୂର୍ବରୁ ମମତା ବାନାର୍ଜୀ ଏ ପ୍ରସଙ୍ଗରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ।

ସେ କହିଥିଲେ. “ଏକଦା କେନ୍ଦ୍ର ସରକାର ବିମୁଦ୍ରାକରଣକୁ ବ୍ୟବହାର କରି ଲୋକଙ୍କୁ ନିର୍ଯାତନା ଦେଇଥିଲେ। ଏହାପରେ ଲୋକଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଥିଲେ। କାର୍ଡ ତିଆରି କରିବା ପାଇଁ ଆପଣ ୧ ହଜାର ଟଙ୍କାର ଫି’ ବ୍ୟବସ୍ଥା କରିଥିଲେ। ଏହା ରାଜ୍ୟ ସରକାରଙ୍କ ହାତରେ ନଥିଲା। ଏହି ସବୁ କାର୍ଡ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହିଛି। ଏବେ ଲୋକମାନେ କ’ଣ ସମସ୍ତ ପ୍ରକାରର ସରକାରୀ ଯୋଜନାରୁ ବଞ୍ଚିତ ହେବେ?”

Mamata Banerjee Narendra Modi PM Modi Mamata Didi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe