Advertisment

ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ: ମମତାଙ୍କୁ ଭେଟିଲେ ନୀତୀଶ କୁମାର ଓ ତେଜସ୍ୱୀ

ଦୀର୍ଘ ସମୟର ରୁଦ୍ଧଦ୍ୱାର ବୈଠକ ପରେ ନୀତୀଶ କୁମାର, ମମତା ଓ ତେଜସ୍ୱୀ ଯାଦବ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

Bihar

Bihar

Advertisment

ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରମ୍ଭ କରିଥିବା ଉଦ୍ୟମ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଛି। ଆଜି ନୀତୀଶ କୁମାର ଓ ତାଙ୍କ ଡେପୁଟି ତେଜସ୍ୱୀ ଯାଦବ ପଶ୍ଚିମବଙ୍ଗର ହାୱଡାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ୩ ନେତା ୨୦୨୪ ପାଇଁ ଗଠନ ହେବାକୁ ଥିବା ସମ୍ଭାବ୍ୟ ବିରୋଧୀ ମେଣ୍ଟ ସମ୍ପର୍କ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

Advertisment

ଦୀର୍ଘ ସମୟର ରୁଦ୍ଧଦ୍ୱାର ବୈଠକ ପରେ ନୀତୀଶ କୁମାର, ମମତା ଓ ତେଜସ୍ୱୀ ଯାଦବ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ମମତା କହିଛନ୍ତି, “ଆମେ ଆଗକୁ ଏକାଠି ହୋଇ ବଢ଼ିବୁ। ଆମର କୌଣସି ବ୍ୟକ୍ତିଗତ ଅଂହକାର ନାହିଁ। ଆମେ ମିଳିତ ଭାବେ କାମ କରିବାକୁ ଚାହୁଁଛୁ।

ବିଜେପି କେମିତି ଜିରୋରରେ ପହଞ୍ଚିବ, ତାହା ହିଁ ମୂଳଲକ୍ଷ୍ୟ। ମୁଁ ନୀତୀଶ କୁମାରଙ୍କୁ ଗୋଟିଏ ମାତ୍ର ଅନୁରୋଧ କରିଛି। ଜୟପ୍ରକାଶଙ୍କ ବିପ୍ଳବ ବିହାରରୁ ଆରମ୍ଭ ହୋଇଥିଲା। ଯଦି ଆମେ ବିହାରରେ ସର୍ବଦଳୀୟ ବୈଠକ କରିପାରିବୁ, ତା’ହେଲେ ଆମେ ଆଗକୁ କୁଆଡ଼େ ଯିବୁ ତା’ର ନିଷ୍ପତ୍ତି ହୋଇପାରିବ। କିନ୍ତୁ ପ୍ରଥମେ ଆମେ ସମସ୍ତେ ଏକାଠି ଅଛୁ ବୋଲି ଗୋଟିଏ ବାର୍ତ୍ତା ଦେବାକୁ ପଡ଼ିବ। ମୁଁ ଆଗରୁ ମଧ୍ୟ କହି ସାରିଛି ବିରୋଧୀ ମେଣ୍ଟକୁ ନେଇ ମୋର କୌଣସି ଅସୁବିଧା ନାହିଁ। ମୁଁ ବିଜେପି କେମିତି ଶୂନ ହେବ, ସେଇଆ ଚାହେଁ। ସେମାନେ ମିଡିଆର ସମର୍ଥନ ଓ ମିଛର ପ୍ରଚାର କରି ବଡ଼ ହିରୋ ହୋଇଛନ୍ତି।”

Advertisment

ନୀତୀଶ କୁମାର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ଆମେ ଆଲୋଚନା କରିଛୁ। ବିଶେଷ କରି ସବୁ ଦଳ ଏକାଠି ଆସିବା ଓ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି।

ଆଗକୁ ଯାହା ବି ହେବ, ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି କରାଯିବ। ଯେଉଁମାନେ ଏବେ ଦେଶକୁ ଶାସନ କରୁଛନ୍ତି, ସେମାନେ ଦେଶ ପାଇଁ କିଛି କରିନାହାନ୍ତି। ସେମାନେ କେବଳ ନିଜର ପ୍ରଚାର କରୁଛନ୍ତି। ଦେଶର ବିକାଶ ପାଇଁ କିଛି ବି ହୋଇନି। ଆଜି ଆଲୋଚନା ସକାରାତ୍ମକ ରହିଛି। ବିରୋଧୀ ଦଳଗୁଡ଼ିକ ଏକାଠି ବସି ରଣନୀତି ପ୍ରସ୍ତୁତ କରିବା ଦରକାର।”

ଏହାପୂର୍ବରୁ ମମତା ଓ ନୀତୀଶ କୁମାର ପୃଥକ ପୃଥକ ଭାବେ ବିଭିନ୍ନ ରାଜନୀତିକ ଦଳର ନେତାମାନଙ୍କୁ ଭେଟିଥିଲେ। ୨୦୨୪ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ନେଇ କେମିତି ତୃତୀୟ ସାମ୍ମୁଖ୍ୟ ଗଠନ ହେବ, ସେଥିପାଇଁ ଆଜିର ବୈଠକରେ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଯଦି ସମସ୍ତେ ଏକାଠି ନ ହେଲେ, ତା’ହେଲେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ଓ ବିହାରର ମହାଗଠବନ୍ଧନ ଏକାଠି ୨୦୨୪ ନିର୍ବାଚନ ବେଳେ କାମ କରିବେ ବୋଲି କୁହାଯାଉଛି।

Mamata Banerjee Tejashwi Yadav Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe