Advertisment

କଂଗ୍ରେସକୁ ଝଟ୍‌କା! ଲାଲୁ କହିଲେ- ମମତାଙ୍କୁ ଦିଆଯାଉ 'ଇଣ୍ଡି' ମେଣ୍ଟର ଦାୟିତ୍ୱ

ଇଣ୍ଡିଆ ବ୍ଲକର ନେତୃତ୍ୱକୁ ନେଇ ଚାଲିଥିବା ଟଣାଓଟରା ଭିତରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବଡ଼ ବୟାନ ଦେଇଛନ୍ତି।

Lalu Yadav and Mamata

Lalu Yadav and Mamata

Advertisment

ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହେଲାଣି ଫାଟ। ଧୀର ଧୀରେ ଭାଗ ଭାଗ ହୋଇ ବିରୋଧର ସ୍ୱର ଉଠାଇଲେଣି ନେତା। ଲୋକସଭା ନିର୍ବାଚନ ଓ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିରୋଧୀଙ୍କ ପରାଜୟ ହୋଇ ହୋଇଛି। ଏହାପରେ ଇଣ୍ଡି ମେଣ୍ଟର ଦାୟିତ୍ୱ କଂଗ୍ରେସ ଠାରୁ କାଢ଼ି ଆଣି ତ୍ରୁଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଦେବା ପାଇଁ ଦାବି ଜୋର୍‌ ଧରିଛି।

Advertisment

ଇଣ୍ଡିଆ ବ୍ଲକର ନେତୃତ୍ୱକୁ ନେଇ ଚାଲିଥିବା ଟଣାଓଟରା ଭିତରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବଡ଼ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମେଣ୍ଟର ନେତା ଭାବରେ ଚୟନ କରବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ କରୁଥିବା ବିରୋଧର କୌଣସି ଅର୍ଥ ହିଁ ନାହିଁ। ମମତାଙ୍କୁ ହିଁ ଇଣ୍ଡି ମେଣ୍ଟର ନେତା କରାଯିବା ଉଚିତ୍।

Advertisment

ଏହି ସମୟ ମଧ୍ୟରେ ବିହାରରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ​​ତାଙ୍କ ଦଳ କ୍ଷମତାକୁ ଆସିବ ବୋଲି ଲାଲୁ ଯାଦବ ଦୃଢ଼ୋକ୍ତି ଦେଖାଇଛନ୍ତି। ଲାଲୁ ଯାଦବ ଦାବି କରିଛନ୍ତି ଯେ ତାଙ୍କ ଦଳ ୨୦୨୫ରେ ବିହାରରେ ସରକାର ଗଠନ କରିବାକୁ ଯାଉଛି। ନୀତୀଶ କୁମାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ଆସନ୍ତା ବର୍ଷ ବିହାରରେ ଆରଜେଡି ସରକାର ଗଠନ ହେବାକୁ ଯାଉଛି।

ଟିଏମ୍‌ସି ମୁଖିଆ ମମତା ବାନାର୍ଜୀ ନିକଟରେ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ବ୍ଲକର ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯଦି ମଉକା ମିଳେ ତେବେ ସେ ଇଣ୍ଡି ମେଣ୍ଟର ମଙ୍ଗ ଧରିବାକୁ ପ୍ରସ୍ତୁତ ବୋଲି ଇସାରା ଦେଇଥିଲେ।

Mamata Banerjee Lalu Prasad Yadav INDIA Bloc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe