Advertisment

୭ ଦିନରେ ଦୁଷ୍କର୍ମୀକୁ ମିଳିବ ଫାଶୀ: ସପ୍ତାହକରେ ଆଇନ ଆଣିବେ ମମତା

ରାଜ୍ୟ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ। ଆମେ ଦୁଷ୍କର୍ମ ବିରୋଧୀ ଆଇନ ପାସ କରାଇବୁ। ଏଥିରେ ଦୁଷ୍କର୍ମକାରୀକୁ ଅପରାଧର ୭ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ଭଳି ନିୟମ ରହିବ ବୋଲି ମମତା କହିଛନ୍ତି।

author-image
Hemant Lenka
Mamata

Mamata

ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରିବେ ପଶ୍ଚିମବଙ୍ଗ ସରକାର। ଆସନ୍ତା ସପ୍ତାହରେ ରାଜ୍ୟରେ ଲାଗୁ ହେବ ନୂଆ ଆଇନ। ଏଥିରେ ଦୁଷ୍କର୍ମୀକୁ ଅପରାଧର ୭ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିବ।

Advertisment

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏଭଳି ଘୋଷଣା କରିଛନ୍ତି। ଆଜି ଦଳର ଛାତ୍ର ସଂଗଠନର ପ୍ରତିଷ୍ଠା ଦିବସକୁ ମଧ୍ୟ ମମତା କୋଲକାତା ପୀଡ଼ିତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।

ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ରାଜ୍ୟ ସରକାର ଆସନ୍ତା ସପ୍ତାହରେ ଦୁଷ୍କର୍ମୀକୁ ଫାଶୀ ଦେବା ପାଇଁ ଗୋଟିଏ ଆଇନ ପ୍ରଣୟନ କରିବେ। କୋଲକାତା ହରରକୁ ନେଇ ବିଜେପି ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ମଧ୍ୟ ମମତା ସମାଲୋଚନା କରିଛନ୍ତି। ବିଜେପି ନ୍ୟାୟ ଚାହୁଁ ନାହିଁ। ସେମାନେ କେବଳ ବେଙ୍ଗଲକୁ ବଦନାମ କରିବାକୁ ଚାହୁଁଥିବା ମମତା କହିଛନ୍ତି।

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟାର ଦୋଷୀ ପାଇଁ ଫାଶୀ ଦଣ୍ଡ ଦାବି କରି ମମତା ବାନାର୍ଜୀ ଦୁଇ ଦିନ ଧାରଣାରେ ବସିବେ ବୋଲି ମଧ୍ୟ ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି, “ଫାଶୀ ଦଣ୍ଡ ଦାବିରେ ମୁଁ ସମସ୍ତ ବ୍ଲକକୁ ଅଗଷ୍ଟ ୩୧ରେ ବିକ୍ଷୋଭ କରିବାକୁ ଆହ୍ୱାନ ଦେଉଛି। ସେପ୍ଟେମ୍ବର ୧ରେ ସମସ୍ତ ମହିଳା ଫାଶୀ ଦଣ୍ଡ ଓ ଆଇନରେ ସଂଶୋଧନ କରିବା ପାଇଁ ବିକ୍ଷୋଭ କରନ୍ତୁ ବୋଲି ମୁଁ କହୁଛି।” ମମତା ନିଜେ ମଧ୍ୟ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ କୋଲକାତା ହରର ଦୋଷୀକୁ ତୁରନ୍ତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବେ।

ମମତା ବାନାର୍ଜୀ ଆହୁରି କହିଛନ୍ତି, ରାଜ୍ୟ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ। ଆମେ ଦୁଷ୍କର୍ମ ବିରୋଧୀ ଆଇନ ପାସ କରାଇବୁ। ଏଥିରେ ଦୁଷ୍କର୍ମକାରୀକୁ ଅପରାଧର ୭ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ଭଳି ନିୟମ ରହିବ।

Mamata Banerjee Kolkata Police Kolkata Doctor Rape And Murder Case