Advertisment

ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ପ୍ରିୟଙ୍କା!

୨୦୧୯ ନିର୍ବାଚନ ବେଳେ ମଧ୍ୟ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳିଥିଲା।

author-image
Jitendra Garnayak
Priyanka Gandhi and Narendra Modi

Priyanka Gandhi and Narendra Modi

୨୦୨୪ ଲୋକସଭା ନିର୍ବାଚନରେ ବାରାଣସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ଦିଲ୍ଲୀରେ ବସିଥିବା INDIA ମେଣ୍ଟର ଚତୁର୍ଥ ବୈଠକରେ ମମତା ଏହି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। INDIA ମେଣ୍ଟ ପକ୍ଷରୁ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବାକୁ ସେ କହିଥିବା ଜଣାପଡ଼ିଛି। କିଛି ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।

Advertisment

ଅନ୍ୟପକ୍ଷରେ ବୈଠକ ପରେ ମମତା ବାନାର୍ଜୀ ଗଣମାଧ୍ୟମ ସମ୍ମୁଖରେ ଏ ବିଷୟରେ କିଛି କହି ନଥିଲେ। ସେ କହିଥିଲେ, ବୈଠକରେ ଆଲୋଚନା ହୋଇଥିବା ସମସ୍ତ ପ୍ରସଙ୍ଗକୁ ଆମେ ବାହାରେ ପ୍ରକାଶ କରିପାରିବୁ ନାହିଁ।

ସେହିପରି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚଳିତ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆସନ ଭାଗବଣ୍ଟା ସୂତ୍ର ଚୂଡ଼ାନ୍ତ କରିବାକୁ ବୈଠକରେ ମମତା ପ୍ରସ୍ତାବ ଦେଇଥିଲେ ବୋଲି ଜଣାପଡ଼ିଛି। ଆସନ ଭାଗବଣ୍ଟା ନେଇ ରାଜ୍ୟ ସ୍ତରରେ ଡିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। ସେହିପରି ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଦଳୀୟ ନେତୃତ୍ୱ ସ୍ତରରେ ଏହି କାମ ଶେଷ କରିବାକୁ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି।

Advertisment

୨୦୧୯ ନିର୍ବାଚନ ବେଳେ ମଧ୍ୟ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଶେଷରେ କଂଗ୍ରେସ ସେଠାରୁ ଅଜୟ ରାଏଙ୍କୁ ପ୍ରାର୍ଥୀ କରିଥିଲା। ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। 

Congress Mamata Banerjee Narendra Modi India Priyanka Gandhi Vadra