Advertisment

୩ ମାସ ତଳେ ହୋଇଥିଲା ବିବାହ; ହୃଦଘାତରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ମୃତ ଦମ୍ପତି ହେଉଛନ୍ତି ଉତ୍ତର ପ୍ରଦେଶ ଗାଜିଆବାଦର ୨୫ ବର୍ଷୀୟ ଅଭିଷେକ ଅହଲୁୱାଲୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳି।

author-image
Debibandita Barick
ଅଦ୍ୟତନ ହୋଇଛି
Abhishek & Anjali's File Photo

Abhishek & Anjali's File Photo

ହସଖୁସିର ସଂସାର ନିମିଶକେ ଉଜୁଡି ଯାଇଛି। ହୃଦଘାତରେ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ସାତ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ।  ଗାଜିଆବାଦର ଏକ ନବଦମ୍ପତିଙ୍କ ଜୀବନରେ ଘଟିଛି ଏପରି ଏକ ଦୁଃଖଦ ଘଟଣା। 

Advertisment

ମୃତ ଦମ୍ପତି ହେଉଛନ୍ତି ଉତ୍ତର ପ୍ରଦେଶ ଗାଜିଆବାଦର ୨୫ ବର୍ଷୀୟ ଅଭିଷେକ ଅହଲୁୱାଲୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳି। ସେମାନଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ, ନଭେମ୍ବର ୩୦ରେ ଉଭୟଙ୍କର ବିବାହ ହୋଇଥିଲା।

ସୋମବାର ଦୁହେଁ ଦିଲ୍ଲୀ ପ୍ରାଣୀ ଉଦ୍ୟାନ ବୁଲିବାକୁ ଯାଇଥିଲେ। ସେଠାରେ ଅଭିଷେକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଅଞ୍ଜଳି ତାଙ୍କ ବନ୍ଧୁମାନଙ୍କୁ ଡାକି ତେଗ ବାହାଦୂର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହା ପରେ ସେଠାରୁ ସଫଦରଜଙ୍ଗ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ମୃତଦେହ ଗାଜିଆବାଦକୁ ପଠାଇ ଦିଆଯାଇଥିଲା। ଗାଜିଆବାଦରେ ଥିବା ସମୟରେ ଅଞ୍ଜଳି ହଠାତ୍ ସାତ ମହଲା ଛାତ ଉପରକୁ ଯାଇଁ ଡେଇଁ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୈଶାଳୀ ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଦିନକୁ ଦିନ ଉଗ୍ର ରୂପ ନେଉଛି ହୃଦଘାତ। ପ୍ରାପ୍ତ ବୟସରେ ହେଉଥିବା ଏହି ରୋଗ ଏବେ ଯୁବବର୍ଗଙ୍କୁ ଗ୍ରାସ କରୁଛି। ଗତ ୨-୩ ବର୍ଷ ମଧ୍ୟରେ ଦେଶରେ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି। କାର୍ଯ୍ୟରତ ସମୟରେ କିଶୋର ଓ ଯୁବବର୍ଗର ପିଲା ହୃଦଘାତରେ ଟଳିପଡିବା ଚିନ୍ତାର କାରଣ ପାଲଟିଛି।

Suicide Heart Attack Man Died In Delhi Zoo