Advertisment

ଏମିତି ବି ଆସେ ମୃତ୍ୟୁ: ମଙ୍ଗଳସୂତ୍ର ପିନ୍ଧାଇବା ପରେ ଆସିଲା ହାର୍ଟ ଆଟାକ

ମଙ୍ଗଳସୂତ୍ର ପିନ୍ଧାଇବା ପରେ ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ। ହାର୍ଟ ଆଟାକ ଯୋଗୁ ବିବାହ ମଣ୍ତପରେ ଟଳି ପଡ଼ିଛନ୍ତି ୨୫ ବର୍ଷୀୟ ପ୍ରବୀଣ।

author-image
Hemant Lenka
weeding

weeding

ନୂଆ ଜୀବନ ଆରମ୍ଭ କରୁଥିଲେ। ହେଲେ ଜୀବନ ଦୀପ ଲିଭି ଗଲା। ଯେଉଁଠି କିଛି ମୁହୂର୍ତ୍ତ ପୂର୍ବରୁ ଥିଲା ହସ ଓ ଉଲ୍ଲାସ, ସେଠାରେ ଖେଳିଗଲା ଅସମ୍ଭବ ନୀରବତା। ହସୁ ଥିବା ଲୋକଙ୍କ ଆଖିରୁ ବହିଗଲା ଧାରଧାର ଲୁହ। ମୃତ୍ୟୁ ସବୁବେଳେ ଅପ୍ରତ୍ୟାଶିତ। ଏହା କେତେବେଳେ ଓ କେଉଁଠି ଆସିବ, ସେକଥା କେହି ବି ଜାଣି ନାହାନ୍ତି। ହେଲେ ଏମିତି ବି ଆସିପାରେ ମୃତ୍ୟୁ, ତା’ହା ମଧ୍ୟ କେହି କଳ୍ପନା କରି ନଥିବେ। 

Advertisment

ମଙ୍ଗଳସୂତ୍ର ପିନ୍ଧାଇବା ପରେ ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ। ହାର୍ଟ ଆଟାକ ଯୋଗୁ ବିବାହ ମଣ୍ତପରେ ଟଳି ପଡ଼ିଛନ୍ତି ୨୫ ବର୍ଷୀୟ ପ୍ରବୀଣ। କର୍ଣ୍ଣାଟକାର ବାଗାଲକୋଟ ଅନ୍ତର୍ଗତ ଜାମଖାଣ୍ଡି ସହରରେ ଘଟିଛି ଏପରି ଘଟଣା। ଶନିବାର ବେଶ ଯାକଜମକରେ ଚାଲିଥିଲା ବାହାଘର। ପରିବାର ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ୨୫ ବର୍ଷୀୟ ପ୍ରବୀଣ ନିଜର ନୂଆ ଜୀବନ ସାଥୀଙ୍କ ହାତକୁ ସବୁଦିନ ପାଇଁ ଧରିଥିଲେ।

ହେଲେ ଫିଲ୍ମ ନାଟକୀୟ ମୋଡ଼ ନେବା ବେଳେ ପ୍ରବୀଣଙ୍କ ଜୀବନର ମୋଡ ବଦଳି ଯାଇଥିଲା। ବର ବେଶରେ ଥିବା ପ୍ରବୀଣ ତାଙ୍କ ଜୀବନ ସାଥୀଙ୍କ ବେକରେ ପରମ୍ପରା ଅନୁସାରେ ମଙ୍ଗଳସୂତ୍ର ପିନ୍ଧାଇଥିଲେ। ମଙ୍ଗଳସୂତ୍ର ପିନ୍ଧାଇବା ବେଳେ ସେ ଓ ତାଙ୍କ ଜୀବନ ସାଥୀ କ୍ୟାମେରାକୁ ଚାହିଁ ଫଟୋ ପୋଜ ମଧ୍ୟ ଦେଇଥିଲେ। କାରଣ ଉଭୟ ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ। 

Advertisment

କିନ୍ତୁ ମଙ୍ଗଳସୂତ୍ର ପିନ୍ଧାଇବା ମାତ୍ରେ ହଠାତ୍‌ ସବୁ କିଛି ବଦଳି ଯାଇଥିଲା। ପ୍ରବୀଣ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କେହି କିଛି ବୁଝିବା ଆଗରୁ କିଛି କ୍ଷଣ ପୂର୍ବରୁ ପୂରା ଠିକ ଥିବା ପ୍ରବୀଣ ବିବାହ ବେଦୀରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପୂରା ଅଞ୍ଚଳରେ ଶୋକରଚ୍ଛାୟା ଖେଳାଇ ଦେଇଛି। ବେଦୀ ଉପରେ ପ୍ରବୀଣଙ୍କ ଜୀବନ ସାଥୀ ବନିଥିବା କନ୍ୟା ଓ ତାଙ୍କ ପରିବାର ଲୋକ ପୂରା ସ୍ତବ୍ଧ। ପ୍ରବୀଣଙ୍କ ଘର ଲୋକ ମଧ୍ୟ ଭାଙ୍ଗି ପଡ଼ିଛନ୍ତି। ସବୁ କିଛି ମାତ୍ର କେଇ ମିନିଟରେ ଓଲଟପାଲଟ ହୋଇଯାଇଥିବା ଏବେ ବି ଲୋକମାନେ ବିଶ୍ୱାସ କରି ପାରୁ ନାହାନ୍ତି। 

Karnataka Groom Hearth Attack Bride