Advertisment

ଚ୍ୟାଲେଞ୍ଜ ଜିତିବାକୁ ପିଇ ଦେଲେ ୩ ବୋତଲ ମଦ, ଚାଲିଗଲା ଜୀବନ

ସେ ମାତ୍ର ୧୦ ମିନିଟ୍‌ ଭିତରେ ୫୪୦ ମିଲି ମିଟର ବା ୩ଟି କ୍ୱାର୍ଟର ମଦ ପିଇଥିଲେ। ନିଶାର ଓଭରଡୋଜ୍‌ ଯୋଗୁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଛନ୍ତି।

ଅଦ୍ୟତନ ହୋଇଛି
liquor

liquor

Advertisment

ସାଙ୍ଗମାନେ ଦେଇଥିବା ଚ୍ୟାଲେଞ୍ଜକୁ ଜିତିବା ପାଇଁ ଦମ୍ଭ ଦେଖାଇବା ମହଙ୍ଗା ପଡ଼ିଛି। ଚ୍ୟାଲେଞ୍ଜ ଜିତିବାକୁ ୩ ବୋତଲ ଦେଶୀ ମଦ ପିଇ ଜଣେ ୪୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେ ମାତ୍ର ୧୦ ମିନିଟ୍‌ ଭିତରେ ୫୪୦ ମିଲି ଲିଟର ବା ୩ଟି କ୍ୱାର୍ଟର ମଦ ପିଇଥିଲେ। ନିଶାର ଓଭରଡୋଜ୍‌ ଯୋଗୁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶରର ଆଗ୍ରା ପୁଲିସ୍‌ ବ୍ୟକ୍ତିଙ୍କୁ ଚ୍ୟାଲେଞ୍ଜ ଦେଇଥିବା ୨ ଜଣ ବନ୍ଧୁଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Advertisment

ମଦର ଓଭରଡୋଜ୍‌ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜୟ ସିଂହ। ସେ ଜଣେ ଇ-ରିକ୍ସା ଡ୍ରାଇଭର। ଫେବୃଆରୀ ୮ରେ ସେ ଦୁଇ ବନ୍ଧୁଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ୩ ବୋତଲ ମଦ ପିଇ ଦେଇଥିଲେ। ମଦ ପିଇବାର କିଛି ସମୟରେ ଜୟ ସିଂହଙ୍କୁ ତାଙ୍କ ୧୬ ବର୍ଷୀୟ ପୁଅ କରନ ଶିଳ୍ପଗ୍ରାମ ନିକଟ ରାସ୍ତା କଡ଼ରୁ ଠାବ କରିଥିଲେ।

ଏହି ସମୟରେ ଜୟ ସିଂହଙ୍କର ଚେତା ନଥିଲା। ପ୍ରାଥମିକ ଭାବେ ତାଙ୍କୁ ନିକଟସ୍ଥ ଦୁଇଟି ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ମନା କରି ଦେଇଥିଲେ। ଏହାପରେ ତାଙ୍କୁ ଏସଏନ ମେଡିକାଲ କଲେଜ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପୁଲିସ୍‌ ଘଟଣାର ବେଶ କିଛି ଦିନ ପରେ ଅର୍ଥାତ ମଙ୍ଗଳବାର ଏଫଆଇଆର ରୁଜୁ କରିବା ସହ ଜୟ ସିଂହଙ୍କ ଦୁଇ ବନ୍ଧୁ ଭୋଳା ଓ କେଶବଙ୍କୁ ଗିରଫ କରିଛି।ତାଇଗଞ୍ଜ ପୁଲିସ୍‌ ଷ୍ଟେସନର ଏସଏଚ୍‌ଓ ବାହାଦୂର ସିଂହ କହିଛନ୍ତି, “ଭୋଳା ଓ କେଶବଙ୍କୁ ଗିରଫ କରାଯାଇଥିଲା ଓ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି।

ଜେରା ବେଳେ ଦୁଇ ଅଭିଯୁକ୍ତ କହିଛନ୍ତି ଯେ ସେମାନେ ଜୟଙ୍କ ସହ ମଦ ପିଇବା ପାଇଁ ଶିଳ୍ପଗ୍ରାମ ପାର୍କିଂ ନିକଟରେ ଫେବୃଆରୀ ୮ରେ ଏକାଠି ହୋଇଥିଲେ। ଏହି ସମୟରେ ଭୋଳା ଓ କେଶବ ମଦ ନିଶାରେ ଜୟ ସିଂହଙ୍କୁ ୩ ବୋତଲ ମଦ ପିଇବାକୁ ଚ୍ୟାଲେଞ୍ଜ ଦେଇଥିଲେ। ଯଦି ସେ ଚ୍ୟାଲେଞ୍ଜ ପୂରା ନ କରିପାରିବେ, ତା’ହେଲେ ମଦ ପିଇବାରେ ହୋଇଥିବା ସବୁ ଖର୍ଚ୍ଚର ବିଲ୍‌ ବହନ କରିବେ।

ଏହାକୁ ଶୁଣି ଜୟ ମାତ୍ର ୧୦ ମିନିଟରେ ୩ ବୋତଲ ମଦ ପିଇ ଦେଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ମଦର ଓଭର ଡୋଜ୍‌ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ଜୟ ମଦ ପିଇ ଅସୁସ୍ଥ ହୋଇ ପଡ଼ିଥିଲେ ମଧ୍ୟ ଭୋଳା କିମ୍ବା କେଶବ ତାଙ୍କୁ ସହଯୋଗ କରି ନଥିଲେ।” ଆଗ୍ରାର ଧାନ୍ଦୁପୁରା ଅଞ୍ଚଳରେ ରହୁଥିବା ଜୟ ହେଉଛନ୍ତି ୪ ପିଲାର ବାପା। ତାଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ଜୟଙ୍କ ଭାଇ ସୁଖବୀର ସିଂହ କହିଛନ୍ତି, “ମୋ ଭାଇ ସହ ଦୀର୍ଘ ୧୦ ବର୍ଷ ହେଲା ଭୋଳା ଓ କେଶବ ରହିଥିଲେ। ତଥାପି ଘଟଣା ଦିନ ସେମାନେ ମୋ ଭାଇଙ୍କୁ ଏକାକୀ ଛାଡ଼ି ଦେଇଥିଲେ। ଆମକୁ ମଧ୍ୟ ଖବର ଦେଇ ନଥିଲେ। ମୋ ଭାଇ ଗତବର୍ଷ କିଣି ଥିବା ଇ-ରିକ୍ସାର ଇନଷ୍ଟଲମେଣ୍ଟ ଦେବାକୁ ୬୦ ହଜାର ଟଙ୍କା ରଖିଥିଲେ।

ଏହାକୁ ମଧ୍ୟ ଭୋଳା ଓ କେଶବ ନେଇ ଯାଇଛନ୍ତି। ମୋ ଭାଇ ପ୍ରାଣ ହରାଇବା ପରେ ସେମାନେ ଆମ ଘରକୁ ଆସିଥିଲେ ଓ ପୁଲିସ୍‌ରେ ଅଭିଯୋଗ ନ କରିବାକୁ କହିଥିଲେ। ଘଟଣାର ୪ ଦିନ ପରେ ଅର୍ଥାତ ଫେବୃଆରୀ ୧୨ରେ ପୁଲିସ୍‌ରେ ଅଭିଯୋଗ କରିଥିଲୁ। ମୋ ଭାଇ ପ୍ରଚୁର ମଦ ପିଉଥିବା ବେଳେ ଏହାକୁ ଜଣେ ପଡ଼ୋଶୀ ବିରୋଧ ମଧ୍ୟ କରିଥିଲେ। ହେଲେ ସେ କିଛି ବି ଶୁଣି ନଥିଲେ। ପଡ଼ୋଶୀ ଜଣଙ୍କ ଏନେଇ ଆମକୁ ଜଣାଇବା ପରେ ଆମେ ପୁଲିସ୍‌ରେ ଲିଖିତ ଅଭିଯୋଗ କରିଥିଲୁ।”

ମେଡିକାଲ ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ ମଦ କମ ସମୟ ମଧ୍ୟରେ ପିଇବାରୁ ଏପରି ଘଟଣା ଘଟିଛି। ତରବରିଆ ଭାବେ ମଦ ପିଇଲେ ବ୍ରେନ ଠାରୁ ଆରମ୍ଭ କରି ହାର୍ଟ ଉପରେ ପ୍ରଭାବ ପଡ଼ିଥାଏ। ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ।

Uttar Pradesh Police Toxic Liquor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe