Advertisment

ବାପା କାର୍‌ ଚକା ତଳେ ଚାଲିଗଲା ଝିଅ ଜୀବନ

ଅଜାଣତରେ ବାପା ଗାଡ଼ି ପାର୍କ କରୁ କରୁ ଘଟିଗଲା ଅଘଟଣ । ଖୁସି ମନରେ ବାପା ଗାଡ଼ିରୁ ଓହ୍ଲାଇବାକୁ ଅପେକ୍ଷା କରିଥିବା କୁନି ଝିଅଟି କିଛି ବୁଜିବା ଆଗରୁ ଦୁନିଆ ଛାଡ଼ି ଚାଲିଗଲା।

Car

Car

Advertisment

ବାପା କାର୍‌ ଚକା ତଳେ ଚାଲିଗଲା ଝିଅ ଜୀବନ । ଅଜାଣତରେ ବାପା ଗାଡ଼ି ପାର୍କ କରୁ କରୁ ଘଟିଗଲା ଅଘଟଣ । ଖୁସି ମନରେ ବାପା ଗାଡ଼ିରୁ ଓହ୍ଲାଇବାକୁ ଅପେକ୍ଷା କରିଥିବା କୁନି ଝିଅଟି କିଛି ବୁଜିବା ଆଗରୁ ଦୁନିଆ ଛାଡ଼ି ଚାଲିଗଲା। ଭୁଲବଶଃତ ହୋଇ ଯାଇଥିବା ଏପରି ଅଘଟଣ ଯୋଗୁ ନିଜ ଛୁଆ ଚାଲି ଯାଇଥିବା ବେଳେ ମୁଣ୍ଡ ପିଟି କାନ୍ଦୁଛନ୍ତି ବାପାମା’ ।

Advertisment

ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏପରି ଏକ ଲୋମଟାଙ୍କୁରା ଘଟଣା ବାଙ୍ଗାଲୁରୁରେ ଘଟିଥିବା ବେଳେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

ଏକ ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଘରକୁ ଫେରିଲେ ପରିବାର ସଦସ୍ୟ। ଅନ୍ୟ ସବୁ ସଦସ୍ୟ କାର୍‌ରୁ ଓହ୍ଲାଇ ଘରକୁ ଚାଲି ଯାଇଥିବା ବେଳେ କାର୍‌ ପାଖରେ ଛିଡ଼ା ହୋଇଥିଲା ଦୁଇ ବର୍ଷର  କୁନି ଝିଅ।

Advertisment

ବାପା ଗାଡ଼ି ପାର୍କିଂ କରି ସାରିଲେ ସାଙ୍ଗ ହୋଇ ଘରକୁ ଯିବେ ବୋଲି ଭାବିଥିଲେ। ମାତ୍ର ଝିଅ ଛିଡ଼ା ହୋଇଥିବା କଥା ଜାଣି ନ ପାରି ବ୍ୟକ୍ତିଜଣକ ନିଜ ପିଲା ଉପରେ ହିଁ ଗାଡ଼ି ଚଢ଼ାଇଥିଲେ। ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇ ଯାଇଛି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Accident Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe