Advertisment

ଆଖି ବୁଜିଲା ଦୁଷ୍କର୍ମ ଅଭିଯୁକ୍ତ, ପିଇଥିଲା ମୂଷା ମରା ଔଷଧ

ପୁଲିସ୍‌ ଦୁଷ୍କର୍ମ ଅଭିଯୋଗରେ ତା’କୁ ଧରିବାକୁ ଯାଇଥିବା ବେଳେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ସେ ମୂଷା ମରା ଔଷଧ ମଧ୍ୟ ପିଇ ଦେଇଥିଲା।

Tamilnadu

Tamilnadu

Advertisment

ନକଲି ଏନସିସି କ୍ୟାମ୍ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଏନଟିକେର ପୂର୍ବତନ କାର୍ଯ୍ୟକର୍ତ୍ତା ଏନ ଶିବରମଣର ମୃତ୍ୟୁ ଘଟିଛି। ତାମିଲନାଡୁର ସାଲେମ ଠାରେ ଥିବା ଗୋଟିଏ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛି।

Advertisment

ପୁଲିସ୍‌ ଦୁଷ୍କର୍ମ ଅଭିଯୋଗରେ ତା’କୁ ଧରିବାକୁ ଯାଇଥିବା ବେଳେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ସେ ମୂଷା ମରା ଔଷଧ ମଧ୍ୟ ପିଇ ଦେଇଥିଲା। ତଥାପି ପୁଲିସ୍‌ ତା’କୁ ଗିରଫ କରିଥିଲା। ଗିରଫ ପରେ ତା’ର ଚିକିତ୍ସା ଚାଲିଥିଲେ ହେଁ ଆଜି ସେ ପ୍ରାଣ ହରାଇଛି।

୩୦ ବର୍ଷୀୟ ଶିବରମଣକୁ ପୁଲିସ୍‌ ଅଗଷ୍ଟ ୧୮ ତାରିଖରେ ଗିରଫ କରିବାକୁ ଯାଇଥିଲା। ଏହି ସମୟରେ ସେ ଖସି ଯିବାକୁ ଚେଷ୍ଟା କରି ଅସଫଳ ହୋଇଥିଲା। କିନ୍ତୁ ଏହି ଧରପଗଡ଼ ଭିତରେ ତା’ର ଗୋଡ଼ ଭାଙ୍ଗି ଯାଇଥିଲା। ତେଣୁ ତା’କୁ ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ଚିକିତ୍ସା ଚାଲିଥିବା ବେଳେ ସେ ବିଷ ପିଇଥିବା ମଧ୍ୟ ପୁଲିସ୍‌ ଆଗରେ ସ୍ୱୀକାର କରିଥିଲା।

Advertisment

ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତା’କୁ ସାଲେମ ସ୍ଥିତ ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଡାକ୍ତର ଟିମର ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ଶିବରମଣ ଆଜି ସକାଳେ ପ୍ରାଣ ହରାଇଛି।

ଅଧିକାରୀମାନଙ୍କ କହିବା କଥା ଯେ ଗତ ମାସରେ ମଧ୍ୟ ପାରିବାରିକ ବିବାଦ ଯୋଗୁ ଶିବରମଣ ବିଷ ପିଇଥିଲା। ଏଥିଯୋଗୁ ଗୋଟିଏ ଘରୋଇ ହସ୍ପିଟାଲରେ ୮ରୁ ୯ ଦିନ ଧରି ତା’ର ଚିକିତ୍ସା କରାଯାଇଥିଲା। ଏବେ ସେ ପୁଣି ମୂଷା ମରା ଔଷଧ ଖାଇ ଆଖି ବୁଜିଛି।

କିଷ୍ଣନଗିରି ଜିଲ୍ଲାରେ ଥିବା ବରଗୁର ଠାରେ ଏନସିସି କ୍ୟାମ୍ପ ନଁରେ ଜଣେ ୧୨ ବର୍ଷୀୟ ଝିଅକୁ ନେଇ ଶିବରମଣ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଶିବରମଣ, ସ୍କୁଲ କର୍ମଚାରୀଙ୍କୁ ମିଶାଇ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି।

ତେବେ ସେମାନଙ୍କ ମଧ୍ୟରୁ ଆଜି ଶିବରମଣର ମୃତ୍ୟୁ ହୋଇଛି। ଏହାପୂର୍ବରୁ ଗୁରୁବାର ବାଇକରୁ ପଡ଼ି ଶିବରମଣର ବାପା ମଧ୍ୟ ପ୍ରାଣ ହରାଇଥିଲେ।

Tamilnadu Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe