ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଦେବାରୁ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରି ଦେଇଛନ୍ତି ଜଣେ ଯୁବକ। ବୁଧବାର କର୍ଣ୍ଣାଟକାର ହୁବଲୀରେ ଘଟିଛି ଏହି ଘଟଣା।
ମୃତ ଯୁବତୀଙ୍କ ନାଁ ଅଞ୍ଜଳି ଅମ୍ବିଗେରା। ତାଙ୍କୁ ୨୦ ବର୍ଷ ହୋଇଥିଲା। ସେ ହୁବଲୀର ବୀରାପୁର ଓନି ଗାଁର ବାସିନ୍ଦା ଥିଲେ। ଅଭିଯୁକ୍ତଙ୍କ ନାଁ ବିଶ୍ୱ ଓରଫ ଗିରିଶ। ସେ ଫେରାର ହୋଇଯାଇଛନ୍ତି।
Also Read
ଆଜି ସକାଳେ ଅଞ୍ଜଳି ଘରେ ଶୋଇଥିବା ବେଳେ ବିଶ୍ୱ ତାଙ୍କ ଘରେ ପଶି ତାଙ୍କୁ ଛୁରୀ ଭୁସି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ପ୍ରେମ ନିବେଦନ କରି ବିଫଳ ହେବାରୁ ବିଶ୍ୱ ଏପରି ଏକ କାଣ୍ଡ ଘଟାଇଥିବା କୁହାଯାଉଛି। ତେବେ ସ୍ଥାନୀୟ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ହତ୍ୟା ପଛର କାରଣ ସ୍ପଷ୍ଟ ହେବ। ଫେରାର ବିଶ୍ୱଙ୍କୁ ଖୋଜି ବାହାର କରିବାକୁ ପ୍ରୟାସ କରୁଛି। ସେଥିପାଇଁ ଏକ ଟିମ୍ ଗଠନ କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍-କବୀର’ ପ୍ରଦାନ କରାଯାଇଛି। ଏହା ହେଉଛି କୌଣସି ଦେଶ ଦ୍ୱାରା ମୋଦିଙ୍କୁ ପ୍ରଦାନ କରାଯାଇଥିବା ୨୦ଶ ଅନ୍ତର୍ଜାତୀୟ ସମ୍ମାନ।
Politics
ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ
ପ୍ରିୟଙ୍କା ଗାନ୍ଧି ନାମାଙ୍କନ ପତ୍ରରେ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇନଥିବା ଅଭିଯୋଗ। କେରଳ ହାଇକୋର୍ଟରେ ପିଟିସନ ଦାଖଲ କଲେ ୱାୟନାଡ ଉପନିର୍ବାଚନରେ ପରାଜିତ ବିଜେପି ନେତ୍ରୀ।
National
ଘର ଲୋକ କେତେ ଭଲ ପାଆନ୍ତି? ନିଜକୁ ନିଜେ ଅପହରଣ କରି ବନ୍ଧା ହେଲା ଯୁବକ
ଡିସେମ୍ବର ୨୦ରେ ପୁଲିସ୍ର ୧୧୨ ହେଲ ନମ୍ବରକୁ ଗୋଟିଏ ଫୋନ କଲ ଆସିବା ପରେ ପୂରା କାହାଣୀ ଆରମ୍ଭ ହୋଇଥିଲା।
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।
National
୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍, ଡ୍ରାଇଭର ଗିରଫ
ଖେଳୁଥିବା ସମୟରେ ଦ୍ରୁତ ଗତିରେ ଆସି ଶିଶୁଟି ଉପରେ କାର୍ ଚଢ଼ି ଯିବାରୁ ତା'ର ମୃତ୍ୟୁ ହୋଇଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।