Advertisment

ପାରିବାରିକ କଳହର କରୁଣ ପରିଣତି; ମା’ ଓ ୪ ଭଉଣୀଙ୍କୁ ମାରିଦେଲେ ଯୁବକ

ଯୁବକଙ୍କ ୪ ଭଉଣୀଙ୍କୁ ଯଥାକ୍ରମେ ୧୯,୧୮,୧୬ ଓ ୯ ବର୍ଷ ହୋଇଥିଲା।

ଅଦ୍ୟତନ ହୋଇଛି
Police

Police

Advertisment

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ମଙ୍ଗଳବାର ଜଣେ ଯୁବକ ତାଙ୍କ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ନାଁ ଅର୍ଶଦ (୨୪)। ତାଙ୍କୁ ପୁଲିସ ଗିରଫ କରିଛି। ଅର୍ଶଦଙ୍କ ବାପା ବଦରଙ୍କର ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସେ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି।

Advertisment

ମୃତକମାନେ ହେଉଛନ୍ତି, ଅର୍ଶଦଙ୍କ ମା’ ଅସମା, ଭଉଣୀ ଅଲଶିୟା (୧୯), ରହମୀନ (୧୮), ଅକସା (୧୬), ଓ ଆଲିୟା (୯)। ସେମାନେ ସମସ୍ତେ ଆଗ୍ରାର ବାସିନ୍ଦା ଥିଲେ। ଗତ ସୋମବାର (ଡିସେମ୍ବର ୩୦) ସେମାନେ ଲକ୍ଷ୍ନୌ ଆସିଥିଲେ ଓ ଏକ ହୋଟେଲରେ ରହୁଥିଲେ। ସେମାନଙ୍କ ସହିତ ଅର୍ଶଦ ଓ ବଦର ମଧ୍ୟ ଆସିଥିଲେ।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଛି। ତେବେ କେଉଁ କଥାକୁ ନେଇ ପରିବାରର ସଦସ୍ୟଙ୍କ ମଧ୍ୟ କନ୍ଦଳ ଲାଗିଥିଲା, ସେ ନେଇ ପୁଲିସ କିଛି କହି ନାହିଁ।

Advertisment

ଗତକାଲି ରାତିରେ ହୋଟେଲରେ ଏହି ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆଉ ତା’ପରେ ଏହି ଘଟଣା ଘଟିଥିଲା। ଅର୍ଶଦ ସମସ୍ତଙ୍କ ଖାଦ୍ୟରେ କୌଣସି ପ୍ରକାରର ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ। ମା’ ଓ ଭଉଣୀମାନେ ଖାଇପିଇ ଶୋଇବା ପରେ ଖାଦ୍ୟରେ ପଡ଼ିଥିବା ନିଶା ଦ୍ରବ୍ୟ ପ୍ରଭାବରେ ଅଚେତ ହୋଇଯାଇଥିଲେ। ତା’ପରେ ଅର୍ଶଦ ସେମାନଙ୍କୁ ହତ୍ୟା କରିଥିଲେ। ସମସ୍ତ ମୃତକଙ୍କ ମଣିବନ୍ଧକୁ ବ୍ଲେଡ୍‌ରେ କଟାଯାଇଥିଲା। ମୃତଦେହଗୁଡ଼ିକ ରକ୍ତଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିଲା।

ପୁଲିସର ପ୍ରାଥମିକ ତଦନ୍ତରୁ ଏହା ବି ଜଣାପଡ଼ିଛି ଯେ ୫ ଜଣଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ଶୋଇଥିବା ଅବସ୍ଥାରେ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି। ପରେ ସେମାନଙ୍କ ମଣିବନ୍ଧକୁ ବ୍ଲେଡ୍‌ରେ କଟାଯାଇଛି। ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହି ୫ ଜଣଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ସେଣ୍ଟ୍ରାଲ ଲକ୍ଷ୍ନୌ ଡିସିପି ରବୀନା ତ୍ୟାଗୀ।

ମା’ ଓ ଭଉଣୀମାନଙ୍କୁ ହତ୍ୟା କରିବା ପରେ ଅର୍ଶଦ ନିଜେ ଫୋନ୍ କରି ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅର୍ଶଦ ସେଠାରେ ଉପସ୍ଥିତ ଥିଲେ। ପୁଲିସ ତାଙ୍କୁ ନିଜ କବଜାକୁ ନେବା ସହିତ ଫରେନସିକ୍ ଟିମ୍ ସହାୟତାରେ ଘଟଣାସ୍ଥଳକୁ ଯାଞ୍ଚ କରିଥିଲା। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଫେରାର ବଦରଙ୍କୁ ସେମାନେ ଖୋଜୁଛନ୍ତି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe