Advertisment

ତୁଚ୍ଛ ହେଲା ରକ୍ତ ସମ୍ପର୍କ; ପ୍ରେମ ପାଇଁ ମା’ଙ୍କୁ ମାରିଦେଲେ

ବଡ଼ ଭାଇର ବାହାଘର ଠିକ୍ ହୋଇଯିବା ନିଜ ବାହାଘର କଥା ଘରେ ଉଠାଇଥିଲେ ଅଭିଯୁକ୍ତ।

Murder

Murder

Advertisment

ଦୀର୍ଘ ଦିନର ପ୍ରେମିକାଙ୍କୁ ବାହା ହେବାକୁ ଚାହୁଁଥିଲେ। କିନ୍ତୁ ମା’ ମନା କରି ଦେଲେ। ତେଣୁ ମା’ଙ୍କୁ ମାରି ଦେଲେ ଯୁବକ। ପୁଲିସ ତାଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ଦିଲ୍ଲୀରେ।

Advertisment

ଗିରଫ ଯୁବକଙ୍କ ନାଁ ସାୱନ। ତାଙ୍କୁ ୨୨ ବର୍ଷ ହୋଇଛି। ସେ ଜଣେ ଡ୍ରାଇଭର। ଛୋଟ ଚାରି ଚକିଆ ଗାଡ଼ିରେ ସେ ଜିନିଷପତ୍ର ନେବାଆଣିବା କରନ୍ତି। ସାୱନଙ୍କର ଜଣେ ଭାଇ ଅଛନ୍ତି। ତାଙ୍କ ନାଁ କପିଲ। ସେ ସାୱନଙ୍କଠାରୁ ବଡ଼। ୨୭ ବର୍ଷୀୟ କପିଲଙ୍କର ବାହାଘର ଠିକ ହୋଇଛି। ସେ ଖୁବ୍‌ଶୀଘ୍ର ବାହା ହୋଇଥା’ନ୍ତେ। ସେଥିପାଇଁ ଘରେ ପ୍ରସ୍ତୁତି ଚାଲିଥିବା ବେଳେ ସାୱନ ମଧ୍ୟ ବାହା ହେବେ ବୋଲି କହିଥିଲେ। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବାହା ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ମା’ ସୁଲୋଚନା ମନା କରି ଦେଇଥିଲେ ଓ ତା’ ସହିତ ତାଙ୍କୁ ଗାଳି କରିଥିଲେ। ସାୱନ ଜିଦ୍ ଧରିବାରୁ ତାଙ୍କୁ ସଂପତ୍ତିରୁ ବଞ୍ଚିତ କରି ଦେବେ ବୋଲି ସଫା ସଫା ଶୁଣାଇ ଦେଇଥିଲେ ମା’ ସୁଲୋଚନା।

ମା’ଙ୍କ କଥା ଶୁଣି ରାଗି ଯାଇଥିଲେ ସାୱନ। ସେ ମା’ଙ୍କୁ ମାରିବାକୁ କରିଥିଲେ ଯୋଜନା। ଶୁକ୍ରବାର (ଗତକାଲି) ରାତିରେ ସେ ତାଙ୍କ ମା’ଙ୍କୁ ମାରି ଦେଇଥିଲେ। ତାଙ୍କ ମା’ ପିନ୍ଧିଥିବା କାନ ଫୁଲଗୁଡ଼ିକୁ ସେ ବାହାର କରି ଲୁଚାଇ ଦେଇଥିଲେ ଓ ପୂରା ଘଟଣାକୁ ଲୁଟ୍‌ ଏବଂ ହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ।

Advertisment

ଅଭିଯୁକ୍ତ ସାୱନ ଗତକାଲି ରାତିରେ ନିଜେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି କହିଥିଲେ ଯେ ତାଙ୍କ ମା’ଙ୍କୁ କେହି ମାରି ଦେଇଛି ଓ ସେ କାନରେ ପିନ୍ଧିଥିବା ସୁନାକୁ ନେଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। କିନ୍ତୁ ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ପୁଲିସ୍ ଲୁଟ୍ ହୋଇଥିବା ନେଇ କୌଣସି ପ୍ରମାଣ ପାଇନଥିଲା। କାନ ଫୁଲକୁ ଛାଡ଼ି ଘରର ଅନ୍ୟ ସମସ୍ତ ଜିନିଷ ଯଥା ସ୍ଥାନରେ ଥିଲା। ତେଣୁ ପୁଲିସର ସନ୍ଦେହ ପରିସରକୁ ଆସିଥିଲେ ସାୱନ।

ପୁଲିସ ସାୱନଙ୍କୁ ଜେରା କରିଥିଲା। ଜେରା ବେଳେ ସାୱନ ସତ କଥା କହିଥିଲା। ସେ ନିଜେ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ମାନିଥିବା ପୁଲିସ କହିଛି। ପ୍ରେମିକା ସହିତ ବାହା ହେବାକୁ ମା’ ମନା କରି ଦେବା ସହିତ ସଂପତ୍ତିରୁ ବଞ୍ଚିତ କରିବେ ବୋଲି ଧମକ ଦେବାରୁ ସେ ଏଭଳି ଏକ କାଣ୍ଡ ଘଟାଇଦେଲେ ବୋଲି ପୁଲିସ ସମ୍ମୁଖରେ ସ୍ୱୀକାର କରିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe