Advertisment

ଝିଅ ଚାହୁଁଥିଲେ, ପୁଣି ପୁଅ ହେବାରୁ ମାରି ଦେଲେ

୧୨ ଦିନର ଶିଶୁପୁତ୍ରକୁ ତଣ୍ଟି ଚିପି ମାରି ଦିଆଯାଇଥିବା ପୁଲିସ୍ କହିଛି।

author-image
Jitendra Garnayak
Baby

Baby

ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାର ବଜ୍ଜର୍ୱାଡା ଗାଁର ଜଣେ ବ୍ୟକ୍ତି ତାଙ୍କ ନବଜାତ ଶିଶୁପୁତ୍ରକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ତେବେ ସେ ଏଭଳି ଏକ କାଣ୍ଡ ଭିଆଇବା ପଛର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ପୁଲିସ୍‌ କହିବା ମୁତାବକ, ଅଭିଯୁକ୍ତ ଅନୀଲ ଉଇକେଙ୍କର ୨ଟି ପୁଅ ଅଛନ୍ତି। ପତ୍ନୀ ତୃତୀୟ ଥର ଗର୍ଭବତୀ ହେବା ପରେ ଝିଅଟିଏ ହେବ ବୋଲି ସେ ଆଶା ରଖିଥିଲେ। କିନ୍ତୁ ପୁଣି ପୁଅ ହେବାରୁ ସେ ରାଗି ଯାଇଥିଲେ ଓ ଛୁଆଟିକୁ ମାରି ଦେଇଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଏହି କଥା କହିଥିବା ପୁଲିସ କହିଛି।

ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଅନୀଲ ଉଇକେ ମଦ ପିଇ ଘରକୁ ଆସିଥିଲେ। ସେ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ ଓ ୧୨ ଦିନର ଶିଶୁ ପୁତ୍ରକୁ ତାଙ୍କ ଠାରୁ ଛଡ଼ାଇ ନେଇଥିଲେ। ଏହା ପରେ ଭୟରେ ଅନୀଲଙ୍କ ପତ୍ନୀ ସେଠାରୁ ଦୌଡ଼ି ପଳାଇଥିଲେ। କିଛି ସମୟ ପରେ ତାଙ୍କ ପତ୍ନୀ ଘରକୁ ଫେରିଥିଲେ। ସେତେବେଳେ ତାଙ୍କ ନବଜାତ ଶିଶୁପୁତ୍ର ଅଚେତ ହୋଇ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ପରେ ଶିଶୁଟି ମରି ଯାଇଥିବା ଜଣାପଡ଼ିଥିଲା।

Advertisment

କୋତୱାଲି ପୁଲିସ୍ କହିଛି ଯେ ତଣ୍ଟି ଚିପି ଶିଶୁଟିକୁ ହତ୍ୟା କରାଯାଇଥିଲା। ଶିଶୁଟିର ବେକରେ ଦାଗ ସ୍ପଷ୍ଟ ଭାବେ ଦେଖାଯାଉଥିଲା। ଏହି କାଣ୍ଡ ଭିଆଇବା ବେଳେ ଅଭିଯୁକ୍ତ ନିଶାରେ ଥିଲେ ବୋଲି ପୁଲିସ କହିଛି।

ଅଭିଯୋଗ ପାଇବା ପରେ ପୁଲିସ୍ ମାମଲା ରୁଜୁ କରି ଅନୀଲ ଉଇକେଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ପୁଲିସ୍ କହିଛି।

Muder Case New Born Child