Advertisment

ସ୍ୱାମୀଙ୍କ ଅଭିଯୋଗ: ବାହାଘର ପରେ ଧର୍ମ ବଦଳାଇବାକୁ ବାଧ୍ୟ କରୁଛନ୍ତି ପତ୍ନୀ

ପ୍ରେମ ବିବାହ ପରେ ଏବେ ପତ୍ନୀ ତାଙ୍କୁ ଧର୍ମ ବଦଳାଇବାକୁ ବାଧ୍ୟ କରୁଛନ୍ତି। ନିଜ ଧର୍ମ ଛାଡ଼ି ପତ୍ନୀଙ୍କ ଧର୍ମ ଗ୍ରହଣ କରିବାକୁ ତାଙ୍କ ଉପରେ ନିୟମିତ ଚାପ ପଡ଼ୁଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି।

author-image
Hemant Lenka
Vishal

Vishal

ପତ୍ନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକାର ଗାଡାଗ ଜିଲ୍ଲାରେ ରହୁଥିବା ଜଣେ ବ୍ୟକ୍ତି। ପ୍ରେମ ବିବାହ ପରେ ଏବେ ପତ୍ନୀ ତାଙ୍କୁ ଧର୍ମ ବଦଳାଇବାକୁ ବାଧ୍ୟ କରୁଛନ୍ତି। ନିଜ ଧର୍ମ ଛାଡ଼ି ପତ୍ନୀଙ୍କ ଧର୍ମ ଗ୍ରହଣ କରିବାକୁ ତାଙ୍କ ଉପରେ ନିୟମିତ ଚାପ ପଡ଼ୁଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି।

Advertisment

ବିଶାଲ କୁମାର ଗୋକାଭି ଓ ତହସୀନ ହୋସାମାନି ପରସ୍ପରକୁ ୩ ବର୍ଷ ହେଲା ଭଲ ପାଉଥିଲେ। ୨୦୨୪ ନଭେମ୍ବର ମାସରେ ସେମାନେ ନିଜ ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଇଥିଲେ। କୋର୍ଟରେ ସେମାନଙ୍କ ବିବାହ ହୋଇଥିଲା। ତହସୀନ କୋର୍ଟ ମ୍ୟାରେଜ ପରେ ବିଶାଲଙ୍କ ଉପରେ ଚାପ ପକାଇ ମୁସଲିମ ପରମ୍ପରା ଅନୁସାରେ ପୁଣି ବିବାହ କରିବାକୁ କହିଥିଲେ।

ପ୍ରଥମେ ବିଶାଲ ଏଥିରେ ରାଜି ହୋଇ ନଥିଲେ। କିନ୍ତୁ ସମ୍ପର୍କରେ ଶାନ୍ତି ବଜାୟୀ ରଖିବା ପାଇଁ ସେ ଏପ୍ରିଲ ୨୫ରେ ତହସୀନଙ୍କୁ ମୁସଲିମ ପରମ୍ପରା ଅନୁସାରେ ପୁଣି ବିବାହ କରିଥିଲେ। ଏହାପରେ ସବୁ କିଛି ଠିକଠାକ ଚାଲିଥିଲା। ଏବେ ବିଶାଲ ଦାବି କରିଛନ୍ତି ଯେ ମୁସଲିମ ପରମ୍ପରା ଅନୁସାରେ ହୋଇଥିବା ବାହାଘର ସମୟରେ ତାଙ୍କ ନାଁକୁ ଅତ୍ୟନ୍ତ ଗୁପ୍ତ ଭାବେ ବଦଳାଇ ଦିଆଯାଇଥିଲା। ତାଙ୍କୁ ଅନ୍ଧାରରେ ରଖି ଜଣେ ମୌଲବୀ ତାଙ୍କ ଧର୍ମକୁ ମଧ୍ୟ ବାହାଘର ବେଳେ ବଦଳାଇ ଦେଇଥିଲେ। ମୁସଲିମ ପରମ୍ପରା ଅନୁସାରେ ବିଶାଳ ଓ ତହସୀନଙ୍କୁ ବିବାହ କରିବାର ଫଟୋ ଏବଂ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି।

Advertisment

ମୁସଲିମ ପରମ୍ପରା ଅନୁସାରେ ବିବାହ ଶେଷ ହେବା ପରେ ବିଶାଲଙ୍କ ପରିବାର ଜୁନ ୫ରେ ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ଯୋଜନା କରିଥିଲେ। ହିନ୍ଦୁ ରୀତିନୀତି ଅନୁସାରେ ବାହା ହେବାକୁ ପ୍ରଥମେ ତହସୀନ ରାଜି ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଲୋକଙ୍କ କଥାରେ ସେ ବିବାହ କରିବା ନିଷ୍ପତ୍ତିରୁ ଓହରି ଯାଇଥିଲେ।

ବିଶାଲ ଆହୁରି ଦାବି କରିଛନ୍ତି ଯେ ଯଦି ସେ ଇସଲାମ ଧର୍ମ ଗ୍ରହଣ ନ କରିବେ, ତା’ହେଲେ ତହସୀନ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା କରିବେ ବୋଲି ଧମକ ଦେଇଛନ୍ତି। ତହସୀନ ଓ ତାଙ୍କ ମା’ ବେଗମ ବାନୁ ବଳପୂର୍ବକ ନମାଜ ପ୍ରାର୍ଥନା ସହ ଜମାତରେ ସାମିଲ ହେବାକୁ ତାଙ୍କ ଉପରେ ଚାପ ପକାଉଥିବା ବିଶାଲ କହିଛନ୍ତି।

ବିଶାଲଙ୍କ ଅଭିଯୋଗ ପରେ ପୁଲିସ୍‌ ବିଭିନ୍ନ ଦଫାରେ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Karnataka