Advertisment

ପ୍ରେମିକ ସହ ପତ୍ନୀଙ୍କୁ ବାହା କରାଇ ଦେଲେ, କିନ୍ତୁ...

ବାହାଘର ପୂର୍ବରୁ ବ୍ୟକ୍ତି ଜଣଙ୍କ ପୂଜାରୀଙ୍କ ଉପସ୍ଥିତିରେ ତାଙ୍କ ପତ୍ନୀଙ୍କ ମଥାରୁ ସିନ୍ଦୂର ପୋଛି ଥିଲେ। ଏହାପରେ ସେ ତାଙ୍କ ପତ୍ନୀଙ୍କ ବାହାଘର ସେହି ଗାଁର ଆଉ ଜଣେ ବ୍ୟକ୍ତିଙ୍କ ସହ କରାଇଥିଲେ।

UP

UP

Advertisment

ଦୀର୍ଘ ୧୫ ବର୍ଷ ହେଲା ସ୍ୱାମୀ-ସ୍ତ୍ରୀ ଭାବେ ଚଳୁଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। କିନ୍ତୁ ନିକଟରେ ସ୍ୱାମୀ ଜଣଙ୍କ ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି। ସେ ନିଜର ପତ୍ନୀଙ୍କୁ ସେହି ଗାଁରେ ରହୁଥିବା ତାଙ୍କର ‘ତଥାକଥିତ’ ପ୍ରେମିକଙ୍କ ସହ ବାହା କରାଇ ଦେଇଛନ୍ତି। ପତ୍ନୀଙ୍କ ସହ ସେ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନଥିଲେ ଓ ପତ୍ନୀ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ବିଷ ଦେଇ ମାରିବାକୁ ମଧ୍ୟ ଚାହୁଁଥିଲେ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।

Advertisment

ପୂରା ଉତ୍ତର ପ୍ରଦେଶର ଗୋଣ୍ଡାରେ ଘଟିଛି। ଗୋଣ୍ଡାରେ ଥିବା ଗୋଟିଏ ମନ୍ଦିରରେ ବାହାଘର ଶେଷ ହୋଇଛନ୍ତି। ବାହାଘର ପୂର୍ବରୁ ବ୍ୟକ୍ତି ଜଣଙ୍କ ପୂଜାରୀଙ୍କ ଉପସ୍ଥିତିରେ ତାଙ୍କ ପତ୍ନୀଙ୍କ ମଥାରୁ ସିନ୍ଦୂର ପୋଛି ଥିଲେ। ଏହାପରେ ସେ ତାଙ୍କ ପତ୍ନୀଙ୍କ ବାହାଘର ସେହି ଗାଁର ଆଉ ଜଣେ ବ୍ୟକ୍ତିଙ୍କ ସହ କରାଇଥିଲେ।

ବାହାଘରର ଆୟୋଜନ ଗୁରୁବାର ୪୨ ବର୍ଷୀୟ ହରିଶଚନ୍ଦ୍ର କରିଥିଲେ। ସେ ମଙ୍ଗଳବାର ଦିନ ତାଙ୍କର ୩୬ ବର୍ଷୀୟ ପତ୍ନୀ କରିଶ୍ମାଙ୍କୁ ସେହି ଗାଁର ଶିବରାଜ ଚୌହାନଙ୍କ ସହ ଅସଂଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। କରିଶ୍ମା ଓ ଶିବରାଜଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଦାବି କରି ହରିଶଚନ୍ଦ୍ର ଗାଁରେ ଗୋଟିଏ ବୈଠକ ଡାକିଥିଲେ।

Advertisment

ଗାଁର ବରିଷ୍ଠ ନାଗରିକମାନେ ବୈଠକ କରିଥିଲେ ହେଁ କୌଣସି ପ୍ରକାରର ସୁଫଳ ମିଳି ନଥିଲା। ତେଣୁ ଗୁରୁବାର ହରିଶଚନ୍ଦ୍ର ସ୍ଥାନୀୟ ମନ୍ଦିରରେ କରିଶ୍ମା ଓ ଶିବରାଜଙ୍କ ବାହାଘର ଆୟୋଜନ କରିଥିଲେ। ହରିଶଚନ୍ଦ୍ର ପତ୍ନୀଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଥିଲେ ହେଁ ଏହାକୁ କରିଶ୍ମା ଖଣ୍ଡନ କରିଛନ୍ତି।

ସବୁ କିଛି ହରିଶଚନ୍ଦ୍ର ବଳ ପୂର୍ବକ କରୁଛନ୍ତି ଓ ଶିବରାଜଙ୍କ ସହ ତାଙ୍କର କୌଣସି ଅନୈତିକ ସମ୍ପର୍କ ନଥିବା ସେ ସଫେଇ ଦେଇଛନ୍ତି। ଏଥିସହ ଦୀର୍ଘ ଦିନ ହେଲା ସ୍ୱାମୀଙ୍କ ସହ ତାଙ୍କର ତିକ୍ତତା ଚାଲିଥିବାରୁ ହରିଶଚନ୍ଦ୍ର ଏପରି କରି ତାଙ୍କୁ ବଦନାମ କରୁଥିବା କରିଶ୍ମା ସମସ୍ତଙ୍କୁ ଅବଗତ କରାଇଛନ୍ତି।

ଖୋଦାରେ ଷ୍ଟେସନ ହାଉସ ଅଫିସର(ଏସଏଚ୍‌ଓ) ପ୍ରବୋଧ କୁମାର କହିଛନ୍ତି, ଏ ସଂକ୍ରାନ୍ତରେ କୌଣସି ପକ୍ଷ ଲିଖିତ ଅଭିଯୋଗ କରି ନାହାନ୍ତି। ଅଭିଯୋଗ ମିଳିଲେ ଉପଯୁକ୍ତି ତଦନ୍ତ କରାଯିବ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

ସ୍ଥାନୀୟ ଲୋକମାନେ କହିଛନ୍ତି, ହରିଶଚନ୍ଦ୍ର ଓ କରିଶ୍ମା ୧୫ ବର୍ଷ ତଳେ ବାହା ହୋଇଥିଲେ। ସେମାନଙ୍କର ଦୁଇ ଜଣ ପିଲା ରହିଛନ୍ତି। ଗୁରୁବାର ମନ୍ଦିର ବାହା ଘର ପରେ କରିଶ୍ମା ସେମାନଙ୍କ ଝିଅକୁ ନେଇ ଚାଲି ଯାଇଥିଲେ ଓ ହରିଶଚନ୍ଦ୍ର ପୁଅକୁ ନିଜ ପାଖରେ ରଖିଛନ୍ତି।

ହରିଶଚନ୍ଦ୍ର କହିଛନ୍ତି, “କରିଶ୍ମା ମୋତେ ବିଷ ଦେବା ସହ ଆମ ପୁଅକୁ ଡ୍ରଗ୍ସ ଦେଇ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିଲା। ଏବେ ତା’ ସହ ମୁଁ ଆଉ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହିଁ।”

Marriage Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe