Advertisment

ଛାତ ଉପରେ ଗଞ୍ଜେଇ ଗଛ ଲଗାଇ‌ଥିଲେ, ବାନ୍ଧିଲା ପୁଲିସ୍‌

ଗିରଫ ପରେ ଶ୍ରୀ ବର୍ମା ପୁଲିସ୍‌କୁ କହିଛନ୍ତି ଯେ ସେ ଆନ୍ଧ୍ର ପ୍ରଦେଶରୁ ଗଞ୍ଜେଇ ମଞ୍ଜି ଆଣିଥଲେ।

author-image
Hemant Lenka
ganja

ganja

ଛାତ ଉପରେ ଗଞ୍ଜେଇ ଗଛ ଲଗାଇବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତି ଜଣଙ୍କ ଗଞ୍ଜେଇ ସେବନ କରିବା ପାଇଁ ନିଜ ଛାତ ଉପରେ କିଛି ଗଞ୍ଜେଇ ଗଛ ଲଗାଇଥିଲେ। ଏହି କାରଣ ପାଇଁ ପୁଲିସ ତାଙ୍କୁ ଗିରଫ କରିବା ସହ ୧୦ଟି ଗଞ୍ଜେଇ ଗଛ ଜବତ କରିଛି।

Advertisment

ହାଇଦ୍ରାବାଦରୁ ଏପରି ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ କହିଛି ଯେ ସାଇ ରବନତ ବର୍ମା ନାମକ ଜଣେ ବ୍ୟକ୍ତି ତାଙ୍କ ଛାତର ୨୦୦ ଗଜ ଅଞ୍ଚଳରେ ଗଞ୍ଜେଇ ଚାଷ କରିଥିଲେ। ଏହା ସାମ୍ନାକୁ ଆସିବା ପରେ ଗୋଟିଏ ଟିମ ସେଠାରେ ଚଢ଼ଉ କରି ଗଞ୍ଜେଇ ଗଛକୁ ନଷ୍ଟ କରିବା ସହ ଶ୍ରୀ ବର୍ମାଙ୍କୁ ଗିରଫ କରିଛି।

ଗିରଫ ପରେ ଶ୍ରୀ ବର୍ମା ପୁଲିସ୍‌କୁ କହିଛନ୍ତି ଯେ ସେ ଆନ୍ଧ୍ର ପ୍ରଦେଶରୁ ଗଞ୍ଜେଇ ମଞ୍ଜି ଆଣିଥଲେ। ସେ ନିଜେ ଗଞ୍ଜେଇ ସେବନ କରିବା ପାଇଁ ଏହି ମଞ୍ଜିକୁ ନିଜ ଛାତରେ ଲଗାଇଥିଲେ। ସେ କୌଣସି ବ୍ୟବସାୟିକ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଗଞ୍ଜେଇ ଗଛ ଲଗାଇ ନଥିଲେ।

Advertisment

ପୁଲିସ ଛାତ ଉପରେ ଲାଗିଥିବା ଗଞ୍ଜେଇ ଗଛ ଗୁଡ଼ିକୁ ନଷ୍ଟ କରିବା ସହ ଶ୍ରୀ ବର୍ମାଙ୍କ ପାଖରୁ କିଛି ଗଞ୍ଜେଇ ମଞ୍ଜି ମଧ୍ୟ ଜବତ କରିଛି। ଏନଡିପିଏସ୍‌ ଆକ୍ଟ ଅନୁସାରେ ତାଙ୍କୁ ଗିରଫ କରାଯିବା ପରେ ସେ ଏବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି।

Ganja Hyderabad