Advertisment

ଝିଅ ବେଶରେ ଗର୍ଲ ଫ୍ରେଣ୍ଡଙ୍କ ପାଇଁ ପରୀକ୍ଷା ଦେବାକୁ ଯାଇ ଯୁବକ ଗିରଫ

ବାବା ଫରିଦ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଙ୍ଗ୍ରେଜ ସିଂହ ଗର୍ଲ ଫ୍ରେଣ୍ଡ ପରମଜିତ କୌରଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି।

Angrez Singh

Angrez Singh

Advertisment

ଜଣେ ଯୁବକ ଝିଅ ବେଶରେ ତାଙ୍କ ଗର୍ଲ ଫ୍ରେଣ୍ଡଙ୍କ ପାଇଁ ପରୀକ୍ଷା ଦେବାକୁ ଯାଇ ଫସି ଯାଇଛନ୍ତି। ତାଙ୍କୁ ଗିରଫ କରାଯାଇଛି। ଘଟଣାଟି ଘଟିଛି ପଞ୍ଜାବର ଫରିଦକୋଟରେ।

Advertisment

ଗର୍ଲ ଫ୍ରେଣ୍ଡଙ୍କ ପାଇଁ ପରୀକ୍ଷା ଦେବାକୁ ଯାଇ ଧରାପଡ଼ିଥିବା ଯୁବକଙ୍କ ନାଁ ଅଙ୍ଗ୍ରେଜ ସିଂହ। ତାଙ୍କ ଗର୍ଲ ଫ୍ରେଣ୍ଡଙ୍କ ନାଁ ପରମଜିତ କୌର।

ଗତ ୭ ତାରିଖରେ ବାବା ଫରିଦ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଲ୍‌ଟି ପରପସ୍ ହେଲ୍‌ଥ ୱାର୍କର୍ସ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା। କୋଟକାପୁରା ଡିଏଭି ସ୍କୁଲରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Advertisment

ଅଙ୍ଗ୍ରେଜ ସିଂହ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ। ସେ ଝିଅ ବେଶରେ ଯାଇଥିଲେ। ଲାଲ ରଙ୍ଗ ଚୁଡ଼ି ପିନ୍ଧିଥିଲେ। ବିନ୍ଦି ଲଗାଇଥିଲେ। ଲିପ୍‌ଷ୍ଟିକ୍ ଲଗାଇଥିଲେ। ସେ ନିଜକୁ ପରମଜିତ କୌର ପ୍ରମାଣିତ କରିବା ପାଇଁ ନକଲି ଭୋଟ୍‌ ପରିଚୟପତ୍ର ସହିତ ନକଲି ଆଧାର କାର୍ଡ ମଧ୍ୟ ତିଆରି କରିଥିଲେ। ଏତେ ପ୍ରକାର ପ୍ରୟାସ କରିଥିବା ସତ୍ତ୍ୱେ ସେ ଧରା ପଡ଼ିଥିଲେ।

ଅଙ୍ଗ୍ରେଜ ସିଂହ ଗୋଟିଏ ଘଣ୍ଟା ପରୀକ୍ଷା ଦେଇ ସାରିଥିଲେ। କିନ୍ତୁ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା କିଛି ଅଧିକାରୀଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ତେଣୁ ବାୟୋମେଟ୍ରିକ୍ ଡିଭାଇସ୍‌ରେ ଯେତେବେଳେ ତାଙ୍କର ଫିଙ୍ଗରପ୍ରିଣ୍ଟ ନିଆଗଲା ସେତେବେଳେ ତାହା ପ୍ରକୃତ ଆବେଦନକାରୀ ପରମଜିତ୍ କୌରଙ୍କ ସହିତ ମେଳା ଖାଇ ନଥିଲା। ଫଳରେ ଅଙ୍ଗ୍ରେଜ ସିଂହ ଧରାପଡ଼ି ଯାଇଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ପରୀକ୍ଷାକେନ୍ଦ୍ରରେ କିଛି ସମୟ ପାଇଁ ହାସ୍ୟରୋଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀମାନେ ଘଟଣା ସଂପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହା ସହିତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତ ଅଙ୍ଗ୍ରେଜ ସିଂହଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ବାବା ଫରିଦ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଙ୍ଗ୍ରେଜ ସିଂହ ଗର୍ଲ ଫ୍ରେଣ୍ଡ ପରମଜିତ କୌରଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe