Advertisment

ବିମାନରେ ମହିଳାଙ୍କୁ ଅସଦାଚରଣ, ୪୫ ବର୍ଷୀୟ ବ୍ୟକ୍ତି ଗିରଫ

ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କୁ ଅନୁପଯୁକ୍ତ ଭାବେ ଛୁଇଁଥିବା ଅଭିଯୋଗ ହୋଇଥିଲା।

IndiGo

IndiGo

Advertisment

ବିମାନ ମଧ୍ୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଆଜି ପୁଲିସ ତାଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କୁ ଅନୁପଯୁକ୍ତ ଭାବେ ଛୁଇଁଥିବା ଅଭିଯୋଗ ହୋଇଥିଲା। 

Advertisment

ସୂଚନା ଅନୁସାରେ, ଅକ୍ଟୋବର ୯ରେ ଜୟପୁର-ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଜଣକ ହେଉଛନ୍ତି ରାକେଶ ଶର୍ମା। ମହିଳା ଜଣକ ଜୟପୁରରୁ ଚେନ୍ନାଇ ଫେରୁଥିବା ସମୟରେ ସେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ।

ଜଣେ ବିମାନ କର୍ମଚାରୀ କହିଛନ୍ତି ଯେ, ମହିଳା ଜଣକ ଏକ ଝରକା ପାଖ ସିଟରେ ବସିଥିଲେ। ରାକେଶ ଶର୍ମା ତାଙ୍କ ପଛକୁ ବସିଥିଲେ। କିନ୍ତୁ ପଛରୁ ଥାଇ ତାଙ୍କୁ ବ୍ୟାଡ୍ ଟଚ୍ କରିଥିବା ସେ ଅଭିଯୋଗ କରିଥିଲେ। ଏନେଇ ସେ କ୍ୟାବିନ୍ କର୍ମଚାରୀଙ୍କୁ ଜଣାଇବା ସହ ଚେନ୍ନାଇରେ ବିମାନ ଅବତରଣ କରିବା ପରେ ପୁଲିସରେ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗ କ୍ରମେ ପୁଲିସ ଉକ୍ତ ଯାତ୍ରୀଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ, ଅଭିଯୁକ୍ତ ଜଣେ ଟାଇଲ କମ୍ପାନୀର କର୍ମଚାରୀ। ସେ କୌଣସି କାମରେ ଜୟପୁର ଯାଇଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଛି। ତେବେ ଏନେଇ ଇଣ୍ଡିଗୋ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। 

Indigo Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe