Advertisment

୧୪ ପାକିସ୍ତାନୀ ଆତଙ୍କୀ ଓ ୪୦୦ କେଜି ଆରଡିଏକ୍ସ ଧମକ: ବନ୍ଧା ହେଲେ ୫୦ ବର୍ଷୀୟ ବ୍ୟକ୍ତି

ମୁମ୍ବାଇ ପୁଲିସ୍‌ ୫୦ ବର୍ଷୀୟ ଅଶ୍ୱିନୀ କୁମାର ସୁପ୍ରାଙ୍କୁ ଗିରଫ କରିଛି। ତାଙ୍କ ମୂଳ ଘର ବିହାରରେ ଓ ସେ ୫ ବର୍ଷ ହେଲା ନୋଏଡାରେ ରହୁଥିଲେ।

RDX

RDX

Advertisment

ଗଣେଶ ଭସାଣୀ ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ସିରିଜ ବିସ୍ଫୋରଣର ଧମକ ମିଳିବା ଘଟଣାରେ ପୁଲିସ୍‌ ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଆଜି ମୁମ୍ବାଇରେ ଗଣେଣ ଭସାଣୀ ହେଉଥିବା ବେଳେ ଗୁରୁବାର କଣ୍ଟ୍ରୋଲ ରୁମର ହ୍ୱାଟଆପକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା।

Advertisment

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ମୁମ୍ବାଇ ପୁଲିସ୍‌ ୫୦ ବର୍ଷୀୟ ଅଶ୍ୱିନୀ କୁମାର ସୁପ୍ରାଙ୍କୁ ଗିରଫ କରିଛି। ତାଙ୍କ ମୂଳ ଘର ବିହାରରେ ଓ ସେ ୫ ବର୍ଷ ହେଲା ନୋଏଡାରେ ରହୁଥିଲେ। ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ୍‌ ତାଙ୍କୁ ମୁମ୍ବାଇ ଆଣି ଜେରା କରୁଛି।

ଧମକପୂର୍ଣ୍ଣ ମେସେଜ ପରେ ମୁମ୍ବାଇ ପୁଲିସ୍‌ ତଦନ୍ତରେ ସହଯୋଗ କରିବାକୁ ନୋଏଡା ପୁଲିସ୍‌ ସହ ଯୋଗାଯୋଗ କରିଥିଲା। ନୋଏଡା ପୁଲିସ୍‌ ମୁଖ୍ୟ ଲକ୍ଷ୍ମୀ ସିଂହ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତ ଅଶ୍ୱିନୀ କୁମାରଙ୍କୁ ଗିରଫ କରିଛନ୍ତି।

Advertisment

ଅଶ୍ୱିନୀ ନୋଏଡାର ସେକ୍ଟର ୧୧୩ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ରହୁଥିଲେ। ତାଙ୍କ ସ୍ୱାଟ ଟିମ ଗିରଫ କରି ମୁମ୍ବାଇ ପୁଲିସ୍‌କୁ ହସ୍ତାନ୍ତର କରିଛି। ଯେଉଁ ମୋବାଇଲ ଫୋନ ଓ ସିମରୁ ମୁମ୍ବାଇ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ ମେସେଜ ପଠାଯାଇଥିଲା, ତା’କୁ ମଧ୍ୟ ଜବତ କରାଯାଇଛି।

ମାନବ ବୋମା, ପାକିସ୍ତାନୀ ଆତଙ୍କବାଦୀ ପ୍ରବେଶ ଧମକ

ମୁମ୍ବାଇ ଟ୍ରାଫିକ ପୁଲିସ୍‌ର ହ୍ୱାଟସଆପ ନମ୍ବରକୁ ଧମକପୂର୍ଣ୍ଣ ମେସେଜ ପଠାଯାଇଥିଲା। ମୁମ୍ବାଇର ବିଶ୍ୱ ପ୍ରସିଦ୍ଧ ଗଣେଶ ପୂଜା ଭସାଣ ବେଳେ ହମଲା ହେବ। ଏଥିପାଇଁ ୩୪ଟି ଗାଡ଼ିରେ ଖଞ୍ଜା ଯାଇଛି ମାନବ ବୋମା। ସେହିପରି ହମଲା ପାଇଁ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ଭାରତରେ ପ୍ରବେଶ କରିଛନ୍ତି। ୪୦୦ କେଜି ଆରଡିଏକ୍ସ ଦ୍ୱାରା ହମଲା କରି ପୂରା ମୁମ୍ବାଇକୁ ଦୋହଲାଇ ଦିଆଯିବ ବୋଲି ଧମକ ମିଳିଥିଲା।

ଧମକ ଦେଇଥିବା ସଂଗଠନ ନିଜକୁ ଲସ୍କର-ଇ-ଜେହାଦୀ ବୋଲି କହିଛି। ସଂଗଠନ ଦାବି କରିଛି ଯେ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ହମଲା ପାଇଁ ଭାରତରେ ପ୍ରବେଶ କରିଛନ୍ତି। ହମଲାରେ ମୋଟ ୪୦୦ କେଜି ଆରଡିଏକ୍ସ ବିସ୍ଫୋରକ ବ୍ୟବହାର ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବା ସଂଗଠନ ପକ୍ଷରୁ ଧମକ ଦିଆଯାଇଥିଲା। ଏଥିରେ ଆହୁରି କୁହାଯାଇଥିଲା ଯେ ୪୦୦ କେଜି ଆରଡିଏକ୍ସ ବିସ୍ଫୋରଣରେ ୧ କୋଟି ଲୋକଙ୍କ ଜୀବନ ଯିବ। ଧମକ ମିଳିବା ପରେ ପୂରା ସହରରେ ହାଇ ଆଲର୍ଟ ଜାରି କରାଯାଇଥିଲା।

Mumbai Uttar Pradesh Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe