/odisha-reporter/media/post_attachments/uploadimage/library/16_9/16_9_0/Police__1675500756.jpg)
Police
ପ୍ରାୟ ୩ ମାସ ତଳେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହୋଇଥିବା ଜଣେ ବ୍ୟକ୍ତି ଏବେ ପୁଣି ଗିରଫ ହୋଇଛନ୍ତି। ସେ ରାଜଧାନୀ ଦିଲ୍ଲୀରେ ଜଣେ ଅଟୋ ଡ୍ରାଇଭରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ପୁଲିସ ତାଙ୍କୁ ଗିରଫ କରିଛି।
ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ୨୦୧୨ରେ ଗଣଦୁଷ୍କର୍ମ କରାଯିବା ସହ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ କୋର୍ଟ ୩ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ୩ ଜଣଙ୍କ ମଧ୍ୟରେ ବିନୋଦ ନାମକ ଜଣେ ବ୍ୟକ୍ତ ରହିଥିଲେ। ତଳ କୋର୍ଟ ଏମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ହେଁ ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ବିନୋଦ ଓ ଅନ୍ୟ ଦୁଇ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ଏବେ ବିନୋଦ ଓ ତାଙ୍କ ସହଯୋଗୀ ଜାନୁଆରୀ ୨୬ରେ ଦ୍ୱାରକାର ସେକ୍ଟର ୧୩ରେ ଜଣେ ଅଟୋକ ଡ୍ରାଇଭରଙ୍କୁ ଲୁଟ ଉଦ୍ଦେଶ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ଅଭିଯୁକ୍ତମାନେ ଅଟୋରେ ବସିଥିଲେ ଓ ପରେ ତାଙ୍କ ଗଳା କାଟି ହତ୍ୟା କରିଥିବା ପୁଲିସ୍ କହିଛି।
ପୁଲିସ୍ ପ୍ରଥମେ ଏହି ହତ୍ୟା ଘଟଣାରେ ପବନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତାଙ୍କୁ ଜେରା କରିବା ପରେ ବିନୋଦଙ୍କ ପାଖରେ ପହଞ୍ଚିଥିଲା। ଚାୱାଲା ଗଣଦୁଷ୍କର୍ମ ମାମଲାରେ ବିନୋଦ ଜଣେ ଅଭିଯୁକ୍ତ ଥିଲେ ବୋଲି ପବନ ଜାଣି ନଥିବା ପୁଲିସକୁ କହିଛି। ବିନୋଦଙ୍କୁ ପୁଲିସ୍ ଜାନୁଆରୀ ୨୯ରେ ଗିରଫ କରିଥିଲା। କିନ୍ତୁ ଏବେ ଏହି ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ୨୦୧୨ ଫେବୃଆରୀ ମାସରେ ବିନୋଦ ଓ ତାଙ୍କର ଦୁଇ ସହଯୋଗୀ ୨୦୧୨ ମସିହା ଫେବୃଆରୀ ମାସରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ କରିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅପହରଣର ୩ ଦିନ ପରେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା ଏହି ଘଟଣାରେ ପ୍ରଥମେ ୨୦୧୪ରେ ତଳ କୋର୍ଟ ପରେ ହାଇକୋର୍ଟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ୨୦୨୨ ନଭେମ୍ବର ୭ରେ ସୁପ୍ରିମକୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
