Advertisment

ଓକିଲ ଚଳେଇଥିଲେ ନକଲି କୋର୍ଟ, ଜଜ୍‌ ବନି ରାୟ ଦେଉଥିଲେ, ଏବେ ଗିରଫ

ଗୁଜରାଟର ଗାନ୍ଧୀନଗରରେ ନକଲି ଅଦାଲତ ଚଳାଉଥିବା ଓକିଲ ଗିରଫ। ନକଲି କୋର୍ଟ ସ୍ଥାପନ କରି ବିଭିନ୍ନ ଜମିଜମା ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲା ଅଭିଯୁକ୍ତ।

ଅଦ୍ୟତନ ହୋଇଛି
Morris Samuel Christian

Morris Samuel Christian

Advertisment

ଦୀର୍ଘ ୫ ବର୍ଷ ଧରି ଘରେ କୋର୍ଟ ଚଳାଇଥିବା ଜଣେ ଓକିଲକୁ ଗିରଫ କରିଛି ପୁଲିସ। ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଗୁଜରାଟର ଗାନ୍ଧୀନଗରରୁ। ଏଠାରେ ରହୁଥିବା ମୋରିସ ସାମୁଏଲ ଖ୍ରୀଷ୍ଟିୟାନ ନାମକ ଜଣେ ଓକିଲ ନିଜ ଘରେ କୋର୍ଟ ସ୍ଥାପନ କରି ବିଭିନ୍ନ ଜମିଜମା ସମ୍ବନ୍ଧୀୟ ମାମଲାର ଫଇସଲା କରୁଥିଲା। ନିଜକୁ ଜଜ୍ ଭାବେ ପରିଚୟ ଦେଇ ଲୋକଙ୍କୁ ଧୋକା ଦେଉଥିବା ମୋରିସକୁ ପୁଲିସ ମଙ୍ଗଳବାର ଗିରଫ କରିଛି। ସେ ଗାନ୍ଧୀନରସ୍ଥିତ ଏକ କାର୍ଯ୍ୟାଳୟରେ ଅସଲି କୋର୍ଟ ଭଳି ପରିବେଶ ସୃଷ୍ଟି କରି ନିଜକୁ ଜଜ୍ ଭାବେ ଦର୍ଶାଇ ବିଭିନ୍ନ ପ୍ରସଙ୍ଗରେ ରାୟ ଜାରି କରୁଥିଲା।

Advertisment

ଯେଉଁ ଲୋକମାନଙ୍କର ଜମିଜମା ସମ୍ବନ୍ଧୀୟ ମାମଲା ସହରର ସିଭିଲ କୋର୍ଟରେ ପଡ଼ି ରହିଥିଲା, ସେହିମାନଙ୍କୁ ଟାର୍ଗେଟ କରି ମୋରିସ ଫସାଉଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଏଭଳି ଲୋକଙ୍କୁ ସେ ଗାନ୍ଧୀନଗରସ୍ଥିତ କାର୍ଯ୍ୟାଳୟକୁ ଡକାଉଥିଲା, ଯାହାକୁ ସେ ଏକ ଅଦାଲତ ପରି ସଜାଇଥିଲା। ସେ ନିଜ ମହକିଲମାନଙ୍କୁ ସେମାନଙ୍କର ପଡ଼ି ରହିଥିବା ଜମିଜମା ସମ୍ବନ୍ଧୀୟ ମାମଲାର ସମାଧାନ କରିବାର ଆଶା ଦେଖାଇ ତାଙ୍କଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଉଥିଲା। କେବଳ ସେତିକି ନୁହେଁ, ସେ ଟ୍ରିବ୍ୟୁନାଲ ଅଧିକାରୀ ଭଳି ଆଦେଶ ମଧ୍ୟ ପାରିତ କରୁଥିଲା। ନିଜର ନକଲି ଅଦାଲତକୁ ଅସଲି ଅଦାଲତର ରୂପ ଦେବା ପାଇଁ ସେ ନିଜର ସହଯୋଗୀମାନଙ୍କୁ ଅଦାଲତର କର୍ମଚାରୀ ଏବଂ ଓକିଲ ରୂପରେ ବସାଉଥିଲା।

ପୁଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ର ଏକ ସରକାରୀ ଜମି ସମ୍ବନ୍ଧୀୟ ମାମଲାର ଶୁଣାଣି କରି ମୋରିସ ନିଜ ମହକିଲଙ୍କ ସପକ୍ଷରେ ଆଦେଶ ଜାରି କରିଥିଲା, ଯେଉଁ ଜମିର ମୂଲ୍ୟ ୧୦୦ କୋଟି ଟଙ୍କା ଥିଲା। ଏହାପରେ ସିଭିଲ କୋର୍ଟଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏତିକି ନୁହେଁ, ଏପରି ଭାବେ ପ୍ରାୟ ୧୧ଟି ସରକାରୀ ଜମି ବିବାଦର ସମାଧାନ କରି ନିଜ ମହକିଲଙ୍କ ସପକ୍ଷରେ ଆଦେଶ ପାରିତ କରିଛି ଅଭିଯୁକ୍ତ ମୋରିସ। ଏହିସବୁ ଜମିର ମୂଲ୍ୟ କୋଟିକୋଟି ଟଙ୍କା ହେବ। ମଙ୍ଗଳବାର ଧାରା ୪୨୦ (ଠକିବା) ଓ ୧୨୦ବି (ଅପରାଧିକ ଷଡ଼ଯନ୍ତ୍ର) ଅଧୀନରେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ପୁଲିସ।

Advertisment
Fake Arbitration Tribunal Fake Court Fake Judge Arrested Faux Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe