Advertisment

ମେଟ୍ରୋ ଲିଫ୍ଟରେ ମହିଳାଙ୍କୁ ଅସଦାଚରଣ କରି ଯୁବକ ଗିରଫ

ଗିରଫ ଅଭିଯୁକ୍ତ ହେଲେ ରାଜେଶ କୁମାର। ସେ ଗୋଟିଏ ଘରୋଇ ହସ୍ପିଟାଲରେ ହାଉସକିପିଂ କାମ କରନ୍ତି।

Delhi

Delhi

Advertisment

ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଥିବା ଲିଫ୍ଟରେ  ମହିଳାଙ୍କୁ ଅସଦାଚରଣ। ଜଣେ ୨୬ ବର୍ଷୀୟ ଯୁବକ ଲିଫ୍ଟ ଭିତରେ ଏପରି କାଣ୍ଡ ଘଟାଇଛନ୍ତି। ଘଟଣାର ଯାଞ୍ଚ କରି ଦିଲ୍ଲୀ ପୁଲିସ୍‌ ଆଜି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତ ହେଲେ ରାଜେଶ କୁମାର। ସେ ଗୋଟିଏ ଘରୋଇ ହସ୍ପିଟାଲରେ ହାଉସକିପିଂ କାମ କରନ୍ତି। ଅଭଯୋଗ ହୋଇଛି ଯେ ରାଜେଶ ଲିଫ୍ଟ ମଧ୍ୟରେ ତାଙ୍କ ଗୁପ୍ତାଙ୍ଗ ପ୍ରଦର୍ଶନ କରିବା ସହ ଏହାଦ୍ୱାରା ମହିଳାଙ୍କୁ ସ୍ପର୍ଶ କରିଥିଲେ। ମହିଳା ଜଣଙ୍କ ଏହାକୁ ବିରୋଧ କରି ପାଟି କରିବାରୁ ରାଜେଶ ମେଟ୍ରୋ ଟ୍ରେନରେ ନ ବସି ସେଠାରୁ ଖସି ପଳାଇଥିଲେ। ଦକ୍ଷିଣ ଦିଲ୍ଲୀର ଜାସୋଲା ମେଟ୍ରୋ ଷ୍ଟେସନର ଲିଫ୍ଟ ମଧ୍ୟରେ ପୂରା ଘଟଣା ଘଟିଥିଲା।

ଏନେଇ ମହିଳା ଜଣଙ୍କ ପରବର୍ତ୍ତୀ ଅବସ୍ଥାରେ ଦିଲ୍ଲୀ ମେଟ୍ରୋ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ୍‌ ଅସଦାଚରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଲିଫ୍ଟ ମଧ୍ୟରେ ପ୍ରଥମଥର ଏପରି ଘଟଣା ଘଟିଥିବାରୁ ପୁଲିସ୍‌ ବେଶ ଗୁରୁତ୍ୱ ଦେଇ ତଦନ୍ତ କରିଥିଲା। 

Advertisment

ତଦନ୍ତ ବେଳେ ସ୍ଥାନୀୟ ଗୁଇନ୍ଦା ଓ କ୍ୟାମେରା ଫୁଟେଜକୁ ଯାଞ୍ଚ କରି ପୁଲିସ୍‌ ରାଜେଶଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲା। ଶେଷରେ ଆଜି ମେଟ୍ରୋ ପୁଲିସ୍‌ ଷ୍ଟେସନର ସ୍ୱତନ୍ତ୍ର ଟିମ ରାଜେଶଙ୍କୁ ଆଜି ଗିରଫ କରିବାକୁ ସକ୍ଷମ ହୋଇଛି। 

Delhi Metro Rail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe