Advertisment

ତ୍ରିକୋଣୀୟ ପ୍ରେମର ଭୟଙ୍କର ରୂପ: ସହକର୍ମୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା

ସେମାନେ ଗୋଟିଏ ଝିଅଙ୍କୁ ମଧ୍ୟ ଭଲ ପାଉଥିଲେ। ଏହି ତ୍ରିକୋଣୀୟ ପ୍ରେମ ଯୋଗୁ ଏତେ ବଡ଼ ଘଟଣା ଘଟିଛି। ପୁଲିସ୍‌ ହତ୍ୟା ଅଭିଯୋଗରେ ୨୫ ବର୍ଷୀୟ ଯୁବକଙ୍କୁ ମଧ୍ୟ ଗିରଫ କରିଛି।

author-image
Hemant Lenka
Arrest

Arrest

ଏକ ଫୁଲ ଦୋ ମାଲିର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ କାହାଣୀ ଯୋଗୁ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କ ସହକର୍ମୀଙ୍କ ମୁଣ୍ଡକୁ ପଥରରେ ଛେଚି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି।

Advertisment

ହତ୍ୟାକାରୀ ଓ ହତ୍ୟାର ଶିକାର ହୋଇଥିବା ଯୁବକ ଏକାଠି ଗୋଟିଏ ବ୍ୟାଙ୍କରେ କାମ କରୁଥିଲେ। ସେମାନେ ଗୋଟିଏ ଝିଅଙ୍କୁ ମଧ୍ୟ ଭଲ ପାଉଥିଲେ। ଏହି ତ୍ରିକୋଣୀୟ ପ୍ରେମ ଯୋଗୁ ଏତେ ବଡ଼ ଘଟଣା ଘଟିଛି। ପୁଲିସ୍‌ ହତ୍ୟା ଅଭିଯୋଗରେ ୨୫ ବର୍ଷୀୟ ଯୁବକଙ୍କୁ ମଧ୍ୟ ଗିରଫ କରିଛି।

ପୁଲିସ୍‌ କହିଛି ଯେ ମୁମ୍ବାଇ ଅନ୍ତର୍ଗତ ଯୋଗେଶ୍ୱରୀ ସ୍ଥିତ ରେଳ ଟ୍ରାକରୁ ପ୍ରଥମେ ମୁଣ୍ଡରେ ଆଘାତ ଲାଗିଥିବା ମୃତଦେହ ମିଳିଥିଲା। ଅଧିକ ତଦନ୍ତ ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ବୋଲି ଜଣାପଡ଼ିଛି। ଘଟଣାରେ ବିହାରର ମଧୁବାଣୀ ବାସିନ୍ଦା ଚୁତ୍ତାନ ସଫାଇଙ୍କୁ ଗିରଫ କରାଯାଇଛି।

Advertisment

ସେ ଗୋରେଗାଓଁରେ ଘର ଭଡ଼ା ନେଇ ରହୁଥିଲେ। ଚୁତ୍ତାନ ତାଙ୍କ ସହକର୍ମୀ ତଥା ୨୫ ବର୍ଷୀୟ ସନ୍ଦେଶ ପାଟିଲଙ୍କୁ ସୋମବାର ରାତିରେ ହତ୍ୟା କରିଛନ୍ତି। ସେ ଗୋଟିଏ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ବିଭାଗରେ କାମ କରୁଥିଲେ।

ଘଟଣା ଦିନ ଚୁତ୍ତାନ କୌଶଳକ୍ରମେ ସନ୍ଦେଶଙ୍କୁ ମଦ ପିଇବାକୁ ଡାକିଥିଲେ। ଉଭୟ ମଦ ପିଇବା ପରେ ଚୁତ୍ତାନ ଗୋଟିଏ ପଥରରେ ସନ୍ଦେଶଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ।

ଏହାପରେ ତାଙ୍କ ମୃତଦେହକୁ ଯୋଗେଶ୍ୱରୀ ରେଳ ଟ୍ରାକ୍‌ ନିକଟରେ ଫିଙ୍ଗି ଦେଇଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକମାନେ ମୃତଦେହକୁ ଦେଖି ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଏହାପରେ ଜିଆରପି ଓ ପୁଲିସ୍‌ ଘଟଣାର ତଦନ୍ତ କରି ଚୁତ୍ତାନଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଛି।

Mumbai Arrest