Advertisment

ଜମ୍ମୁରେ ମନ୍ଦିର ଭଙ୍ଗାରୁଜା କରିଥିବା ଅର୍ଜୁନ ଶର୍ମା ଗିରଫ

ଶନିବାର ସେ ମନ୍ଦିରରେ ପ୍ରବେଶ କରି ଗର୍ଭଗୃହରେ ଭଙ୍ଗା ରୁଜା କରିଥିଲା। ଏଠାରେ ଗୁଣିଗାରେଡ଼ି କରାଯାଉଥିବା ଅଭିଯୋଗ କରି ସେ ଏପରି କାଣ୍ଡ ଘଟାଇଥିବା କହିଛି।

Jammu

Jammu

Advertisment

ଜମ୍ମୁରେ ଥିବା ଗୋଟିଏ ମନ୍ଦିରରେ ହୋଇଥିବା ଭଙ୍ଗାରୁଜା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ଘଟଣାରେ ପୁଲିସ ଅର୍ଜୁନ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ପରେ ବ୍ୟକ୍ତି ଜଣକ ପୁଲିସ୍‌କୁ କହିଛି ଯେ ନାଗ୍ରୋଟାରେ ଥିବା ଉକ୍ତ ମନ୍ଦିରକୁ ସେ ଜାଳି ଦେବାକୁ ଚାହୁଁଥିଲା।

Advertisment

ଶନିବାର ସେ ମନ୍ଦିରରେ ପ୍ରବେଶ କରି ଗର୍ଭଗୃହରେ ଭଙ୍ଗା ରୁଜା କରିଥିଲା। ଏଠାରେ ଗୁଣିଗାରେଡ଼ି କରାଯାଉଥିବା ଅଭିଯୋଗ କରି ସେ ଏପରି କାଣ୍ଡ ଘଟାଇଥିବା କହିଛି। 

ଉକ୍ତ ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ଶନିବାର କୌଣସି ମନ୍ଦିରରେ ଭଙ୍ଗା ରୁଜା ହୋଇଥିଲା। ମନ୍ଦିର ଭଙ୍ଗାରୁଜା ପରେ ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଥିଲା ଓ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଆଡ଼କୁ ଆଙ୍ଗୁଠି ଉଠିଥିଲା।

Advertisment

ତେବେ ପୁଲିସ୍‌ ଏହାକୁ ଖଣ୍ଡନ କରି ଅର୍ଜୁନ ଶର୍ମାଙ୍କୁ ଗିରଫ କରିଛି। ଅର୍ଜୁନ ଶର୍ମାର କୌଣସି ରାଜନୀତିକ ଲିଙ୍କ ନାହିଁ। ସେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନ୍ଦିରରେ ଭଙ୍ଗାରୁଜା କରିଥିଲା ବୋଲି ପୁଲିସ୍‌ କହିଛି।

ଜମ୍ମୁ(ଗ୍ରାମୀଣ) ଏସ୍‌ପି ବ୍ରିଜେଶ କୁମାର କହିଛନ୍ତି, “ଆମେ ଅର୍ଜୁନ ଶର୍ମାକୁ ଗିରଫ କରିଛୁ। ସେ ମନ୍ଦିର ଭଙ୍ଗା ରୁଜା କରିଥିବା ଘଟଣାକୁ ସ୍ୱୀକାର କରିଛି। ଠିକଣା ସମୟରେ ଅଭିଯୁକ୍ତକୁ ଗିରଫ କରାଯିବାରୁ ବଡ଼ ଅଘଟଣ ଟଲିଛି।”

ଗତ ସପ୍ତାହରେ ରୈସି ଜିଲ୍ଲାରେ ଗୋଟିଏ ମନ୍ଦିର ଭଙ୍ଗାରୁଜା କରାଯାଇଥିଲା। ଏହାକୁ ନେଇ ପୂରା ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିଲା। ପୁଲିସ୍‌ ୫୦ ଜଣଙ୍କୁ ଜେରା କରିଥିଲା। ହେଲେ କାହାକୁ ବି ଏଯାଏ ଗିରଫ କରିନାହିଁ।

Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe