Advertisment

ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା

ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।

Police

Police

Advertisment

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭୟଙ୍କର ସିରିଏଲ ମର୍ଡର ଉପରୁ ପରଦା ହଟିଛି। ଗୁଜରାଟର ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାରେ ଗିରଫ ଯୁବକର ପାପ ପେଡ଼ି ଦେଖି ସମସ୍ତେ ଚକିତ ହୋଇଛନ୍ତି।

Advertisment

ଗୁଜରାଟର ଏହି ଯୁବତୀଙ୍କ ଭଳି ଯୁବକ ଜଣଙ୍କ ମାସକରୁ କମ ସମୟ ମଧ୍ୟରେ ଏକାଧିକ ରାଜ୍ୟରେ ଆଉ ୪ ଜଣଙ୍କୁ ହତ୍ୟା କରିଥିଲା। ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା। ଏକାକୀ ବିଶେଷ କରି ଦିବ୍ୟାଙ୍ଗ ମହିଳାଙ୍କୁ ସେ ଟାର୍ଗେଟ କରି ଦୁଷ୍କର୍ମ ପରେ ହତ୍ୟା କରୁଥିଲା। ପୁଲିସ୍‌ ତା’କୁ ଗିରଫ କରିବା ପରେ ସବୁ ଘଟଣା ଉପରୁ ପରାଦା ହଟିଛି।

ହରିୟାଣାର ରୋହତକର ମୂଳବାସିନ୍ଦା ରାହୁଲ କମରବୀର ଜାଟକୁ ପୁଲିସ୍‌ ନଭେମ୍ବର ୨୪ରେ ଗୁଜରାଟର ବାଲସାଦ ଅନ୍ତର୍ଗତ ଭାପି ରେଳ ଷ୍ଟେସନରୁ ଗିରଫ କରିଛି। ତା’କୁ ଧରିବା ପାଇଁ ଏକାଧିକ ରାଜ୍ୟର ପୁଲିସ୍‌ ଲାଗିଥିଲେ। ଗୁଜରାଟର ବିଭିନ୍ନ ଜିଲ୍ଲାରେ ଲାଗିଥିବା ପ୍ରାୟ ୨ ହଜାର ସିସିଟିଭିକୁ ମଧ୍ୟ ଯାଞ୍ଚ କରଯାଇଥିଲା।

Advertisment

ପୁଲିସ କହିବା କଥା ଯେ ରାହୁଲ କରମବୀର ଜାଟ ୫ ଶ୍ରେଣୀ ଯାଏ ପଢ଼ିଛି। ସେ ନିଜର ଅପରାଧକୁ ସ୍ୱୀକାର କରିଛି। ସେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ଲୁଟ କରିବା ସହ ହତ୍ୟା କରିଛି। ସେହିପରି ଦିବ୍ୟାଙ୍ଗ ପାଇଁ ଉପଲବ୍ଧ ବଗିରେ ସେ ମହିଳାଙ୍କୁ ଦୁଷ୍କର୍ମ ମଧ୍ୟ କରିଥିଲା। ଜାଟ ସବୁବେଳେ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମ କିମ୍ବା ଟ୍ରେନ ଭିତରେ ଶୋଇଥାଏ। ତେଣୁ ତାକୁ ଧରିବା ପୁଲିସ୍‌ ପାଇଁ ସହଜ ହେଉ ନଥିଲା।

ଏସ୍‌ପି କରନରାଜ ବଘେଲା କହିଛନ୍ତି, “ଜାଟକୁ ରବିବାର ରାତିରେ ସ୍ଥାନୀୟ ଓ ରେଳବାଇ ପୁଲିସ୍‌ର ମିଳିତ ଅପରେସନ ଦ୍ୱାରା ଗିରଫ କରାଯାଇଛି। ଜାଟ ସବୁବେଳେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାତ୍ରା କରୁଥିଲା। ଫଳରେ ତା’ ଠିକଣା ଠାବ କରିବା ସହଜ ହେଉ ନଥିଲା। ଗୁଜରାଟ ଦୁଷ୍କର୍ମ ଓ ହତ୍ୟା ବ୍ୟତୀତ ସେ ଆଉ ୪ଟି ଲୁଟ ଓ ହତ୍ୟା ମାମଲାରେ ସାମିଲ ରହିଛି। କର୍ଣ୍ଣାଟକା, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ବିଭିନ୍ନ ଟ୍ରେନ ଓ ଷ୍ଟେସନରେ ସେ ଏପରି କାଣ୍ତ ଘଟାଇଥିଲା।

ନଭେମ୍ବର ୧୪ରେ ଉଡଭାଡା ରେଳ ଷ୍ଟେସନ ନିକଟ ଟ୍ରାକରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ତେଣୁ ଏକାଧିକ ଟିମ ତଦନ୍ତରେ ଲାଗି ପଡ଼ିଥିଲେ। ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜରୁ ପ୍ରଥମେ ସନ୍ଦିଗ୍ଧର ସୂଚନା ମିଳିଥିଲା।

ଅପରାଧ ଘଟାଇବା ପରେ ଜାଟ ରେଳ ଷ୍ଟେସନକୁ ଆସି କିଛି ଖାଦ୍ୟ ଖାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଜାଟ ଏଠାରେ ଥିବା ଗୋଟିଏ ହୋଟେଲରେ କାମ କରୁଥିଲା। ସେଠାକୁ ଦରମା ନେବା ପାଇଁ ସେ ଘଟଣା ଦିନ ଆସିଥିଲା। ଏହି ସମୟରେ ସେ ୧୯ ବର୍ଷୀୟ ଯୁବତୀଙ୍କୁ ଏକାକୀ ପାଇ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ଯୁବତୀ ଜଣଙ୍କ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ତାଙ୍କ ସହ ଏପରି ଘଟଣା ଘଟିଥିଲା।

୧୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା ପୂର୍ବରୁ ଓ ପରେ ଜାଟ ଆଉ ୪ଟି ହତ୍ୟାକାଣ୍ତ ଘଟାଇଥିଲା। ଗିରଫର ଦିନକ ପୂର୍ବରୁ ସେ ସିକନ୍ଦରାବାଦ ରେଳ ଷ୍ଟେସନରେ ଜଣେ ମହିଳାଙ୍କୁ ଟ୍ରେନ ଭିତରରେ ଲୁଟ କରିବାର ସହ ହତ୍ୟା କରିଥିଲା। ଅକ୍ଟୋବାର ମାସରେ ସୋଲାପୁର ରେଳ ଷ୍ଟେସନ ନିକଟରେ ଥିବା ଟ୍ରେନରେ ମଧ୍ୟ ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା।

ପରବର୍ତ୍ତୀ ଅବସ୍ଥାରେ ପଶ୍ଚିମବଙ୍ଗର ହାୱଡା ରେଳ ଷ୍ଟେସନ ନିକଟରେ ସେ କୈଥାର ଟ୍ରେନ ଭିତରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଲୁଟ କରିବା ଉଦ୍ଦେଶ୍ୟରେ ମାରିଥିଲା। କର୍ଣ୍ଣାଟକାର ମୁଲକି ରେଳ ଷ୍ଟେସନରେ ସେ ଜଣେ ଯାତ୍ରୀଙ୍କୁ ମଧ୍ୟ ହତ୍ୟା କରିବା ଘଟଣାର ଅଭିଯୁକ୍ତ।”

ଅଭିଯୁକ୍ତର ଫୋଟକୁ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଚଳିତ ବର୍ଷ ଆରମ୍ଭରୁ ସେ ଯୋଧପୁର ଜେଲରୁ ମୁକୁଳିଥିଲା। ଗୋଟିଏ ଡକାୟିତ ମାମଲାରେ ସେ ଜେଲରେ ରହିଥିଲା। ଏହାପରେ ପୁଲିସ୍‌ ତା’ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା।

୫ମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଥିବା ଜାଟ ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶରେ ଅପରାଧ କରିଥିଲା। ତା’ ନାଁରେ ୧୩ରୁ ଅଧିକ ମାମଲା ରହିଛି।

Crime Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe