Advertisment

ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ତେଲେଙ୍ଗାନାରୁ ଜଣେ ୧୯ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି।

undefined

Mukesh Ambani

Advertisment

ଧରାପଡିଲା ଦେଶର ସବୁଠୁ ଧନୀ ଓ ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଏହି ମାମଲାରେ ତେଲେଙ୍ଗାନାରୁ ଜଣେ ୧୯ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି। ପୁଲିସ ଏହି ଯୁବକଙ୍କୁ କୋର୍ଟ ହାଜର କରିବା ପରୋ ନଭେମ୍ବର ୮ ଯାଏ ହେପାଜତକୁ ନେଇଛି। ଉକ୍ତ ଯୁବକ ଜଣକ ଗଣେଶ ରମେଶ ବନପାରାଧୀ ବୋଲି ପରିଚୟ ମିଳିଛି।

Advertisment

ଉଲ୍ଲେଖ ଯୋଗ୍ୟ ମୁକେଶ ଅମ୍ବାନିଙ୍କୁ ତିନି ଥର ହତ୍ୟା ଧମକ ମିଳିଥିଲା। ଅକ୍ଟୋବର ୨୭ ତାରିଖରେ ପ୍ରଥମେ ଅମ୍ବାନି ସିକ୍ୟୁରିଟି-ଇନ୍‌ଚାର୍ଜଙ୍କ ଇ-ମେଲକୁ ଏକ ମେଳ୍ ଆସିଥିଲା। ଏଥିରେ ମୁକେଶ ଅମ୍ବାନିଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ୨୦ ଟଙ୍କା ନଦେଲେ ଅମ୍ବାନିଙ୍କୁ ହତ୍ୟା କରିବାକୁ ଏଥିରେ କୁହାଯାଇଥିଲା। ତେବେ ପୁଣି ଥରେ ଅକ୍ଟୋବର ୨୮ରେ ଆଉ ଏକ ଇ-ମେଲ୍‌ ଆସିଥିଲା। ଏଥିରେ ସେ ୨୦୦ କୋଟି ଟଙ୍କା ଡିମାଣ୍ଡ କରିଥିଲେ। ଏହାପରେ ଅକ୍ଟୋବର ୩୦ ତାରିଖରେ ୪୦୦ କୋଟି ଟଙ୍କାର ଡିମାଣ୍ଡ କରାଯାଇଥିଲା। ପୋଲିସର ତଦନ୍ତରୁ ଶାଦବ ଖାନ ନାମକ ମେଲ୍ ଆଇଡିରୁ ବେଲଜିୟମରୁ ଏହି ମେଲ୍‌ ଆସିଥିବା ଜଣାପଡିଥିଲା।

ଏହା ସଠିକ୍ ଆଇଡି ନା ଫେକ୍ ଆଇଡି ମାଧ୍ୟମରେ ଏହି ମେଲ ପଠାଯାଇଛି ତାହା ପୁଲିସ ଅନୁସନ୍ଧାନ କରୁଛି। ଏହା ସହିତ ପୁଲିସ ବେଲଜିୟମ ମେଲ ପ୍ରୋଭାଇଡର କମ୍ପାନୀ ସହିତ ଯୋଗାଯୋଗ କରୁଛି ଏବଂ ସେମାନଙ୍କଠାରୁ ଏହି ମେଲ ଆଇଡି ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି।

Advertisment

ଉଲ୍ଲେଖ‌ଯୋଗ୍ୟ, ମୁକେଶ ଅମ୍ବାନିଙ୍କୁ ଏଭଳି ହତ୍ୟା ଧମକ ମିଳିବା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମୁକେଶ ଅମ୍ବାନି ଓ ତାଙ୍କ ପରିବାରବର୍ଗଙ୍କୁ ଫୋନ୍‌ ଯୋଗ‌େ ହତ୍ୟା ଧମକ ମିଳିଥିଲା। ଏହାପରେ ଏହି ମାମଲାରେ ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

Mumbai Mukesh Ambani Death Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe