Assaults
ତାମିଲ ଓ ହିନ୍ଦୀ ଭାଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଚଳନ୍ତା ଟ୍ରେନରେ ଜଣେ ବ୍ୟକ୍ତି ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ତାମିଲନାଡୁରେ ଏହି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓ ଭାଇରାଲ ହେବା ପରେ ତାମିଲନାଡୁ ରେଳବାଇ ପୁଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରିଛି। ସେହିପରି ସର୍ବସମ୍ମୁଖରେ ଦବଙ୍ଗଗିରି ଦେଖାଇଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି। ତେବେ ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଛନ୍ତି।
ରେଳବାଇ ପୁଲିସ୍ ଗୋଟିଏ ବିବୃତିରେ କହିଛି ଯେ “ତାମିଲନାଡୁ ରେଳବାଇ ପୁଲିସ୍ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଦଫାରେ ଏଫଆଇଆର ରୁଜୁ କରିଛି। ଦୋଷୀଙ୍କୁ ନିଶ୍ଚିତ ଭାବେ ଧରି ଦଣ୍ଡ ଦିଆଯିବ।”
ସାମ୍ନାକୁ ଆସିଥିବା ଭିଡିଓରେ ଅନୁଯାୟୀ, ପ୍ରବଳ ଗହଳୀ ଭିତରେ ଜଣେ ବ୍ୟକ୍ତି ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଗାଳି କରିବା ସହ ମାଡ଼ ମାରୁଛନ୍ତି। ଚଳନ୍ତା ଟ୍ରେନରେ ଏସବୁ ଘଟିଥିଲେ ମଧ୍ୟ କେହି ବି ପ୍ରତିବାଦ ମଧ୍ୟ କରି ନଥିଲେ। ଅଭିଯୁକ୍ତ ଜଣଙ୍କ ପ୍ରଥମେ ଜଣେ ଯବୁକଙ୍କୁ ତାମିଲ ନା ହିନ୍ଦୀ ବୋଲି ପ୍ରଶ୍ନ କରିଥିଲେ।
ଏହାପରେ ସେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ କୌଣସି ପ୍ରକାରର ପ୍ରତିବାଦ କରି ନଥିଲେ। ମାଡ଼ ମାରିବା ସମୟରେ ବ୍ୟକ୍ତି ଜଣଙ୍କ ପ୍ରବାସୀ ଶ୍ରମିକମାନେ ଏଠାକୁ ଆସି ସ୍ଥାନୀୟ ତାମିଲବାସୀଙ୍କ ଚାକିରି ନେଇ ଯାଉଛନ୍ତି ବୋଲି ମଧ୍ୟ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/_Assaults__1676645665.jpg)