Advertisment

ଦେବୀଙ୍କ ପାଖରେ ବଳି ଚଢ଼ାଇବାକୁ ନେଇ ଗଣ୍ଡଗୋଳ; ମା’, ସାନ ଭାଇକୁ ଛୁରୀ ଭୁଶିଲା ବଡ଼ ଭାଇ

ଦେବୀଙ୍କ ନିକଟରେ ବଳି କିଏ ଚଢ଼ାଇବ ତାକୁ ନେଇ ପରିବାରରେ ଆରମ୍ଭ ହେଲା ବିବାଦ । ଉତ୍ତ୍ୟକ୍ତ ହୋଇ ଘରର ବଡ଼ ପୁଅ ମା’ ଓ ସାନ ଭାଇକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇଲା ନାହିଁ ।

ଅଦ୍ୟତନ ହୋଇଛି
undefined

Attack

Advertisment

ଦେବୀଙ୍କ ନିକଟରେ ବଳି କିଏ ଚଢ଼ାଇବ ତାକୁ ନେଇ ପରିବାରରେ ଆରମ୍ଭ ହେଲା ବିବାଦ । ଦେଖାଦେଲା ତିକ୍ତତା । ପରିବାର ସଦସ୍ୟଙ୍କ ମଧ୍ୟରେ ଏହାକୁ ନେଇ ଉଚ୍ଚବାଚ ଓ ହାତାହାତି ଯାଏ କଥା ଗଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଘରର ବଡ଼ ପୁଅ ମା’ ଓ ସାନ ଭାଇକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇଲା ନାହିଁ । ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଘଟିଛି।

Advertisment

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରବିଙ୍କୁ ପୁଲିସ୍‌ ଖୋଜୁଛି। ରବିଙ୍କ ଭଉଣୀ ପୂଜାଙ୍କ ସୂଚନା ଅନୁଯାୟୀ, ଦେବୀଙ୍କ ନିକଟରେ କିଏ ବଳି ଦେବ ତାକୁ ନେଇ ତାଙ୍କ ପରିବାରରେ କିଛି ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରବି ଗତକାଲି ନିଜ ସାନ ଭାଇ ଅଭିଷେକ ଓ ମା’ଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଥିଲେ। ସେମାନଙ୍କ ପେଟ ତଥା ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି।

ତୁରନ୍ତ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ପୁଲିସ୍‌ ପହଞ୍ଚି ଭୟଙ୍କ ବୟାନ ରେକର୍ଡ କରିଛି। ପରିବାର ସଦସ୍ୟଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜୁ କରି ରବିଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

Advertisment
Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe