Advertisment

ପାଗଳ କଲା ଯୁବତୀଙ୍କ ପ୍ରେମ, ପତ୍ନୀଙ୍କୁ ପିଟି ପିଟି ଫିନାଇଲ ପିଆଇଦେଲେ

ପତ୍ନୀ ଏହାକୁ ବିରୋଧ କରିବାରୁ ଶେଷରେ ଉତ୍ତ୍ୟକ୍ତ ହୋଇ ନିଜ ହିତାହିତ ଜ୍ଞାନ ହରାଇ ବସିଲେ। ଏପରିକି ପଶୁ ପରି ପିଟିବା ପରେ ଅଚେତ ପତ୍ନୀଙ୍କୁ ଫିନାଇଲ ପିଆଇବାକୁ ପଛାଇଲେ ନାହିଁ।

Fight

Fight

Advertisment

ନିଜର ହସଖୁସିର ସଂସାର ଥିବା ସତ୍ତ୍ୱେ ପରକିୟା ପ୍ରୀତିରେ ମାତିଥିଲେ ସ୍ୱାମୀ । ବହୁ ଥର ଧରା ପଡ଼ିବା ସହ କ୍ଷମା ମାଗିଥିଲେ ବି ପ୍ରେମିକାକୁ ଭୁଲି ପାରୁ ନ ଥିଲେ। ପତ୍ନୀ ଏହାକୁ ବିରୋଧ କରିବାରୁ ଶେଷରେ ଉତ୍ତ୍ୟକ୍ତ ହୋଇ ନିଜ ହିତାହିତ ଜ୍ଞାନ ହରାଇ ବସିଲେ। ଏପରିକି ପଶୁ ପରି ପିଟିବା ପରେ ଅଚେତ ପତ୍ନୀଙ୍କୁ ଫିନାଇଲ ପିଆଇବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି।

Advertisment

ଲକ୍ଷ୍ନୌରେ ରହୁଥିବା ସନ୍ତୋଷ ଯାଦବ ନାମକ ବ୍ୟକ୍ତି ପୁରୁଣା ଗାଡ଼ି କିଣାବିକା ବ୍ୟବସାୟ କରିଥାନ୍ତି। ପ୍ରାୟ ୧୩ ବର୍ଷ ପୂର୍ବେ ସେ ବିବାହ କରିଥିବା ବେଳେ ତାଙ୍କର ୧୨ ବର୍ଷର ଏକ ଝିଅ ରହିଛି।

ସନ୍ତୋଷଙ୍କ ସଂସାର ବେଶ୍‌ ହସଖୁସିରେ ଚାଲିଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ଜୀବନରେ ଜଣେ ଯୁବତୀଙ୍କ ଏଣ୍ଟ୍ରି ହୋଇଛି। ଉକ୍ତ ଯୁବତୀଙ୍କ ପ୍ରେମରେ ପାଗଳ ସନ୍ତୋଷ ଏହାକୁ କେନ୍ଦ୍ର କରି ପତ୍ନୀଙ୍କୁ ମାରଧର କରିବାକୁ ବି ପଛାଉ ନାହାନ୍ତି।

Advertisment

ଏନେଇ ସନ୍ତୋଷଙ୍କ ପତ୍ନୀ ପୂର୍ବରୁ ବହୁ ଥର ଥାନାରେ ଅଭିଯୋଗ କରି ସାରିଛନ୍ତି। ପୁଲିସ୍‌ ସମ୍ମୁଖରେ ସନ୍ତୋଷ ନିଜ ପତ୍ନୀଙ୍କୁ କ୍ଷମା ମାଗିବା ସହ ଭବିଷ୍ୟତରେ ଏପରି କରିବେ ନାହିଁ ବୋଲି କହି ଘଟଣାର ସମାଧାନ କରୁଥିଲେ। ମାତ୍ର ପରେ ପୁଣି ପୂର୍ବ ଆଚରଣ ଦୋହରାଉଥିଲେ।

ଘଟଣା ଦିନ ଏହି କଥାକୁ କେନ୍ଦ୍ର କରି ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିରେ ଉତ୍ୟକ୍ତ ସନ୍ତୋଷ ପତ୍ନୀଙ୍କୁ ପ୍ରବଳ ପିଟିଥିଲେ। ଫଳରେ ସେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ଏଥିରେ ରାଗ ଶାନ୍ତ ନ ହେବାରୁ ସନ୍ତୋଷ ପତ୍ନୀଙ୍କୁ ଜବରଦସ୍ତି ଫିନାଇଲ ପିଆଇ ଦେଇଥିଲେ।

ନିଜ ମା’ଙ୍କ ପ୍ରତି ଏପରି ନ କରିବାକୁ ସନ୍ତୋଷଙ୍କୁ ଝିଅ ଗୁହାରି କରିଥିଲା। ମାତ୍ର ସେ ତା’ କଥା ଶୁଣିବା ପରିବର୍ତ୍ତେ ତାକୁ ବି ମାରଧର କରିବାକୁ ପଛାଇ ନ ଥିଲେ।

ଏନେଇ ସନ୍ତୋଷଙ୍କ ଝିଅ ନିଜ ମାମୁ ଘର ଲୋକଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଦେଇଥିଲେ। ସେମାନେ ତୁରନ୍ତ ପହଞ୍ଚି ଝିଅକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲେ ବି ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରି ସନ୍ତୋଷଙ୍କୁ ଗିରଫ କରିଛି।

Extra Marital Affair Uttar Pradesh Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe