Advertisment

ଟିକସ କଟିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ପିଟିଲେ ଗ୍ରାହକ, ଭିଡିଓ ଭାଇରାଲ୍‌

ଫିକ୍ସଡ ଜମା ଉପରେ ବର୍ଦ୍ଧିତ ଟିକସ କାଟକୁ ବିରୋଧ କରି ଗ୍ରାହକ ଜୈମନ ରାୱଲ ଅସନ୍ତୋଷ ପ୍ରକାଶ କରିଥିଲେ।

Tax Deduction

Tax Deduction

Advertisment

ଗୁଜରାଟର ଅହମଦାବାଦରେ ଥିବା ୟୁନିୟନ ବ୍ୟାଙ୍କ ଭିତରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିଛନ୍ତି ଜଣେ ଗ୍ରାହକ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Advertisment

ଫିକ୍ସଡ ଜମା ଉପରେ ବର୍ଦ୍ଧିତ ଟିକସ କାଟକୁ ବିରୋଧ କରି ଗ୍ରାହକ ଜୈମନ ରାୱଲ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ସେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ହାତାହାତି ହୋଇଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ବ୍ୟକ୍ତି ପରସ୍ପରର କଲାରକୁ ଜାବୁଡ଼ି ଧରିଛନ୍ତି। ଏତିକି ବେଳେ ଜୈମନ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୋଟିଏ ଚାପୁଡ଼ା ମାରୁଛନ୍ତି। ଏହା ତାଙ୍କ ମୁଣ୍ଡରେ ବାଜିଥିଲା। ଭିଡିଓରେ ଜଣେ ମହିଳା ତାଙ୍କ ସହକର୍ମୀ ଶୁଭମଙ୍କୁ ଛାଡ଼ି ଦେବାକୁ କହୁଥିବା ଶୁଣିବାକୁ ମିଳୁଛି।

Advertisment

ବ୍ୟାକଗ୍ରାଉଣ୍ଡରେ ଜଣେ ବୟସ୍କ ମହିଳା ରହିଛନ୍ତି। ସମ୍ଭବତ‍ଃ ସେ ଗ୍ରାହକଙ୍କ ମା’। ସେ ବିବାଦ ସାମାଧାନ କରିବାକୁ ଚେଷ୍ଟା କରୁଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନାହାନ୍ତି। ସେ ତାଙ୍କ ପୁଅଙ୍କୁ ଚାପୁଡ଼ା ମାରି ବ୍ୟାଙ୍କ ମ୍ୟାନେଜରଙ୍କ କଲାର ଛାଡ଼ିବାକୁ ମଧ୍ୟ କହୁଛନ୍ତି।

କିଛି ସମୟର ଟଣା ଓଟରା ପରେ ଉଭୟ ଅଲଗା ହୋଇଥିଲେ। କିନ୍ତୁ ଗ୍ରାହକ ଜଣଙ୍କ ପୁଣି ମାଡ଼ ମାରିବାକୁ ଚିହିଁକି ଉଠିଥିଲେ। ଏଥର ସେ ବ୍ୟାଙ୍କର ଆଉ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Gujarat Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe