Advertisment

ସମ୍ପତ୍ତି ପାଇଁ ସମ୍ପର୍କରେ ଭଟ୍ଟା; ପ୍ରେମିକା ଆଖି, ପାଟିରେ ଲଙ୍କା ଗୁଣ୍ଡ ପଶାଇଲା ପ୍ରେମିକ

ସମ୍ପତ୍ତି ପାଇଁ ସମ୍ପର୍କରେ ପଡ଼ିଲା ଭଟ୍ଟା। ପ୍ରେମିକାଙ୍କ ସମ୍ପତ୍ତି ହାତେଇବାକୁ ପ୍ରେମିକ ସାଜିଲେ ଜହ୍ଲାଦ । ଏପରିକି ଯାହାକୁ ଭଲ ପାଉଥିଲେ ତା’ ମାରି ଲହୁଲୁହାଣ କରିବା ସହ ଆଖିରେ, ପାଟିରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିବାକୁ ପଛାଇଲେ ନାହିଁ।

Self Protection

Self Protection

Advertisment

ସମ୍ପତ୍ତି ପାଇଁ ସମ୍ପର୍କରେ ପଡ଼ିଲା ଭଟ୍ଟା। ପ୍ରେମିକାଙ୍କ ସମ୍ପତ୍ତି ହାତେଇବାକୁ ପ୍ରେମିକ ସାଜିଲେ ଜହ୍ଲାଦ । ଏପରିକି ଯାହାକୁ ଭଲ ପାଉଥିଲେ ତା’ ମାରି ଲହୁଲୁହାଣ କରିବା ସହ ଆଖିରେ, ପାଟିରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିବାକୁ ପଛାଇଲେ ନାହିଁ। ଯୁବତୀଜଣକ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅମାନବୀୟ କାଣ୍ଡ ଘଟାଇଥିବା ପ୍ରେମିକଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ସାଂଘାତିକ ଘଟଣା ମଧ୍ୟପ୍ରଦେଶର ଗୁଣା ଜିଲ୍ଲାରେ ଘଟିଛି।

Advertisment

ଯୁବତୀଜଣକ ନିଜ ମା’ଙ୍କ ସହ ରହୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଛି। ଯୁବକଜଣକ ତାଙ୍କ ପଡ଼ୋଶୀ ହୋଇଥିବା ବେଳେ କିଛି ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ସବୁ ସମ୍ପତ୍ତି ଯୁବତୀଙ୍କ ମା’ଙ୍କ ନାମରେ ଥିବା ବେଳେ ତାହାକୁ ନିଜ ନାମରେ କରାଇବାକୁ ପ୍ରେମିକ ତାଙ୍କୁ ବାଧ୍ୟ କରୁଥିଲେ। ଏହାକୁ ନେଇ ଉଭୟଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିଲା।

ଗତ ମଙ୍ଗଳବାର ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ତାଙ୍କୁ ପ୍ରବଳ ପିଟିଥିବା ବେଳେ ତାଙ୍କ ମନ ଶାନ୍ତ ହୋଇ ନ ଥିଲା। ଏହାପରେ ସେ ନିଜ ପ୍ରେମିକାଙ୍କ ପାଟିରେ ଜୋରଜବରଦସ୍ତି ଭାବେ ଲଙ୍କା ଗୁଣ୍ଡ ପଶାଇଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ତାଙ୍କ ପ୍ରେମିକ ସେଠାରୁ ଫେରାର ହୋଇ ଯାଇଥିଲେ।

Advertisment

ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ବାନ୍ଧିଛି।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe