ଆତ୍ମହତ୍ୟା କରିଥିବା ରାହୁଲ
କୃତ୍ରିମ ବୁଦ୍ଧିମତା ବା ଏଆଇ କେତେ ଘାତକ ହୋଇପାରେ, ତା’ର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଜଣେ ୧୯ ବର୍ଷୀୟ ଯୁବକଙ୍କୁ କେହି ଜଣେ ଏଆଇ ଦ୍ୱାରା ଦୀର୍ଘ ସମୟ ହେଲା ବ୍ଲାକମେଲ କରୁଥିଲା। ଦୁର୍ବୃତ୍ତ ଜଣକ ଯୁବକଙ୍କ ୩ ଭଉଣୀଙ୍କ ଫଟୋକୁ ଏଆଇ ଦ୍ୱାରା ବିକୃତ କରିଦେଇଥିଲେ।
ଭଉଣୀମାନଙ୍କ ଆପତ୍ତିଜନକ ଫଟୋ ପଠାଇ ସେମାନେ ୧୯ ବର୍ଷୀୟ ଯୁବକଙ୍କୁ ବ୍ଲାକମେଲ କରୁଥିଲେ। ଏଥିସହ ଲକ୍ଷାଧିକ ଟଙ୍କା ମାଗୁଥିଲେ। ଶେଷରେ ସେମାନଙ୍କ ନିର୍ଯାତନା ସହି ନପାରି ହରିୟାଣା(Haryana)ର ଫରିଦାବାଦରେ ରହୁଥିବା ୧୯ ବର୍ଷୀୟ ଯୁବକ ଜଣଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।
ଜୀବନ ହାରିଥିବା ୧୯ ବର୍ଷୀୟ ରାହୁଲ ଭାରତୀ ଡିଏଭି କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। କିନ୍ତୁ ୨ ସପ୍ତାହ ହେଲା ସେ ବେଶ ମାନସିକ ଚାପରେ ରହିଥିଲେ। କେହି ଜଣେ ତାଙ୍କ ଫୋନ ହ୍ୟାକ କରିନେଇଥିଲା। ଏହାପରେ ଏଆଇକୁ ବ୍ୟବହାର କରି ରାହୁଲ, ତାଙ୍କ ୩ ଭଉଣୀ ଓ ବାପା ମନୋଜ ଭାରତୀଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ତିଆରି କରିଥିଲା।
ଏହାକୁ ସେ ରାହୁଲଙ୍କ ଫୋନକୁ ପଠାଇ ବ୍ଲାକମେକ ଆରମ୍ଭ କରି ଦେଇଥିଲା। ଏହାକୁ ନେଇ ବେଶ ଚିନ୍ତାରେ ଥିଲେ ରାହୁଲ। ସେ ଦୁଇ ସପ୍ତାହ ହେଲା ଠିକ ଭାବେ ଖାଉ ନଥିଲେ ଓ ସବୁବେଳେ ଚୁପଚାପ ରହୁଥିଲେ।
ତଦନ୍ତ ବେଳେ ପୁଲିସ୍ ରାହୁଲ ଓ ତାଙ୍କୁ ବ୍ଲାକମେଲ କରୁଥିବା ‘ସାହିଲ’ ମଧ୍ୟରେ ହୋଇଥିବା ଚ୍ୟାଟକୁ ଠାବ କରିଥିଲେ। ସାହିଲ ତାଙ୍କୁ ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଇ ୨୦ ହଜାର ଟଙ୍କା ମାଗୁଥିଲା। ଦୁଇ ଜଣଙ୍କ ମଧ୍ୟରେ ଅନେକ ଅଡିଓ ଓ ଭଡିଓ କଲ ହୋଇଥିଲା। ଏପରି କି ସାହିତ ଏକଦା ତାଙ୍କୁ ନିଜର ତଥାକଥିତ ଲୋକେସନ ପଠାଇ ନିଜ ପାଖକୁ ଡାକିଥିବାର ପ୍ରମାଣ ପୁଲିସ୍ ହାତରେ ଲାଗିଛି।
ସାହିଲ ନିଜର ଶେଷ କଥାବାର୍ତ୍ତା ମଧ୍ୟରେ ରାହୁଲଙ୍କୁ ଧମକ ଦେଇଥିଲା। ଟଙ୍କା ନ ମିଳିଲେ ସେ ସମସ୍ତ ଫଟୋ ଓ ଭିଡିଓକୁ ସୋଶାଲ ମିଡିଆରେ ଭାଇରାଲ କରଦେବ ବୋଲି କହିଥିଲା। ଏପରି କି ସେ ରାହୁଲଙ୍କୁ ଆତ୍ମହତ୍ୟା(Suicide) କରିବାକୁ ଉସକାଇଥିଲା ଓ କ’ଣ କଲେ ସହଜରେ ମୃତ୍ୟୁ ହେବ, ସେକଥା ବି ଜଣାଇଥିଲା।
ବାରମ୍ବାର ବ୍ଲାକମେଲର ଶିକାର ହୋଇଚାଲିଥିବା ରାହୁଲ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ କିଛି ବଟିକା ଖାଇଦେଇଥିଲେ। ତାଙ୍କ ଅବସ୍ଥା କିଛି ସମୟ ପରେ ବିଗିଡ଼ିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ରାହୁଲଙ୍କ ମୃତ୍ୟୁ ହୋଇଥିଲା।
ରାହୁଲଙ୍କ ବାପା କହିଛନ୍ତି, “କେହି ଜଣେ ମୋ ଝିଅମାନଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ରାହୁଲର ଫୋନକୁ ପଠାଇଥିଲା। ସେଗୁଡ଼ିକ ଭାଇରାଲ କରିଦେବାର ଧମକ ବି ସେ ଦେଉଥିଲା। ଏହା ରାହୁଲର ଚିନ୍ତା ବଢ଼ାଇଥିଲା। ମାନସିକ ଚାପ ଓ ନିର୍ଯାତନା ସହି ନ ପାରି, ସେ ଏପରି କରିଛି।”
ପୁଲିସ୍ ଏବେ ରାହୁଲଙ୍କ ଫୋନକୁ ଜବତ କରି ଘଟଣାର ତଦନ୍ତ କରୁଛି। ରାହୁଲଙ୍କୁ ଧମକ ଦେଉଥିବା ଲୋକ ପାଖରେ ପହଞ୍ଚିବାକୁ ପୁଲିସ୍ ସାଇବର ବିଶେଷଜ୍ଞଙ୍କ ସହାୟତା ମଧ୍ୟ ଲୋଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/27/delhi-2025-10-27-15-35-08.jpg)