Advertisment

ଗର୍ଲଫ୍ରେଣ୍ଡଙ୍କୁ ଦୁଷ୍କର୍ମ କରିବା ପରେ ପ୍ରାଇଭେଟ ପାର୍ଟରେ ଭର୍ତ୍ତି କରିଦେଲା ଲଙ୍କାଗୁଣ୍ଡ

ଅଭିଯୁକ୍ତ ଜଣକ ହେଲା ନିକୁଞ୍ଜ କୁମାର ଅମ୍ରିତ ଭାଇ ପଟେଲ। ସେ ବିବାହିତ ହୋଇଥିଲେ ମଧ୍ୟ ତା’ ପତ୍ନୀ ଆଉ ଗୋଟିଏ ଗାଁରେ ଅଲଗା ହୋଇ ରହୁଛନ୍ତି।

author-image
Hemant Lenka
stop Rape

stop Rape

ଗୁଜରାଟର ସୁରତରୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଜଣେ ବ୍ୟକ୍ତି ତା’ ଗର୍ଲଫ୍ରେଣ୍ଡକୁ ଦୁଷ୍କର୍ମ କରିବା ପରେ ଘଟାଇଛି ଅଭାବନୀୟ କାଣ୍ଡ। ବ୍ୟକ୍ତି ଜଣଙ୍କ ତା’ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛି। ଏବେ ପୀଡ଼ିତା ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଅଭିଯୁକ୍ତ ଜଣକ ହେଲା ନିକୁଞ୍ଜ କୁମାର ଅମ୍ରିତ ଭାଇ ପଟେଲ। ସେ ବିବାହିତ ହୋଇଥିଲେ ମଧ୍ୟ ତା’ ପତ୍ନୀ ଆଉ ଗୋଟିଏ ଗାଁରେ ଅଲଗା ହୋଇ ରହୁଛନ୍ତି। ଏକଥା କିନ୍ତୁ ପୀଡ଼ିତା ଜଣଙ୍କ ଜାଣିଥିଲେ। ନିକୁଞ୍ଜ କୌଶଳକ୍ରମେ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ବେଶ କିଛି ଦିନ ନିକୁଞ୍ଜ ଓ ଯୁବତୀ ଜଣଙ୍କ ପରସ୍ପର ସମ୍ପର୍କରେ ରହିଥିଲେ।

ତେବେ ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ଯୁବତୀ ଜଣଙ୍କ ନିକୁଞ୍ଜର ଅସଲ ଚରିତ୍ର ଜାଣିପାରିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବେଶ ଝଗଡ଼ା ହୋଇଥିଲା। ଶେଷରେ ଯୁବତୀ ଜଣଙ୍କ ନିକୁଞ୍ଜ ଠାରୁ ଅଲଗା ହୋଇଯାଇଥିଲେ। ହେଲେ ଏକଥାକୁ ସେ ସହଜରେ ଭୁଲି ନଥିଲା।

Advertisment

ନିକୁଞ୍ଜ ଶେଷଥର ପାଇଁ ଯୁବତୀଙ୍କୁ ଦେଖା କରିବାକୁ ଡାକିଥିଲା। ଏହି ସମୟରେ ସେ ତାଙ୍କୁ ଗୋଟିଏ ଚାବୁକରେ ପ୍ରବଳ ପଟିଥିଲା। ଏହାପରେ ଦୁଷ୍କର୍ମ କରିଥିଲା। ଏତିକିରେ ତା’ ମନ ଶାନ୍ତି ହୋଇ ନଥିଲା। ନିକୁଞ୍ଜ ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ମଧ୍ୟ ଭର୍ତ୍ତି କରି ଅକଥନୀୟ ନିର୍ଯାତନା ଦେଇଥିଲା। ସବୁ କିଛି ପରେ ମଧ୍ୟ ପୀଡ଼ିତା ଜଣଙ୍କ ମୁହଁ ଖୋଲି ନଥିଲେ। କାରଣ ତାଙ୍କର କିଛି ବ୍ୟକ୍ତିଗତ ଫଟୋକୁ ନିକୁଞ୍ଜ ସୋଶାଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇଥିଲା।

ତେବେ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଥିବାରୁ ପୀଡ଼ତା ଜଣଙ୍କ ସମୟକ୍ରମେ କଷ୍ଟ ଅନୁଭବ କରିଥିଲେ। ଶେଷରେ ସେ ହସ୍ପିଟାଲ ଯାଇଥିଲେ। ଏହାପରେ ଓଲପାଡ ପୁଲିସ୍‌ ଷ୍ଟେସନରେ ଏନେଇ ଅଭିଯୋଗ ହୋଇଥିଲା। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ନିକୁଞ୍ଜକୁ ଗିରଫ କରିଛି। ତା’ ନାଁରେ ଆଇପିସିର ଧାରା ୩୭୬ରେ ମାମଲା ରୁଜୁ କରାଯାଇଛି।

Gujarat Stop Rape