Pic
ହ୍ୱାଟସ୍ ଆପ୍ ପ୍ରୋଫାଇଲ୍ ଫଟୋରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଫଟୋ ରଖିବା ମହଙ୍ଗା ପଡ଼ିଲା। ଏପରି ଅଭିଯୋଗରେ ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଉଠାଇନେଇ ଥିବା ଜଣାଯାଇଛି। ଏପରି ଘଟଣା ମୁମ୍ବାଇରେ ଘଟିଛି।
ପୁଲିସ୍ ସୂଚନା ଅନୁଯାୟୀ, ଏକ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତା ଅମରଜିତ୍ ସୂରଭେ ଜଣେ ବ୍ୟକ୍ତିଙ୍କ ଏକ ସ୍କ୍ରିନ୍ ସଟ୍ ଆଣି ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ବ୍ୟକ୍ତିଜଣକ ନିଜ ପ୍ରୋଫାଇଲ୍ରେ ଔରଙ୍ଗଜେବଙ୍କ ଫଟୋ ରଖିଥିଲେ। ପୁଲିସ୍ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଉଠାଇ ଆଣି ପଚରାଉଚରା ପରେ ଛାଡ଼ି ଦେଇଥିବା ଜଣାଯାଇଛି। ଏହି ଘଟଣାରେ କେହି ଗିରଫ ହୋଇ ନାହାନ୍ତି।
ଅମରଜିତଙ୍କ ସୂଚନା ଅନୁଯାୟୀ, ଏପରି ପ୍ରୋଫାଇଲ ଫଟୋ ରଖିଥିବା ବ୍ୟକ୍ତିଙ୍କୁ ସେ ତୁରନ୍ତ ଉକ୍ତ ଫଟୋ ବାଦ ଦେବାକୁ କହିଥିଲେ । ମାତ୍ର ବ୍ୟକ୍ତିଜଣକ ଏହା ଶୁଣି ନ ଥିଲେ। ଫଳରେ ସେ ବାଧ୍ୟ ହୋଇ ନଭି ମୁମ୍ବାଇର ଏକ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କଲେ।
କିଛି ଦିନ ହେବ ମୁମ୍ବାଇରେ ସାମ୍ପଦାୟିକ ଦଙ୍ଗା ଲାଗି ରହିଥିବାରୁ ପୁଲିସ୍ ଏହି ଘଟଣା ଉପରେ ତୀକ୍ଷଣ ଦୃଷ୍ଟି ରଖିଛି। ଏକ ସୋଶାଲ ମିଡିଆ ପୋଷ୍ଟରେ ଔରଙ୍ଗଜେବଙ୍କ ପ୍ରଶଂସା କରାଯାଇଥିବା ବେଳେ ମରାଠା ଜାତିକୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏହାକୁ ନେଇ ଗତ ୭ ତାରିଖରେ ମୁମ୍ବାଇର କୋହ୍ଲାପୁର ବନ୍ଦ ଡାକରା ଦିଆଯାଇଥିଲା। ଉକ୍ତ ବନ୍ଦ ସମୟରେ ହିଂସାକାଣ୍ଡ ବି ଘଟିଥିଲା ।
ଏହାକୁ ମରାଠା ସମ୍ପ୍ରଦାୟ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ଏପରିକି ମରାଠା ଭୂମି ଉପରେ ମୋଗଲ ସମ୍ରାଟଙ୍କ ଏପରି ଗୁଣଗାନକୁ ଆମେ ବରଦାସ୍ତ କରି ପାରୁନି, ଆବଶ୍ୟକ ପଡ଼ିଲେ ଖଣ୍ଡା ଉଠାଇବାକୁ ପଛାଇବୁ ନାହିଁ ବୋଲି ଜଣେ ମରାଠା ସମର୍ଥକ ଖୁଲମଖୁଲା କହିଛନ୍ତି । ତ
ତେଣୁ ଜାତିଆଣ ଭାବ ଥିବା ଫଟୋ, ପୋଷ୍ଟକୁ ପୁଲିସ୍ ଗୁରତର ସହ ନେଇ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
