Advertisment

କାର୍‌କୁ ଶୋ’ ରୁମ ଯାଏ ଟାଣିଟାଣି ଆଣିଲେ ଗଧ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଉଦୟପୁରର ସୁନ୍ଦରୱାସରେ ରହୁଥିବା ରାଜ କୁମାର ଗୟାରୀଙ୍କ ଦାଦା ଶଙ୍କରଲାଲ ୧୭.୫୦ ଲକ୍ଷ ଟଙ୍କା ଦେଇ ମଦ୍ରି ଶିଳ୍ପାଞ୍ଚଳରେ ଥିବା ଗୋଟିଏ ଶୋ’ ରୁମରୁ କାର କିଣିଥିଲେ।

Car

Car

Advertisment

ଜଣେ କାର ମାଲିକଙ୍କ ଅଭିନବ ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାରମ୍ବାର ସେ କିଣିଥିବା କାର୍‌ ଖରାପ ହେବାରୁ ମାଲିକ ଜଣଙ୍କ ମଙ୍ଗଳବାର ଘଟାଇଛନ୍ତି ଅଜବ କାଣ୍ତ। ସେ ଦୁଇଟି ଗଧ ଦ୍ୱାରା କାର୍‌ଟିକୁ ଟାଣିଟାଣି ଶୋ’ ରୁମ ଯାଏ ନେଇଛନ୍ତି। ସେ ସମସ୍ତଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପାଇଁ ରାସ୍ତା ସାରା ଡ୍ରମ୍‌ ମଧ୍ୟ ବଜାଇଥିଲେ। ଏପରି ଏକ ରୋଚକ ଘଟଣା ରାଜସ୍ଥାନର ଉଦୟପୁରରୁ ଆସିଛି।

Advertisment

ଉଦୟପୁରର ସୁନ୍ଦରୱାସରେ ରହୁଥିବା ରାଜ କୁମାର ଗୟାରୀଙ୍କ ଦାଦା ଶଙ୍କରଲାଲ ୧୭.୫୦ ଲକ୍ଷ ଟଙ୍କା ଦେଇ ମଦ୍ରି ଶିଳ୍ପାଞ୍ଚଳରେ ଥିବା ଗୋଟିଏ ଶୋ’ ରୁମରୁ କାର କିଣିଥିଲେ। ତେବେ କାର୍‌ କିଣିବା ପରଠାରୁ ଏହା ବାରମ୍ବାର ଖରାପ ହେବାରେ ଲାଗିଥିଲା। 

ଏନେଇ ଗାଡ଼ି ମାଲିକ ପ୍ରାଧିକୃତ ସର୍ଭିସ ସେଣ୍ଟରକୁ ଜଣାଇଥିଲେ। ଏପରି କି ଡିଲର୍ସଙ୍କୁ ମଧ୍ୟ ଯୋଗାଯୋଗ କରି ସମସ୍ୟାର ସମାଧାନ କରିବାକୁ କହିଥିଲେ। କାର୍‌କୁ ମାଲିକ ଜଣଙ୍କ ଦୁଇ ଥର ସର୍ଭିସ ସେଣ୍ଟରକୁ ଆଣିଥିଲେ। କିନ୍ତୁ ଡିଲର ଉପଯୁକ୍ତ ସେବା ଯୋଗାଇ ପାରି ନଥିଲେ। ଗାଡ଼ିଟି ପୂର୍ବଭଳି ଖରାପ ହେବାରେ ଲାଗିଥିଲା।

Advertisment

ଦୁଇ ଦିନ ତଳେ ଶଙ୍କରଲାଲଙ୍କ ଘରେ ପାରିବାରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କାର୍‌କୁ ଷ୍ଟାର୍ଟ କରିବା ପାଇଁ ଠେଲିବାକୁ ମଧ୍ୟ ପଡ଼ିଥିଲା। ଏ ସମ୍ପର୍କରେ ଶଙ୍କରଲାଲ ସର୍ଭିସ ସେଣ୍ଟରକୁ ଜଣାଇଥିଲେ। ସେମାନେ ବ୍ୟାଟେରୀ ପାଇଁ ଏମିତି ହେଉଛି ଓ କିଛି ବାଟ ଗାଡ଼ି ଗଡ଼ିବା ପରେ ଠିକ ହୋଇଯିବ ବୋଲି କହିଥିଲେ।

କିନ୍ତୁ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ସମସ୍ୟା ସମାଧାନ ହୋଇ ନଥିଲା। ବାରମ୍ବାର ସମସ୍ୟା ସୃଷ୍ଟି ହେବାରୁ ଶଙ୍କରଲାଲ ଶେଷରେ କାର୍‌କୁ ଶୋ’ ରୁମ ଯାଏ ଗଧଙ୍କ ଦ୍ୱାରା ଟାଣିଟାଣି ଆଣିଛନ୍ତି। ଏବେ କାରଟି ଶୋ’ ରୁମରେ ରହିଛି। ଗାଡ଼ି ମାଲିକ କାର୍‌ଟିକୁ ବଦଳାଇବା ପାଇଁ ଦାବି କରିଛନ୍ତି।

ତେବେ ଶୋ’ ରୁମ ପକ୍ଷରୁ ସମସ୍ୟାର ସମାଧାନ କରି ଗାଡ଼ିକୁ ଦିଆଯିବ ବୋଲି କୁହାଯାଇଛି।

Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe