Advertisment

କଲ୍ ଆସିବାରୁ ହେଲେ ଅନ୍ୟମନସ୍କ, କାଖ ତଳେ ଜାକି ଦେଲେ ଇଲେକ୍ଟ୍ରିକ୍ ହିଟର

ପୋଷା କୁକୁରକୁ ଗାଧୋଇ ଦେବା ପାଇଁ ପାଣି ଗରମ କରୁଥିଲେ।

ଅଦ୍ୟତନ ହୋଇଛି
Died Man

Died Man

Advertisment

ମଣିଷର ଅନ୍ୟମନସ୍କ ହେବାର ଆଉ ଏକ କାରଣ ପାଲଟିଛି ଫୋନ୍। ଧୀରେ ଧୀରେ ମଣିଷର ଏହି ଅନ୍ୟମନସ୍କ ହାବଭାବ କିପରି ଜୀବନ ନେଇପାରେ, ତାର ଜଳନ୍ତ୍ୱ ଉଦାହରଣ ଦେଖିବାକୁ ମିଳିଛି ତେଲାଙ୍ଗାନାରେ।

Advertisment

ଜଣେ 40 ବର୍ଷୀୟ ବ୍ୟକ୍ତି ୱାଟର ହିଟରରେ ପାଣି ଗରମ କରିବା ସମୟରେ କଲ୍ ଆସିବାରୁ ଅନ୍ୟମନସ୍କ ହୋଇ ସବୁଦିନ ପାଇଁ ଆଖି ବୁଜିଛନ୍ତି। ଏପରି ଘଟଣା ଘଟିଛି ତେଲାଙ୍ଗାନା ଖାମ୍ମମ ଅଞ୍ଚଳରେ।

ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଦୋନେପୁଦି ମହେଶ ବାବୁ। ସେ ଆଜି ତାଙ୍କ ପୋଷା କୁକୁରକୁ ଗାଧୋଇ ଦେବା ପାଇଁ ଇଲେକ୍ଟ୍ରିକ ହିଟରରେ ପାଣି ଗରମ କରୁଥିଲେ। ଏହି ସମୟରେ ତାଙ୍କ ମୋବାଇଲ୍ ରିଙ୍ଗ୍ ହେବାରୁ ସେ ଭୁଲରେ ଇଲେକ୍ଟ୍ରିକ ହିଟକରୁ ପାଣି ବଦଳରେ ତାଙ୍କ କାଖ ତଳେ ରଖି ସୁଇଚ୍ ଅନ୍ କରି ଦେଇଥିଲେ।

Advertisment

ଫଳରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବାରୁ ସେହିଠାରେ ହିଁ ଟଳି ପଡିଥିଲେ। ତାଙ୍କ ସ୍ତ୍ରୀ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ, ସେଠାରେ ତାଙ୍କର ମୃତ୍ୟୁ ଘଟିଛି। 

Electric Heater
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe