Dog
ଅମାନୁଷିକ ଓ ବର୍ବରତାର ସବୁ ସୀମା ଟପିଛି ଜଣେ ଯୁବକ। ନିରୀହ ବୁଲା କୁକୁରମାନଙ୍କୁ ବ୍ୟକ୍ତି ଜଣକ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରିଛି। ଦୁଇ ଦିନରେ ବ୍ୟକ୍ତି ଜଣକ ୨୫ଟି କୁକୁରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଗୁଳି କରି ଦେଇଛି। ଅଗଷ୍ଟ ୨ ଓ ୩ ତାରିଖରେ ରାଜସ୍ଥାନର ଝୁନଝୁନୁରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ବିଚଳିତ କରିଛି।
ଅମାନବୀୟ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଲା ଡୁମ୍ରାରେ ରହୁଥିବେ ଶେଓଚାନ୍ଦ ବାଭରିଆ। ସେ ଗାଁରେ ବେଧଡ଼କ ଅନ୍ଦାଜଣେ ରାଇଫଲ ଧରି ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ସେ ରାଫଲ ଧରି ବୁଲିବା ସହ ବୁଲା କୁକୁରଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଛି। ଶେଓଚାନ୍ଦର ଗୁଳିରେ କୁକୁର ଗୁଡ଼ିକ କେମିତି ରାସ୍ତା ଓ ଚାଷ ଜମିରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଛନ୍ତି, ତା’ର ଭିଡିଓ ଦେଖି ସମସ୍ତେ ଏହାକୁ ନିନ୍ଦା କରିଛନ୍ତି।
ଏହାକୁ ନେଇ ଗାଁ ଲୋକ ଓ ପଶୁ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୁକୁରମାନେ ଭୟରେ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ବେଳେ ଶେଓଚାନ୍ଦ ସେମାନଙ୍କ ପିଛା କରି ଗୁଳି ମାରୁଥିଲା। ଏଥିରେ ତା’କୁ ଆଉ ଦୁଇ ଜଣ ମଧ୍ୟ ସହାୟତା କରିଥିବା କୁହାଯାଇଛି। କାରଣ ଗୋଟିଏ ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ବ୍ୟକ୍ତି ବାଇକରେ ଜୀବନ ବିକଳରେ ଦୌଡ଼ୁ ଥିବା କିଛି ବୁଲା କୁକୁରଙ୍କୁ ପିଛା କରୁଛନ୍ତି। ଏହାପରେ ଜଣେ(ଶେଓଚାନ୍ଦ) କୁକୁର ଗୁଡ଼ିକୁ ଗୁଳି ମାରୁଛି।
ତୃତୀୟ ବ୍ୟକ୍ତି ଜଣଙ୍କ ବାଇକରେ ସେମାନଙ୍କ ପିଛା କରିବା ସହ ପୂରା ଘଟଣାର ଭିଡିଓ ରେକର୍ଡିଂ କରୁଛି। ତେଣୁ ପୂରା ଘଟଣାରେ ୩ ଜଣ ସାମିଲ ଥିବା କୁହାଯାଇଛି। ତଥାପି ପୁଲିସ୍ ଏହାର ତଦନ୍ତ କରୁଛି।
ତଦନ୍ତ ଅଗଷ୍ଟ ୪ରୁ ଆରମ୍ଭ ହୋଇଥିବା ଏସ୍ପି ବ୍ରିଜେଶ ଜ୍ୟୋତି ଉପାଧ୍ୟାୟ ନିଶ୍ଚିତ କରିଛନ୍ତି। ଶେଓଚାନ୍ଦ ବିରୋଧରେ ମାମଲା ରୁଜୁ କରାଯାଇଛି। ତା’କୁ ଗିରଫ କରାଯାଇଥିଲା ବେଳେ ଏଥିରେ ଆଉ କେଉଁମାନେ ସାମିଲ ରହିଛନ୍ତି, ତା’ର ଖୋଳତାଡ଼ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dog_1754570370.jpg)