Advertisment

୨୦ ବର୍ଷ ମଧ୍ୟରେ ୫୦ରୁ ଅଧିକ ମହିଳାଙ୍କୁ ବିବାହ କରିଥିବା ବ୍ୟକ୍ତି ଓଡ଼ିଶାରୁ ଗିରଫ

ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ଗୁରୁଗ୍ରାମ ପୁଲିସ୍‌ ତାପସ ନାମକ ଏହି ବ୍ୟକ୍ତିଙ୍କୁ ଗୁରୁବାର ଓଡ଼ିଶାରୁ ଗିରଫ କରିଛି। ତାପସ ଜାମସେଦପୂରର ମୂଳ ବାସିନ୍ଦା।

author-image
Hemant Lenka
Cyber

Cyber

ଜଣେ ରସିକିଆ ଠକଙ୍କୁ ଓଡ଼ିଶାରୁ ଗିରଫ କରିଛି ଗୁରୁଗ୍ରାମ ପୁଲିସ୍‌। ଏହି ୫୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ୨୦ ବର୍ଷ ମଧ୍ୟରେ ୫୦ରୁ ଅଧିକ ମହିଳାଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲେ। ବିଭିନ୍ନ ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ସେ ମହିଳାମାନଙ୍କୁ ଯୋଗାଯୋଗ କରି ଏପରି ଘଟଣା ଘଟାଇ ଚାଲିଥିଲେ।

Advertisment

ତେବେ ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ଗୁରୁଗ୍ରାମ ପୁଲିସ୍‌ ତାପସ ନାମକ ଏହି ବ୍ୟକ୍ତିଙ୍କୁ ଗୁରୁବାର ଓଡ଼ିଶାରୁ ଗିରଫ କରିଛି। ତାପସ ଜାମସେଦପୂରର ମୂଳ ବାସିନ୍ଦା।

ତାପସ ୧୯୯୨ରେ ପ୍ରଥମେ କୋଲକାତାରେ ଜଣଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ମଧ୍ୟ ହୋଇଥିଲେ। ତେବେ ପତ୍ନୀ ଓ ଦୁଇ ପିଲାଙ୍କୁ ଛାଡ଼ି ସେ ୨୦୦୦ ମସିହାରେ ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲେ।

Advertisment

ଜଣେ ମହିଳା ନିକଟରେ ଗୁରୁଗ୍ରାମ ପୁଲିସ୍‌ରେ ଅଭିଯୋଗ କରିଥିଲେ ଯେ ସେ ଗୋଟିଏ ବିବାହ ଆପ୍‌ରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ଓ ଏହାପରେ ସେମାନଙ୍କ ବିବାହ ହୋଇଥିଲା। କିନ୍ତୁ ବାହାଘରର ୩ ଦିନ ପରେ ବ୍ୟକ୍ତି ଜଣଙ୍କ ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଓ ଗହଣା ନେଇ ଫେରାର ହୋଇଯାଇଥିଲେ।

ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ବ୍ୟକ୍ତି ଜଣଙ୍କ ବେଙ୍ଗାଲୁରୁରେ ଅଛନ୍ତି ଓ ସେଠାରେ ନିଯୁକ୍ତି ଏଜେନ୍ସି ଖୋଲିଛନ୍ତି। ଏହି ଏଜେନ୍ସି ଦ୍ୱାରା ସେ ଅନେକ ଯୁବକ ଓ ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ଠକିବାରେ ଲାଗିଥିଲେ। କିନ୍ତୁ ଏହି ଠକେଇ କାମ ବେଶୀ ଦିନ ଚାଲି ନଥିଲା।

ତେଣୁ ସେ ବିବାହ ବିଚ୍ଛେଦ ହୋଇ ସାରିଥିବା ମହିଳା, ବିଧବା ଓ ବିବାହିତ ମହିଳାଙ୍କୁ ଶାଦି ଆପ୍‌ ଜରିଆରେ ନିଜ ଜାଲରେ ଫସାଇ ଡେଟିଂ ଆରମ୍ଭ କରିଥିଲେ। ସେ ମଧ୍ୟବୟସ୍କା ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ ଓ ସୁବିଧା ଦେଖି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇ ଯାଉଥିଲେ।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଦୀର୍ଘ ୨୦ ବର୍ଷ ହେଲା ବ୍ୟକ୍ତି ଜଣଙ୍କ ଏମିତି କାମ ଜାରି ରଖିଥିଲେ। ସେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ମହିଳାଙ୍କୁ ବିବାହ କରି ସାରିଛନ୍ତି। ଓଡ଼ିଶାର ଗୋଟିଏ ଡ୍ରଗ ଡି-ଆଡିକସନ ସେଣ୍ଟରରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ରିମାଣ୍ତରେ ଆଣି ଜେରା କରାଯିବ ବୋଲି ସେ କହିଛନ୍ତି।

Odisha Crime Marriage